Rajadhiraj Besha ରାଜାଧିରାଜ ବେଶରେ ଦର୍ଶନ ଦେଲେ ମହାପ୍ରଭୁ
ପୁରୀ : ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀରେ ସୁନାବେଶ ତଥା ରାଜାଧିରାଜ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ମହାପ୍ରଭୁ।
ପ୍ରଭୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦେଖିବାକୁ ବଡ଼ିଭୋରରୁ ଶ୍ରୀମନ୍ଦିରସମ୍ମୁଖରେ ଭକ୍ତଙ୍କ ଲମ୍ବା ଧାଡ଼ିଲାଗିରହିଥିଲା।
ତେବେ ପୂର୍ବ ବର୍ଷ ଅପେକ୍ଷା ଏଥର ସଂଖ୍ୟା ହ୍ରାସ ପାଇଥିଲା।
Advertisment Vijayadashami at Shrimandir ଶ୍ରୀମନ୍ଦିରରେ ଆୟୁଧ ପୂଜା ଓ ସୁନାବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି ପରମ୍ପରା ଅନୁଯାୟୀ, ସୁନାବେଶ ବର୍ଷରେ ୫ଥର ଅନୁଷ୍ଠିତ ହୋଇଥାଏ।
ଆଷାଢ଼ ଶୁକ୍ଳ ଏକାଦଶୀରେ ରଥ ଉପରେ ଶ୍ରୀଜିଉଙ୍କ ସୁନାବେଶ ହେଉଥିବା ବେଳେ ଦଶହରା, କାର୍ତ୍ତିକ ପୂର୍ଣ୍ଣମୀ, ପୌଷ ପୂର୍ଣ୍ଣମୀ ଓ ଦୋଳପୂର୍ଣ୍ଣମୀରେ ରତ୍ନ ସିଂହାସନ ଉପରେ ସୁନାବେଶ ଅନୁଷ୍ଠିତ ହେବାର ବିଧି ରହିଛି।
ଶ୍ରୀବିଗ୍ରହଙ୍କର ଏହି ବେଶ ଦେଖିଲେ ପରମ ପୁଣ୍ୟ ସାଧିତ ହୋଇଥାଏ ବୋଲି ବିଶ୍ବାସ ରହିଛି।
ରାଜାଧିରାଜଙ୍କ ରାଜବେଶ ରାସପୂର୍ଣ୍ଣିମା ଅବସରରେ ଆଜି ଦୋଳଗୋବିନ୍ଦଙ୍କ ଅଭିଷେକ ହୋଇଥିଲା।
ପୂର୍ବ ରାତ୍ର ପହୁଡ଼ ହୋଇନଥିଲା।
ତେଣୁ ଭୋର ୫ଟା ୨୦ରେ ମଙ୍ଗଳ ଆଳତି ହୋଇଥିଲା।
ମଇଲମ, ତଡ଼ପ ଲାଗି, ଅବକାଶ ପୂଜା, ରୋଷ ହୋମ ପରେ ସକାଳ ସାଢ଼େ ୬ଟାରେ ରାଜାଧିରାଜ ବେଶ ଆରମ୍ଭ ହୋଇଥିଲା।
୭ଟା ୫୦ରେ ବେଶ ଶେଷ ହୋଇଥିଲା।
ପରେ ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା, ଗୋପାଳ ବଲ୍ଲଭ ପୂଜା ହୋଇ ସକାଳ ଧୂପ ହୋଇଥିଲା।
ବଗଲା ଧର୍ମଶାଳା ଯାଏ ବ୍ୟାରିକେଡ ବ୍ୟବସ୍ଥା ହୋଇଥିଲା।
ମାତ୍ର ମରିଚିକୋଟ ଛକ ଯାଏ ଧାଡ଼ି ଲମ୍ବିଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
