Rairangpur Police District ରାଇରଙ୍ଗପୁର ପୁଲିସ ଜିଲ୍ଲାରେ ଯୋଗଦେଲେ ୧୦୦ ପୁଲିସ କର୍ମଚାରୀ

Jun 30, 2026 - 21:10
Rairangpur Police District ରାଇରଙ୍ଗପୁର ପୁଲିସ ଜିଲ୍ଲାରେ ଯୋଗଦେଲେ ୧୦୦ ପୁଲିସ କର୍ମଚାରୀ

"ରାଇରଙ୍ଗପୁର(ତୁଷାରକାନ୍ତ ମହାନ୍ତ): ଜୁନ୍‌ ୧୯ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମୟୂରଭଞ୍ଜ ଗସ୍ତ ସମୟରେ ରାଇରଙ୍ଗପୁର ପୁଲିସ ଜିଲ୍ଲା କାର୍ଯ୍ୟାଳୟର ଉଦ୍‌ଘାଟନ କରିଥିଲେ।

ପ୍ରଥମ ଆରକ୍ଷୀ ଅଧୀକ୍ଷକ ଭାବେ ସୁରେଶ ଚନ୍ଦ୍ର ପାତ୍ର ଯୋଗ ଦେଇଛନ୍ତି।

ବର୍ତ୍ତମାନ ନୂତନ ପୁଲିସ ଜିଲ୍ଲା ନିମନ୍ତେ ଆବଶ୍ୟକ ଥିବା ପୁଲିସ ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରୁ ୧୦୦ଜଣଙ୍କୁ ନିଯୁକ୍ତି ଦିଆଯାଇଛି।

ଆଜି (ମଙ୍ଗଳବାର)ସମସ୍ତେ ନିଜ କାର୍ଯ୍ୟକ୍ଷେତ୍ରରେ ଯୋଗ ଦେଇଛନ୍ତି।

ଆରକ୍ଷୀ ଅଧୀକ୍ଷକ ପାତ୍ର ସେମାନଙ୍କୁ ଫୁଲତୋଡ଼ା ଦେଇ ସ୍ବାଗତ କରିବା ସହ କର୍ତ୍ତବ୍ୟନିଷ୍ଠ ଓ ସ୍ବଚ୍ଛତାର ସହକାରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି।

Advertisment ଏହି ଅବସରରେ ଜିଲ୍ଲା ପୁଲିସ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଯାଇଛି।

ଉକ୍ତ କାର୍ଯ୍ୟକ୍ରମରେ ରାଇରଙ୍ଗପୁର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଯଦୁନାଥ ଜେନା, ଆନନ୍ଦ କୁମାର ଡୁଙ୍ଗଡୁଙ୍ଗ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ବୀରେନ୍ଦ୍ର ସେନାପତି, ରିଜର୍ଭ ଇନ୍‌ସପେକ୍ଟର  ଲକ୍ଷ୍ମୀ ରଞ୍ଜନ, ସବ୍‌ ଇନିସ୍‌ପେକ୍ଟର ରଞ୍ଜନ କୁମାର ସେଠୀ, କାର୍ଯ୍ୟାଳୟର ଅନ୍ୟାନ୍ୟ ବିଭଗୀୟ ପଦାଧିକାରୀ, କର୍ମଚାରୀଙ୍କ ସମେତ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି ଉପସ୍ଥିତ ଥିଲେ।

ପୁଲିସ ଫୋର୍ସକୁ ସ୍ୱାଗତ କରିବା ଅବସରରେ ଆରକ୍ଷୀ ଅଧିକ୍ଷକ କହିଥିଲେ,  ଆଜିର  ଦିନ ରାଇରଙ୍ଗପୁର ନୂତନ ପୁଲିସ ଜିଲ୍ଲାର ଇତିହାସରେ ଏକ ସ୍ୱର୍ଣ୍ଣମୟ ଓ ସ୍ମରଣୀୟ ଅଧ୍ୟାୟ ହୋଇ ରହିବ।

ଏହି ନୂତନ ପୁଲିସ ଜିଲ୍ଲାରେ ପୁଲିସ ଫୋର୍ସର ଆଗମନ କେବଳ ଜଣେ କର୍ମଚାରୀଙ୍କ ଯୋଗଦାନ ନୁହେଁ ବରଂ ଆଇନର ଶାସନକୁ ସୁଦୃଢ଼ କରିବା, ଜନସାଧାରଣଙ୍କୁ ଉତ୍ତମ ସେବା ପ୍ରଦାନ କରିବା ଏବଂ ଶାନ୍ତି, ଶୃଙ୍ଖଳା ଓ ସୁରକ୍ଷାକୁ ଆହୁରି ମଜବୁତ କରିବା ଦିଗରେ ଏକ ନୂତନ ପଦକ୍ଷେପ।

ସମସ୍ତଙ୍କ ଲକ୍ଷ୍ୟ କେବଳ ଅପରାଧ ନିୟନ୍ତ୍ରଣ ନୁହେଁ ବରଂ ଲୋକଙ୍କ ମଧ୍ୟରେ ବିଶ୍ୱାସ ସୃଷ୍ଟି କରିବା,ସମ୍ବେଦନଶୀଳତା ସହିତ ସେବା ପ୍ରଦାନ କରିବା ଏବଂ ଜନସାଧାରଣଙ୍କ ସହ ସୁଦୃଢ଼ ସମ୍ପର୍କ ଗଢ଼ି ତୋଳିବାକୁ କହିଥିଲେ।

"