Rain: ପାଣି ଘେରରେ ଗୁରୁଣ୍ଡିଆ ସ୍ୱାସ୍ଥ୍ୟ କେନ୍ଦ୍ର ଓ ବ୍ଲକ କାର୍ଯ୍ୟାଳୟ, ଜନସାଧାରଣ ହନ୍ତସନ୍ତ
"ବଣାଇଗଡ଼: ସାରା ରାଜ୍ୟରେ ମୌସୁମୀ ବାୟୁ ଓ ଲଘୁଚାପ ଜନିତ ଲଗାଣ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡର ଗୁରୁଣ୍ଡିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ବ୍ଲକ କାର୍ଯ୍ୟାଳୟ ପରିସର ସମ୍ପୂର୍ଣ୍ଣ ପାଣି ଘେରରେ ରହିଛି।
ପାଣି ନିଷ୍କାସନର ସୁବିଧା ନଥିବାରୁ ବର୍ଷାଜଳ ଜମି ରହି ଲୋକମାନଙ୍କ ସହ କର୍ମଚାରୀଙ୍କ ପାଇଁ ବଡ଼ ସମସ୍ୟା ସୃଷ୍ଟି କରିଛି।Advertisment ସ୍ଥାୟୀ ସମାଧାନ ପାଇଁ ସାଧାରଣରେ ଦାବି ଗୁରୁଣ୍ଡିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଆଣ୍ଠୁଏ ଉଚ୍ଚତାର ପାଣି ଜମି ରହିଛି।
ବିଭିନ୍ନ ୱାର୍ଡରେ ମଧ୍ୟ ପାଣି ପଶି ରହିଥିବାରୁ ରୋଗୀ, ସେମାନଙ୍କ ସମ୍ପର୍କୀୟ ଓ ସ୍ୱାସ୍ଥ୍ୟକର୍ମୀମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ବର୍ଷାଜଳ ଦୀର୍ଘ ସମୟ ଧରି ଜମି ରହିବାରୁ ସ୍ୱଚ୍ଛତା ଓ ସ୍ୱାସ୍ଥ୍ୟ ସୁରକ୍ଷାକୁ ନେଇ ମଧ୍ୟ ଚିନ୍ତା ବଢ଼ିଛି।ସେହିପରି ଗୁରୁଣ୍ଡିଆ ବ୍ଲକ କାର୍ଯ୍ୟାଳୟ ପରିସରରେ ମଧ୍ୟ ଆଣ୍ଠୁଏ ପାଣି ଜମି ରହିଛି।
କାର୍ଯ୍ୟାଳୟ କର୍ମଚାରୀଙ୍କ ଯାନବାହନ ପାଣିରେ ବୁଡ଼ି ରହିଥିବା ଦେଖିବାକୁ ମିଳିଛି।
ବିଭିନ୍ନ ସରକାରୀ କାମରେ ଦୂରଦୂରାନ୍ତରୁ ଆସୁଥିବା ଲୋକମାନେ କାର୍ଯ୍ୟାଳୟ ପରିସରକୁ ସହଜରେ ପ୍ରବେଶ କରିପାରୁ ନଥିବାରୁ ହଇରାଣ ହେଉଛନ୍ତି।ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ଉଭୟ ସ୍ଥାନରେ ସ୍ଥାୟୀ ଡ୍ରେନେଜ୍ ବ୍ୟବସ୍ଥାର ଅଭାବ ଓ ପାଣି ନିଷ୍କାସନର ସମସ୍ୟା ଯୋଗୁଁ ପ୍ରତି ବର୍ଷ ବର୍ଷା ଋତୁରେ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି।
ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପ୍ରଶାସନ ଶୀଘ୍ର ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।
Odisha High Court: ପିପିଲି ଥାନା ଏସଆଇଙ୍କୁ ଭର୍ତ୍ସନା, କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।