Ratha yatra: ବଡ଼ଦାଣ୍ଡେ ଲାଗିଲା ଗହଳି: ରଥାରୂଢ଼ ଶ୍ରୀବିଗ୍ରହଙ୍କ ସାମନାରେ ରହିବେନି ସେବକ

Jul 16, 2026 - 06:55
Ratha yatra: ବଡ଼ଦାଣ୍ଡେ ଲାଗିଲା ଗହଳି: ରଥାରୂଢ଼ ଶ୍ରୀବିଗ୍ରହଙ୍କ ସାମନାରେ ରହିବେନି ସେବକ

"ପୁରୀ: ସେବା ପୂଜା ନଥିବା ସମୟରେ କୌଣସି ସେବକ ଶ୍ରୀବିଗ୍ରହଙ୍କ ଉଭୟ ଭୁଜ ମଧ୍ୟରେ ବା ସମ୍ମୁଖରେ ଛିଡ଼ା ହେବେ ନାହିଁ।

ଶ୍ରୀବିଗ୍ରହଙ୍କ ଭୁଜ ଉପରେ ଭରା ଦେଇ ଛିଡ଼ା ହୋଇ ରହିବା କିମ୍ବା ଶ୍ରୀବିଗ୍ରହଙ୍କୁ ପିଠି କରି ବସିବା ସମ୍ପୂର୍ଣ୍ଣ ନିଷେଧ।

ଅନଧିକୃତ ବ୍ୟକ୍ତି ରଥ ଉପରକୁ ଚଢ଼ିବା ଏବଂ ଶ୍ରୀବିଗ୍ରହଙ୍କୁ ସ୍ପର୍ଶ କରିବା ସମ୍ପୂର୍ଣ୍ଣ ନିଷେଧ।

ରଥଯାତ୍ରା ଦିନ କୌଣସି ଦର୍ଶନାର୍ଥୀ କିମ୍ବା ଅନଧିକୃତ ବ୍ୟକ୍ତି ଶ୍ରୀମନ୍ଦିର ଜଗମୋହନ କିମ୍ବା ନାଟମଣ୍ଡପ ମଧ୍ୟକୁ ପ୍ରବେଶ କରିପାରିବେ ନାହିଁ।

ରଥାରୂଢ଼ ଚତୁର୍ଦ୍ଧା ବିଗ୍ରହ ସମ୍ମୁଖ ଭାଗରେ ସେବକ ରହିବେ ନାହିଁ।

ରଥର ଉଭୟ ପାର୍ଶ୍ବ ବାଡ଼ରେ କୌଣସି ସେବକ ଠିଆ ହୋଇ ରହିପାରିବେ ନାହିଁ।

ଫୁଲ ଇତ୍ୟାଦି ତଳକୁ ଫିଙ୍ଗିବେ ନାହିଁ।

ରଥଯାତ୍ରା ବ୍ୟବସ୍ଥାବଳୀରେ ଏହା ସ୍ପଷ୍ଟ କରାଯାଇଛି।

Advertisment Development Project: ୪୦ କୋଟିରୁ ଅଧିକ ପ୍ରକଳ୍ପର ଶିଳାନ୍ୟାସ, ଉଦ୍‌ଘାଟନ କଲେ ବିଧାୟକ ଦଇତାପତି ଶ୍ରୀଅଙ୍ଗ ରକ୍ଷକ ସେବକ ହୋଇଥିବାରୁ ଟାହିଆ ସୁରକ୍ଷା କାର୍ଯ୍ୟ ପ୍ରତି ଦଇତାପତି ଗୁରୁତ୍ବ ଦେବେ।

