BJP: ଚର୍ଚ୍ଚାରେ ବିଜେପି ପ୍ରାର୍ଥୀ କୈଳାସ ଚାନ୍ଦ, ପର୍ବତସର ୱାର୍ଡ୍‌ରେ କେବଳ ଗୋଟିଏ ଭୋଟ୍‌ ପାଇଲେ

Sep 14, 2026 - 21:38
BJP: ଚର୍ଚ୍ଚାରେ ବିଜେପି ପ୍ରାର୍ଥୀ କୈଳାସ ଚାନ୍ଦ, ପର୍ବତସର ୱାର୍ଡ୍‌ରେ କେବଳ ଗୋଟିଏ ଭୋଟ୍‌ ପାଇଲେ

"ନୂଆଦିଲ୍ଲୀ: ରାଜସ୍ଥାନ ପୌର ନିର୍ବାଚନ ଫଳ ଆଜି ପ୍ରକାଶ ପାଇଛି।

ନିର୍ବାଚନ ଫଳ ଘୋଷଣା ସମୟରେ ଡିଡୱାନା- କୁଚାମନ ଜିଲ୍ଲା ଅଧୀନ ପର୍ବତସର ପୌରପାଳିକାର ୧୩ ନମ୍ବର ୱାର୍ଡରେ ନିର୍ବାଚନ ଲଢ଼ିଥିବା ଜଣେ ପ୍ରାର୍ଥୀ କୈଳାସ ଚାନ୍ଦଙ୍କୁ କେବଳ ଗୋଟିଏ ଭୋଟ୍‌ ମିଳିଛି।

ରାଜ୍ୟ ନିର୍ବାଚନ କମିସନ୍‌ ୱେବସାଇଟ୍‌ ଅନୁଯାୟୀ କଂଗ୍ରେସ ପ୍ରାର୍ଥୀ ହିନା ଖାନମ ୩୭୬ ଖଣ୍ଡ ଭୋଟ୍‌ରେ ୧୩ ନମ୍ବର ୱାର୍ଡରେ ଜିତିଥିବାବେରେ ସ୍ବାଧୀନ ପ୍ରାର୍ଥୀ ରଶିଦ ଖାନ୍‌ ୧୭୫ ଖଣ୍ଡ ଭୋଟ୍‌ ପାଇ ଦ୍ବିତୀୟ ସ୍ଥାନରେ ରହିଛନ୍ତି।Advertisment ଆହୁରି ପଢନ୍ତୁ: UCC: ବିହାରରେ କୌଣସି ମୂଲ୍ୟରେ ଲାଗୁ ହେବ ନାହିଁ ୟୁସିସି: ଶ୍ୟାମ ରଜକ କେବଳ ଗୋଟିଏ ଭୋଟ୍‌ ପାଇଥିବା କୈଳାସଚାନ୍ଦ ଏବେ ଚର୍ଚ୍ଚାରେ।

ଗୋଟିଏ ମାତ୍ର ଭୋଟ୍‌ ପାଇବାପରେ କୈଳାସଚାନ୍ଦ ଏକ ଗଣମାଧ୍ୟମ ସଂସ୍ଥାକୁ ଟିପ୍ପଣୀ ଦେଇ କହିଛନ୍ତି ଯେ, ସେ ହେଉଛନ୍ତି ୧୨ନଂ ୱାର୍ଡର ଭୋଟର।

କିନ୍ତୁ ବିଜେପି ତାଙ୍କୁ ପଡ଼ୋଶୀ ୧୩ନଂ ୱାର୍ଡରୁ ପ୍ରାର୍ଥୀ କରିଥିଲା।

ସେ କହିଛନ୍ତି, ମୋ ଭୋଟ୍‌ ୧୨ ନମ୍ବର ୱାର୍ଡରେ କିନ୍ତୁ ମୋ‌ତେ ୧୩ନଂ ୱାର୍ଡରୁ ପ୍ରାର୍ଥୀ କରାଯାଇଛି।

୧୨ନଂ ୱାର୍ଡରୁ କେହିଜଣେ ମତେ ଭୋଟ୍‌ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ପର୍ବତସର ପୌରପାଳିକାରେ ୨୫ଟି ୱାର୍ଡ ଥିବାବେଳେ ସେଥିରୁ କଂଗ୍ରେସ ୧୩ଟି ଏବଂ ବିଜେପି ୧୨ଟି ୱାର୍ଡରେ ଜିତିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)