Railway Minister: ଗୁଡାରି ବ୍ଲକକୁ ରେଳ ସଂଯୋଗ ଦାବି: ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ କୋରାପୁଟ ସାଂସଦ

Jul 11, 2026 - 15:26
Railway Minister: ଗୁଡାରି ବ୍ଲକକୁ ରେଳ ସଂଯୋଗ ଦାବି: ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ କୋରାପୁଟ ସାଂସଦ

"ରାୟଗଡ଼ା: ରାୟଗଡା ଜିଲ୍ଲାର ଗୁଡାରି ବ୍ଲକକୁ ରେଳ ସଂଯୋଗ ଦାବି କରିଛନ୍ତି କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଲାକା।

ପ୍ରସ୍ତାବିତ ଗୋପାଳପୁର-ରାୟଗଡ଼ା ନୂତନ ରେଳ ଲାଇନ୍‌ର ପୁନଃ ସର୍ବେକ୍ଷଣ ଦାବି କରି କେନ୍ଦ୍ର ରେଳମନ୍ତ୍ରୀ  ଅଶ୍ୱିନୀ ବୈଷ୍ଣବଙ୍କୁ ପତ୍ର ଲେଖିଛନ୍ତି କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଶଙ୍କର ଉଲାକା ।

ଏନେଇ  ଗୋପାଳପୁର-ରାୟଗଡ଼ା ରେଳ ଲାଇନ୍‌ର ପୁନଃ ସର୍ବେକ୍ଷଣ ପାଇଁ ଦାବି କରିଛନ୍ତି ଶ୍ରୀ ଉଲାକା ।Advertisment Textbook Error: ଏଫ୍.ଆଇ.ଆର୍ କରିବାକୁ ଏସସିଇଆରଟି ନିର୍ଦ୍ଦେଶକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ରାୟଗଡ଼ା ଜିଲ୍ଲାର ଗୁଡାରି ବ୍ଲକ ଏକ ଉପାନ୍ତ ଏବଂ ଅପହଁଚ ଅଞ୍ଚଳ ଭାବେ ପରିଚିତ ଏରୁ ରେଳ ସଂଯୋଗ ନହେଲେ ବ୍ଲକର  ୧.୫ ଲକ୍ଷ ରେଳ ସେବାରୁ ବଞ୍ଚିତ ହେବେ ବୋଲି ଚିଠିରେ ଉଲ୍ଲେଖ କରିବା ସହ  ଗୁଡ଼ାରି ଅଞ୍ଚଳ ଦେଇ ଏହି ରେଳ ଲାଇନ୍‌ର ସଂଯୋଗୀକରଣ ପାଇଁ ସାଂସଦ ନିଜ ଚିଠିରେ ଅନୁରୋଧ କରିଛନ୍ତି।

ଦୀର୍ଘ ଦିନ ଧରି ରେଳ ସେବାରୁ ବଞ୍ଚିତ ରହିଛି ଗୁଡ଼ାରି ଏବଂ ଏହାର ଆଖପାଖ ଅଞ୍ଚଳ।

ଏହି ସମସ୍ୟାକୁ ଦୃଷ୍ଟିରେ ରଖି କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଲାକା  ରେଳମନ୍ତ୍ରୀଙ୍କୁ ଚିଠି ଲେଖି ଗୋପାଳପୁର-ରାୟଗଡ଼ା ନୂତନ ରେଳ ପ୍ରକଳ୍ପର ଏକ ରି-ଆଲାଇନ୍‌ମେଣ୍ଟ ସର୍ବେକ୍ଷଣ ପାଇଁ ମଞ୍ଜୁରୀ ଲୋଡ଼ିଛନ୍ତି।

ସାଂସଦ ଶ୍ରୀ ଉଲାକା ନିଜ ପତ୍ରରେ ଏକ ବିକଳ୍ପ ମାର୍ଗର ପ୍ରସ୍ତାବ ରଖିଛନ୍ତି।

ଆଖୁସିଂ–ନାଇରା–ଗୁଡ଼ାରି–ବାଙ୍କିଲି କିମ୍ବା ଦୁର୍ଗି ଦେଇ ଏକ ନୂଆ ଲାଇନ୍ ପ୍ରସ୍ତୁତ କରିବାକୁ ସେ ଅନୁରୋଧ କରିଛନ୍ତି, ଯାହାଦ୍ୱାରା ଏହା ପ୍ରସ୍ତାବିତ ଗୁଣପୁର–ଥେରୁବାଲି ରେଳ ଲାଇନ୍ ସହିତ ସିଧାସଳଖ ଯୋଡ଼ି ହୋଇପାରିବ।

