ଆଜି ବିଶ୍ବ ପ୍ରଶିଦ୍ଧ ରଥଯାତ୍ରା: ଭାବ, ଭକ୍ତିରେ ଭିଜୁଛି ବଡ଼ଦାଣ୍ଡ

Jul 16, 2026 - 07:52
ଆଜି ବିଶ୍ବ ପ୍ରଶିଦ୍ଧ ରଥଯାତ୍ରା: ଭାବ, ଭକ୍ତିରେ ଭିଜୁଛି ବଡ଼ଦାଣ୍ଡ

" ବଡଦାଣ୍ଡକୁ ଓହ୍ଲାଇ ଆସିବେ ତିନି ଠାକୁରୁ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର ଜଗାର ଅପେକ୍ଷାରେ ଭକ୍ତ-ପଥ-ରଥ Advertisment ପୁରୀ : ଆଜି  ବିଶ୍ବ ପ୍ରଶିଦ୍ଧ ଘୋଷଯାତ୍ରା ।

ଶ୍ରୀକ୍ଷେତ୍ର ପୁରୀ ଆଜି ସମ୍ପୂର୍ଣ୍ଣ ଉତ୍ସବମୁଖର  ବଡଦାଣ୍ଡକୁ ଓହ୍ଲାଇ ଆସିବେ ତିନି ଠାକୁରୁ।

କୋ୍ଟି କୋଟି ଭକ୍ତ ଅପେକ୍ଷା କରିଛନ୍ତି ତାଙ୍କର ଅତିପ୍ରିୟର  ଠାକୁର  ଜଗତର ନାଥ ଜଗନ୍ନାଥଙ୍କୁ ।

ଭାଇ ଭଉଣୀଙ୍କୁ ସାଥିରେ  ଧରି ଲିଲାଖେଳା କରିବାକୁ ରତ୍ନବେଦୀ ଛାଡି ଭକ୍ତଙ୍କୁ ଦର୍ଶନ ଦେବେ କଳାଠାକୁର।

ବଡ଼ଦାଣ୍ଡ ଆଜି ଜନସମୁଦ୍ରରେ ପରିଣତ ହୋଇଛି।

ଦେଶ ବିଦେଶରୁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମରେ ପୁରୀ ଚଳଚଞ୍ଚଳ।  "ଜୟ ଜଗନ୍ନାଥ" ଧ୍ୱନି, ଶଙ୍ଖ, ଘଣ୍ଟ ଓ ମୃଦଙ୍ଗର ଶବ୍ଦରେ ଆକାଶ ପାତାଳ ପ୍ରକମ୍ପିତ ହେଉଛି।

ଶ୍ରୀମନ୍ଦିରରୁ ତିନି ଠାକୁରଙ୍କୁ ଧାଡ଼ି ପହଣ୍ଡିରେ ରଥକୁ ଅଣାଯିବା ଦୃଶ୍ୟ ଅତ୍ୟନ୍ତ ମନୋରମ।

ତିନୋଟି ସୁସଜ୍ଜିତ ବିଶାଳ ରଥ - ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ବଡ଼ଦାଣ୍ଡରେ ଅପେକ୍ଷା କରିଛନ୍ତି।

ଗଜପତି ମହାରାଜାଙ୍କ ଦ୍ୱାରା 'ଛେରା ପହଁରା' ନୀତି ସମ୍ପନ୍ନ ହେବା ପରେ ଭକ୍ତମାନେ ଆନନ୍ଦରେ ରଥ ଟାଣିବା ଆରମ୍ଭ କରନ୍ତି।

ଅଧିକ ପଢନ୍ତୁ :Rath Yatra: ଆସ୍ଥା, ଭକ୍ତି ଓ ବିଶ୍ୱାସର ଜୀବନ୍ତ ପ୍ରତୀକ "ପ୍ରଭୁ ଜଗନ୍ନାଥ" ରଥଯାତ୍ରାର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ମହାପ୍ରଭୁଙ୍କ ଉଦାରତା।

ସେ ନିଜେ ଭକ୍ତଙ୍କ ପାଖକୁ ଚାଲିଆସନ୍ତି।

ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଆଜି କାଳିଆ ସାଆନ୍ତଙ୍କ ଦର୍ଶନ ପାଇ ନିଜକୁ ଧନ୍ୟ ମନେ  କରିବେ।

ପୁରୀର ପ୍ରତିଟି କୋଣ ଅନୁକୋଣ ଆଜି ଭକ୍ତିରସରେ ଭିଜିଛି।

ରଥଯାତ୍ରା କେବଳ ଏକ ଧାର୍ମିକ ପର୍ବ  ନୁହେଁ, ଏହା ଓଡ଼ିଆ ସଂସ୍କୃତି, ଭ୍ରାତୃଭାବ ଓ ଅତୁଟ ବିଶ୍ୱାସର ଏକ ମହାମିଳନ।

ଏହି ଉତ୍ସବମୁଖର ପରିବେଶ ପ୍ରତ୍ୟେକ ଓଡ଼ିଆ ପ୍ରାଣରେ ଏକ ଅପୂର୍ବ  ଆନନ୍ଦ ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।