Fraud: ସୁନା ନାଁରେ ବେଙ୍ଗିପିତଳ ଧରେଇ ଠକୁଥିଲେ: ଧରାପଡ଼ିଲେ ଧୂର୍ତ୍ତ ଦିଅର-ଭାଉଜ, ୧୪ ନକଲି ସୁନାମାଳ ଜବତ
"ଭୁବନେଶ୍ବର: ଖୁବ୍ ସୁନ୍ଦର ନିଖୁଣ ଅଭିନୟ କରି ସ୍ବାମୀଙ୍କ ଚିକିତ୍ସା କଥା କହି ସୁନା ବିକିବା ବାହାନାରେ ଲୋକଙ୍କୁ ବେଙ୍ଗିପିତଳ ଅଳଙ୍କାର ଧରାଇ ଦେଉଥିଲେ।
ବଜାର ଦରଠାରୁ ବହୁ କମ୍ରେ ସୁନା କିଣିବା ଲୋଭରେ ପଡ଼ି ଲୋକେ ସେମାନଙ୍କ ମାୟାଜାଲରେ ଫସିଯାଉଥିଲେ।
ଏଭଳି ଏକ ଧୂର୍ତ୍ତ ଦିଅର-ଭାଉଜ ଯୋଡ଼ି ଶେଷରେ ପୁଲିସ ପଞ୍ଝାରେ ପଡ଼ିଛନ୍ତି।
ନୂଆପଲ୍ଲୀ ଥାନା ପୁଲିସ ହାତରେ ଧରାପଡ଼ିଥିବା ଏହି ଯୋଡ଼ି ହେଲେ ମହାରାଷ୍ଟ୍ର ନାଗପୁରର ଗଣେଶ ସୋଲାଙ୍କି ଓ ତାଙ୍କ ସମ୍ପର୍କୀୟ ଭାଉଜ ଲକ୍ଷ୍ମୀ ସୋଲାଙ୍କି।
ସେମାନେ ବଞ୍ଜାରା ଭଳି ମାଷ୍ଟରକ୍ୟାଣ୍ଟିନ୍ ଛକରେ ଡେରା ପକାଇଥିଲେ।
ପୁଲିସ ସେମାନଙ୍କ ନିକଟରୁ ୧୪ଟି ନକଲି ସୁନାମାଳ ଓ ନଗଦ ୪୫ ହଜାର ଟଙ୍କା ଜବତ କରିଛି।
Advertisment NDA: ଆଜି ଏନ୍ଡିଏ ସଂସଦୀୟ ଦଳ ବୈଠକ, ଉଦ୍ବୋଧନ ଦେବେ ପ୍ରଧାନମନ୍ତ୍ରୀ ଆଲୋଚନାରେ ଭାଗ ନେବେ ବିଜେପି ଯୁବ ନେତା ଆଇଆର୍ସି ଭିଲେଜ୍ ଅଞ୍ଚଳର ଅନିମେଶ ପରିଡ଼ାଙ୍କ ଅଭିଯୋଗ ଆଧାରରେ ନୂଆପଲ୍ଲୀ ଥାନା ପୁଲିସ ମାମଲା ରୁଜୁ କରିବା ସହ ତ୍ବରିତ ଚଢ଼ଉ କରି ମାତ୍ର ଘଣ୍ଟାକ ଭିତରେ ୨ ଠକଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା।
ଆଜି ସକାଳ ପ୍ରାୟ ୭ଟାବେଳେ ଅନିମେଷ ଜୟଦେବବିହାର ଯାଉଥିଲେ।
ରାସ୍ତାରେ ଜଣେ ମହିଳା ଓ ଜଣେ ଯୁବକ ତାଙ୍କୁ ଅଟକାଇଥିଲେ।
ମହିଳାଜଣକ କୋହକୋହ ହୋଇ ହାତଯୋଡ଼ି କହିଲେ ଯେ ତାଙ୍କ ସ୍ବାମୀଙ୍କ ଚିକିତ୍ସା ଖର୍ଚ୍ଚ ପାଇଁ ଲକ୍ଷାଧିକ ଟଙ୍କା ଦରକାର।
ଓଡ଼ିଶାରେ ତାଙ୍କର କେହି ଜଣାଶୁଣା ଲୋକ ନଥିବାରୁ ସେ ଟଙ୍କା ଯୋଗାଡ଼ କରିବାକୁ ତାଙ୍କ ସୁନାମାଳ ବିକିବାକୁ ଚାହୁଛନ୍ତି।
ଏତିକି କହି ସେ ଏକ ସୁନାମାଳ ଦେଖାଇଥିଲେ ଏବଂ ୫୦/୬୦ ହଜାର ଟଙ୍କାରେ ବିକିଦେବେ ବୋଲି କହିଥିଲେ।
ଅନିମେଷ ଦ୍ବନ୍ଦ୍ବରେ ପଡ଼ିଥିଲେ ହେଁ ଲୋଭର ବଶବର୍ତ୍ତୀ ହୋଇ ୪୫ହଜାର ଟଙ୍କାରେ ସୁନାମାଳ କିଣିନେଇଥିଲେ।
କିନ୍ତୁ ସେ ତୁରନ୍ତ ଜଣେ ପରିଚିତ ବଣିଆଙ୍କ ପାଖକୁ ଯାଇ ସୁନାମାଳକୁ ଦେଖାଇଥିଲେ।
ବଣିଆ ସେଇଟିକୁ ବେଙ୍ଗିପିତଳ ବୋଲି କହିବା ପରେ ଅନିମେଷଙ୍କ ମୁଣ୍ଡ ଘୂରାଇ ଦେଇଥିଲା।
ସେ ତୁରନ୍ତ ନୂଆପଲ୍ଲୀ ଥାନାରେ ପହଞ୍ଚି ଜଣାଇଥିଲେ ଏବଂ ପୁଲିସ ଟିମ୍ ସଙ୍ଗେସଙ୍ଗେ ବାହାରି ଠକଯୋଡ଼ିଙ୍କୁ ଖୋଜିଥିଲା।
ଜୟଦେବବିହାର ବସ୍ ରହଣିସ୍ଥଳରେ ପୁଲିସ ସେମାନଙ୍କୁ ଠାବ କରିଥିଲା।
Deep Sleep Hotel: କିମାଶ୍ଚର୍ଯ୍ୟମ୍: ଡିପ୍ ସ୍ଲିପ୍ ହୋଟେଲ୍"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।