ପ୍ରତିହାରୀ ସେବକ ଓ ଆରକ୍ଷୀ ବାହିନୀ ମଧ୍ୟ ଟାହିଆର ସୁରକ୍ଷା ପ୍ରତି ଯତ୍ନବାନ ହେବେ।

ରଥ ଉପରକୁ ଶ୍ରୀବିଗ୍ରହ ସମ୍ପୂର୍ଣ୍ଣ ଉଠିବା ପରେ ଟାହିଆ ସମ୍ମାନର ସହିତ ଖୋଲାଯିବ।

ଟାହିଆ ଭାଙ୍ଗିଥିବା ବ୍ୟକ୍ତି ବା ଟାହିଆର ଅଂଶ ଧରିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ପହଣ୍ଡି ପୂର୍ବରୁ ବିଜେ ଡୋରି ଠିକ୍‌ ଢଙ୍ଗରେ ବନ୍ଧା ଯିବା ପାଇଁ ସମ୍ପୃକ୍ତ ବାଡ଼ର ବାଡ଼ଗ୍ରାହୀ ଧ୍ୟାନ ଦେବେ।

କେବଳ ଆବଶ୍ୟକ ସଂଖ୍ୟକ ଅଭିଜ୍ଞ ଓ ଦାୟିତ୍ବସମ୍ପନ୍ନ ସେବକ ପହଣ୍ଡିରେ ଭାଗ ନେବେ।

ସମ୍ପୃକ୍ତ ବାଡ଼ର ବାଡ଼ଗ୍ରାହୀ ଏଥିପ୍ରତି ଯତ୍ନବାନ ହେବେ।

ପହଣ୍ଡି ପାଇଁ କୀର୍ତ୍ତନ ଚକଡ଼ା ତଥା ଗାରଦ ନିକଟରେ ସୁଦୃଢ଼ ବ୍ୟାରିକେଡ୍‌ କରାଯିବ।

ପହଣ୍ଡି ତଦାରଖ ପାଇଁ ପ୍ରତି ବିଗ୍ରହଙ୍କ ନିମନ୍ତେ ସ୍ବତନ୍ତ୍ର ଭାବେ ଜଣେ ବରିଷ୍ଠ ଅଧିକାରୀଙ୍କୁ ନିୟୋଜିତ କରାଯିବ।

ରଥ ଚାରମାଳ କିମ୍ବା ରଥ ଉପରକୁ କ୍ୟାମେରା ବା ମୋବାଇଲ ଫୋନ ନେବା ସମ୍ପୂର୍ଣ୍ଣ ନିଷେଧ।

ଏହାକୁ କଡ଼ାକଡ଼ି ପାଳନ କରାଯିବ।

ଖିଲାପ କଲେ ତତ୍‌କ୍ଷଣାତ କ୍ୟାମେରା ବା ମୋବାଇଲ୍‌ ଫୋନ୍‌ ଜବତ କରାଯାଇ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ।

ପ୍ରାତଃ ୪ଟା ପୂର୍ବରୁ ରଥରେ ଚାରମାଳ ବନ୍ଧା ଓ ଫୁଲ ସଜ୍ଜା ଶେଷ ହେବ।

ଚାରମାଳର ଲମ୍ବ ବୃଦ୍ଧି ହେବ।

ଏହାଦ୍ବାରା ଢାଲୁ ହ୍ରାସ ସହ ଉତ୍ତମ ନିୟନ୍ତ୍ରଣ ରକ୍ଷା ହେବ।

ପହଣ୍ଡି ପରେ ପ୍ରଥମ ଶୋଧ, ଚିତାଲାଗି ପରେ ଦ୍ବିତୀୟ ଶୋଧ ଓ ଛେରାପହଁରା ପରେ ତୃତୀୟ ଶୋଧ କରାଯିବ।

ସ୍ବତ୍ବଲିପି ଅନୁଯାୟୀ ଦଇତାପତିମାନେ ରଥ ଉପରେ ଶୋଧ କରିବେ।

ପ୍ରତ୍ୟେକ ରଥ ପାଇଁ ପୃଥକ ଶୋଧ ଦଳ ଗଠନ ହୋଇଛି।

ପହଣ୍ଡି ପରେ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ରଥ ଉପରେ ଠାକୁରଙ୍କୁ ଦର୍ଶନ କରିବେ।

