Rajasthan Police: ଜୟପୁରରେ ସ୍କୁଲ କ୍ୟାଣ୍ଟିନରୁ ବାସି ଆଳୁ ପେଟିସ୍ ଖାଇବା ପରେ କିଶୋରଙ୍କ ମୃତ୍ୟୁ
"ଜୟପୁର: ଜୟପୁରର ଏକ ସ୍କୁଲର କ୍ୟାଣ୍ଟିନରୁ ବାସି ଆଳୁ ପେଟିସ୍ ଖାଇ ଜଣେ ୧୭ ବର୍ଷୀୟ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।
ଛାତ୍ରଙ୍କ ପରିବାର ଅଭିଯୋଗ କରିଛନ୍ତି ଯେ, ତାଙ୍କ ପୁଅ ଅଚେତ ହୋଇ ପଡ଼ିଯିବା ପରେ ସ୍କୁଲ କର୍ତ୍ତୃପକ୍ଷ ତାଙ୍କୁ ହସ୍ପିଟାଲ ନେଇ ନଥିଲେ।
ଦ୍ୱାଦଶ ଶ୍ରେଣୀର ଛାତ୍ର ପ୍ରିନ୍ସ ସୋନି ବୁଧବାର ସ୍କୁଲ ପରିସରରେ ହଠାତ୍ ପଡ଼ିଯିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା।
ପ୍ରିନ୍ସଙ୍କ ପରିବାର ଅଭିଯୋଗ କରିଛି ଯେ, ପ୍ରିନ୍ସ ଅସୁସ୍ଥ ହେବା ପରେ ସ୍କୁଲ ପ୍ରଶାସନ ତାଙ୍କୁ ହସ୍ପିଟାଲକୁ ନେଇ ନଥିଲେ ଓ ପ୍ରାୟ ୪୫ ମିନିଟ୍ ଧରି ସେଠାରେ ରଖିଥିଲେ।
ସେମାନେ ସ୍କୁଲରେ ପହଞ୍ଚି ପ୍ରିନ୍ସଙ୍କୁ ହସ୍ପିଟାଲକୁ ନେଇଥିଲେ, ସେତେବେଳକୁ ବହୁ ବିଳମ୍ବ ହୋଇଯାଇଥିଲା ଓ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।Advertisment ଆପୋଲୋ ହସ୍ପିଟାଲ୍ରେ ବିଶ୍ବ ଅଙ୍ଗଦାନ ଦିବସ ପ୍ରିନ୍ସଙ୍କ ବାପା ଅମିତ ସୋନି କହିଛନ୍ତି ଯେ, ପ୍ରିନ୍ସ ସ୍କୁଲ କ୍ୟାଣ୍ଟିନରୁ ଏକ ବାସି ଆଳୁ ପେଟିସ୍ ଖାଇବା ପରେ ତାଙ୍କ ଦେହ ଖରାପ ହୋଇଥିଲା।
ସକାଳ ପ୍ରାୟ ୧୧ଟା ବେଳେ ତାଙ୍କୁ ସ୍କୁଲରୁ ଫୋନ୍ କଲ୍ ଆସିଥିଲା ଓ ଜଣେ ଶିକ୍ଷକ ତାଙ୍କୁ ଜଣାଇଥିଲେ ଯେ, ପ୍ରିନ୍ସଙ୍କ ଦେହ ଭଲ ଲାଗୁନାହିଁ ଓ ତାଙ୍କୁ ସ୍କୁଲକୁ ଆସିବାକୁ କହିଥିଲେ।
ସେ ସ୍କୁଲରେ ପହଞ୍ଚି ପ୍ରିନ୍ସଙ୍କୁ ଡାକ୍ତରଖାନା ନେବା ବେଳକୁ ବହୁତ ଡେରି ହୋଇଯାଇଥିଲା।
ଶିକ୍ଷକମାନେ ପରିସ୍ଥିତିକୁ ଦେଖି ତାଙ୍କ ପୁଅକୁ ଡାକ୍ତରଖାନାକୁ ନେଇ ଯିବାର ଥିଲା।
ପ୍ରିନ୍ସଙ୍କ ମା" ନିର୍ମଳା କହିଛନ୍ତି, ସେ ସ୍କୁଲରେ ପହଞ୍ଚିବାବେଳକୁ ପ୍ରିନ୍ସ କଥା ହେଉ ନଥିଲେ।
ତାଙ୍କ ହାତ ଓ ମୁହଁ ଥଣ୍ଡା ପଡ଼ିବା ସହିତ ନୀଳ ପଡ଼ି ଯାଇଥିଲା।
ଗୁରୁବାର ପରିବାର ସଦସ୍ୟ ଓ ଅନ୍ୟାନ୍ୟ ଲୋକମାନେ ସ୍କୁଲ ଦାୟିତ୍ୱହୀନତା ବିରୋଧରେ ଅଭିଯୋଗ ଆଣି ଏକାଠି ହୋଇଥିଲେ।
ଅଭିଭାବକମାନେ ଶିକ୍ଷା ବିଭାଗ ଓ ପୁଲିସଠାରୁ ଦାୟୀ ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।
ପୁଲିସ ଏକ ମାମଲା ରୁଜୁ କରି ଶିକ୍ଷକ ଓ ସ୍କୁଲ ମାଲିକଙ୍କୁ ପଚରାଉଚରା କରିଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