ଏହି ଦିଗରେ ତର୍ଜମା କରିବା ପାଇଁ ସାଂସଦ ଶ୍ରୀ ଉଲାକ ନିଜ ଚିଠିରେ ଉଲ୍ଲେଖ କରିଛନ୍ତି ।

ଗୁଡ଼ାରି ଅଞ୍ଚଳକୁ ରେଳ ସଂଯୋଗ ହେଲେ, ଏହା କେବଳ ଯାତାୟତ ସମସ୍ୟା ଦୂର କରିବ ନାହିଁ, ବରଂ ସ୍ଥାନୀୟ ଲୋକଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା, ଶିକ୍ଷା, ବଜାର ଏବଂ ନୂତନ ନିଯୁକ୍ତି ସୁଯୋଗ ପ୍ରଦାନ କରିବାରେ ଏକ ବଡ଼ ଭୂମିକା ଗ୍ରହଣ କରିବ।

ଏହି ଦୀର୍ଘଦିନର ନ୍ୟାୟୋଚିତ ଦାବିକୁ ରେଳ ବୋର୍ଡ ସକାରାତ୍ମକ ଭାବେ ବିଚାର କରିବ ବୋଲି ସାଂସଦ ଦୃଢ଼ ଆଶାବ୍ୟକ୍ତ କରିଛନ୍ତି।

୧୪ଟି ଷ୍ଟେସନ ରହିବ ଏଠାରେ ସୂଚନଯୋଗ୍ୟଯେ ପୂର୍ବରୁ ପ୍ରସ୍ତାବିତ ଗୋପାଳପୁର ଠାରୁ ରାୟଗଡା ରେଳପଥ ୨୫୦ କିମି ଯାହା ପ୍ରସ୍ତାବିତ ଥିଲା ତାକୁ ବର୍ତ୍ତମାନ ସାମାନ୍ୟ ପରିବର୍ତ୍ତନ କରାଯାଇଛି।

ଗୋପାଳପୁର ଠାରୁ ରାୟଗଡା ପରିବର୍ତେ ରାମନାଗୁଡା ଯାଏଁ ରେଳପଥ ହେବ ।

ଏନେଇ ରେଳବାୟି ବୋର୍ଡ ଦ୍ବାରା ନିଆଯାଇଥିବା ବୈଠକରେ ଗତ ଜୁନ ମାସରେ ନିଷ୍ପତ୍ତି ନିଆଯାଇଛି ବୋଲି ରେଳବାୟ ସୂତ୍ରରୁ ଜଣାପଡିଛି ।

ଇତି ମଧ୍ୟରେ ଏହି ରେଳପଥ ଅଧିନରେ ରହିଥିବା  ତିନି ଜିଲ୍ଲା ଗଞ୍ଜାମ, ଗଜପତି,ରାୟଗଡା ର ରାଜସ୍ବ ଓ ଅନ୍ୟ ଅଧିକାରୀ ମାନଙ୍କ ସହ ମଧ୍ୟ ପ୍ରସ୍ତୁତି ବୈଠକ ସରିଛି  l ଏହାଦ୍ୱାରା ଗୋପାଳପୁର ଠାରୁ ଗଞ୍ଜାମ, ଗଜପତି ଜିଲ୍ଲା ଦେଇ ୧୪ ଟି ଷ୍ଟେସନ ନିର୍ମାଣ ହୋଇ ଏହା ରାୟଗଡା ଜିଲ୍ଲାର  ଲାଉଗୁଡା, ଆଖୁସିଂ, ପଦ୍ମପୁର, ଗୁମୁଡା ଦେଇ ରାମନାଗୁଡ଼ା ପର୍ଯ୍ୟନ୍ତ ଆସିବ ଓ ରାମନାଗୁଡ଼ା ଠାରେ ଏହା ଗୁଣୁପୁର ଥେରୁବାଲି ନୂଆ ରେଳ ଲାଇନ ରେ ଜଂକସନ ହୋଇ ମିଶିବ l ଏହି ନୂଆ ରେଳ ପ୍ରକଳ୍ପ ୧୯୭ କିଲୋମିଟର ରେ ହେବ ଓ ୧୪ ଟି ଷ୍ଟେସନ  ରହିବ l "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।