ତାଙ୍କ ସହ ୬ ଜଣ ଶିଷ୍ୟ ସାଧକ ରଥ ଉପରକୁ ଯିବେ।

ଗଜପତି ମହାରାଜ ରଥ ଉପରେ ରାଜନୀତି ସମୟରେ ଶ୍ରୀବିଗ୍ରହଙ୍କ ସମ୍ମୁଖ ଭାଗରେ କେହି ଠିଆ ହୋଇ ଦର୍ଶନ ଅବରୋଧ କରିବେ ନାହିଁ।

ଛେରାପହଁରା ବେଳେ ପରିକ୍ରମା ବେଢ଼ା ଅବରୋଧମୁକ୍ତ ରଖାଯିବ।

ଚକଡ଼ାରେ ତିନି ରଥ ପୁରୀ: ଗୁରୁବାର ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଗୁଣ୍ଡିଚା ଯାତ୍ରା।

ମହାପ୍ରଭୁ ଗୁଣ୍ଡିଚା ଯାତ୍ରାରେ ଯିବା ପୂର୍ବରୁ ସିଂହଦ୍ବାର ସମ୍ମୁଖକୁ ଆସିଛି ତିନି ରଥ।

ଶ୍ରୀମନ୍ଦିରରେ ସକାଳ ଧୂପ ଶେଷ ହେବା ପରେ ପାଳିଆ ପୂଜାପଣ୍ଡା ସାମନ୍ତ ତିନିବାଡ଼ରୁ ୩ଟି ଆଜ୍ଞାମାଳ ଆଣି ଘଣ୍ଟ, ଛତା, କାହାଳୀ ସହ ରଥଖଳା ନିକଟକୁ ବିଜେ କରିଥିଲେ।

ପ୍ରଥମେ ପ୍ରଭୁ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥରେ ଆଜ୍ଞାମାଳ ବିଜେ ହୋଇଥିଲେ।

ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ଏବଂ ଶେଷରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥରେ ଆଜ୍ଞାମାଳ ବିଜେ ହୋଇଥିଲେ।

ଭୋଇ ସେବକମାନେ ରଥରେ ଦଉଡି଼ ସଂଯୋଗ କରିଥିଲେ।

ତାଳଧ୍ୱଜ ରଥରେ ବିଜେ କାହାଳୀ ବାଜିବା ପରେ ତିନିରଥ ଶ୍ରୀମନ୍ଦିର ନିକଟକୁ ଟଣାଯାଇଥିଲା।

ପ୍ରଥମେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖକୁ ଟଣାଯାଇଥିଲା।

ପରେ ଦେବୀ ସୁଭାଦ୍ରାଙ୍କ ଦର୍ପଦଳନ ରଥ ଏବଂ ଶେଷରେ ବଳଭଦ୍ରଙ୍କ ତାଳଧ୍ୱଜ ରଥକୁ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପହଞ୍ଚା ଯାଇଥିଲା।

ପୁଲିସ ବାହିନୀ ସହାୟତାରେ ତିନିରଥକୁ ଟଣାଯାଇ ସିଂହଦ୍ୱାର ସମ୍ମୁଖରେ ରଖାଯାଇଛି।

Rath Yatra 2026: ଭକ୍ତିରେ ଉଛୁଳିଲା ବଡଦାଣ୍ଡ; ସାଆନ୍ତଙ୍କ ଅପେକ୍ଷାରେ ଭକ୍ତ ୧୪ ରଥ ଦଉଡ଼ି, ୧୨ ଘେରା ଦଉଡ଼ିପୁରୀ: ଥରେ ଗଡ଼ିବା ଆରମ୍ଭ ହୋଇଗଲେ ରଥ ବି ପାଲଟିଯାଏ ଦେବତା।

ରଥକୁ ସ୍ପର୍ଶ କରିଥିବା ପ୍ରତିଟି ଜିନିଷ ହୋଇଯାଏ ଦେବତୁଲ୍ୟ।

ରଥ ଟାଣିବା ପାଇଁ ଭକ୍ତମାନଙ୍କ ମଧ୍ୟରେ ଥାଏ ଅହେତୁକ ଉତ୍କଣ୍ଠା।

ଅସହ୍ୟ ଭିଡ଼ ମଧ୍ୟରେ ବି ରଥ ଦଉଡ଼ି ଟିକେ ଛୁଇଁବାକୁ ଅବା ରଥ ଦଉଡ଼ିରୁ ଚେନାଏ ଟାଣି ଆଣି ମୁଣ୍ଡରେ ଲଗାଇ ଭକ୍ତିରେ ଏହାକୁ ସାଙ୍ଗରେ ନେଇଯାଆନ୍ତି ଭକ୍ତ।

ଲକ୍ଷଲକ୍ଷ ଭକ୍ତଙ୍କ ବିଶ୍ବାସ ଓ ଭକ୍ତିର ସ୍ପର୍ଶରେ ଦଉଡ଼ି ବି ପବିତ୍ର ଓ ଦେବତୁଲ୍ୟ ପାଲଟିଯାଏ।

ରଥରେ ଚଳିତ ବର୍ଷ ୧୪ଟି ରଥଟଣା ଦଉଡ଼ି ଏବଂ ୧୨ଟି ଘେରା ଦଉଡ଼ି ମଗାଯାଇଛି।

ଏହାବ୍ୟତୀତ ଆଉ ଏକ ଅତିରିକ୍ତ ଦଉଡ଼ି ସେଟ୍‌ ମଧ୍ୟ ମହଜୁଦ ରଖାଯାଇଛି।

ମହାପ୍ରଭୁଙ୍କ ରଥ ଦଉଡ଼ିର ଭିନ୍ନଭିନ୍ନ ନାମ ରହିଛି।

ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଦଉଡ଼ିର ନାମ ଶଙ୍ଖଚୂଡ଼ ନାମକ ନାଗୁଣୀ।

ଶ୍ରୀବଳଭଦ୍ରଙ୍କ ତାଳଧ୍ବଜ ରଥର ଦଉଡ଼ି ନାମ ବାସୁକୀ ନାମକ ନାଗ।

ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ଦଉଡ଼ି ନାମ ସ୍ବର୍ଣ୍ଣଚୂଡ଼ ନାମକ ନାଗ।

ଦଉଡ଼ିର ମାପ ମଧ୍ୟ ଭିନ୍ନଭିନ୍ନ।

ରଥ ଟଣା ପାଇଁ ଲାଗୁଥିବା ୧୪ଟି ଦଉଡ଼ିର ଲମ୍ବ ୨୨୦ ଫୁଟ।

ଏହାର ମୋଟେଇ ୮ ଇଞ୍ଚ।

୧୨ଟି ରଥ ଘେର ଦଉଡ଼ି ମଧ୍ୟରୁ ୩ଟି ସାଧାରଣ କର୍ଡନ ଦଉଡ଼ି।

ଏହା ୪୫୦ ଫୁଟ ଲମ୍ବ ଓ ୪ ଇଞ୍ଚ ଗୋଲେଇ।

୩ଟି ଇନର କର୍ଡନ ଦଉଡ଼ି ମଧ୍ୟରୁ ବଡ଼ ରଥ ପାଇଁ ସବୁଜ ରଙ୍ଗର।

ଦେବୀ ରଥର ଇନର କର୍ଡନ ଦଉଡ଼ି ନାଲି ରଙ୍ଗର।

ନନ୍ଦିଘୋଷ ରଥର ଦଉଡ଼ି ହଳଦିଆ ରଙ୍ଗର।

ଇନର କର୍ଡନ ଦଉଡ଼ିର ଲମ୍ବ ୨୭୦ ଫୁଟ ଓ ଗୋଲେଇ ୪ଇଞ୍ଚ ବିଶିଷ୍ଟ।

୩ଟି ଆଉଟର କର୍ଡନ ଦଉଡ଼ି ତଥା ପୁଲିସ କର୍ଡନ ଦଉଡ଼ିର ଲମ୍ବ ୧୦୦ ମିଟର ଲମ୍ବ ଓ ୪ ଇଞ୍ଚ ଗୋଲେଇ ବିଶିଷ୍ଟ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।