Murder case:ଶ୍ରଦ୍ଧା ୱାଲକର ହତ୍ୟା ମାମଲା

Jul 11, 2026 - 16:43
Murder case:ଶ୍ରଦ୍ଧା ୱାଲକର ହତ୍ୟା ମାମଲା

"ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଶ୍ରଦ୍ଧା ୱାଲକର ହତ୍ୟାମାମଲାରେ ଦିଲ୍ଲୀର ଏକ ଅଦାଲତ ଜୁଲାଇ ୨୦ ତାରିଖରେ ହେବାକୁ ଥିବା ଶୁଣାଣି ପ୍ରକ୍ରିୟାକୁ ବାତିଲ କରିଛନ୍ତି।

ଅଭିଯୁକ୍ତ ଆଫତାବ ଅମିନ ପୁନାୱାଲା ସେହି ଦିନ ତିହାର ଜେଲ ମଧ୍ୟରେ ତାର ଏମଏ ସୋସିଓଲୋଜିର ଚୂଡ଼ାନ୍ତ ପରୀକ୍ଷା ଦେବାକୁ ଥିବାରୁ କୋର୍ଟଙ୍କ ନିକଟରେ ଶୁଣାଣି ସ୍ଥଗିତ ରଖିବାକୁ ଆବେଦନ କରିଥିଲା।

ଅତିରିକ୍ତ ସେସନ୍ସ ଜଜ୍ ହରଗୁରଭରିନ୍ଦର ସିଂହ ଜଗଗୀ ଏହି ଆବେଦନକୁ ଗ୍ରହଣ କରି ଜୁଲାଇ ୨୦ ର ଶୁଣାଣିକୁ ବାତିଲ କରିବା ସହ ଜୁଲାଇ ୨୧ ତାରିଖ ଅପରାହ୍ନ ୨ଟାରୁ ସାକ୍ଷ୍ୟ ଗ୍ରହଣ ପ୍ରକ୍ରିୟା ପୁନର୍ବାର ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।Advertisment ଆହୁରି ପଢନ୍ତୁ :Railway Minister: ଗୁଡାରି ବ୍ଲକକୁ ରେଳ ସଂଯୋଗ ଦାବି: ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ କୋରାପୁଟ ସାଂସଦ କୋର୍ଟଙ୍କ ଆଦେଶ ଅନୁଯାୟୀ, ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ଏହି ପରୀକ୍ଷା ଜୁଲାଇ ୧୧ ରୁ ଜୁଲାଇ ୨୦ ପର୍ଯ୍ୟନ୍ତ ତିହାର ଜେଲ୍ନମ୍ବର ୩ ମଧ୍ୟରେ ଥିବା ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହେଉଛି।

ଜୁଲାଇ ୨୦ ତାରିଖ ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ଆଫତାବର ଶେଷ ପରୀକ୍ଷା ଥିବାରୁ ସେ କୋର୍ଟରେ ହାଜିରା ଦେବାରୁ ମୁକ୍ତି ମାଗିଥିଲା।

ପୂର୍ବରୁ କୋର୍ଟ ଜୁଲାଇ ୨୦ ରୁ ୨୫ ପର୍ଯ୍ୟନ୍ତ ପ୍ରତିଦିନ ସାକ୍ଷ୍ୟ ଗ୍ରହଣ ପାଇଁ ଦିନ ଧାର୍ଯ୍ୟ କରିଥିଲେ।

ସରକାରୀ ପକ୍ଷ ଅନୁଯାୟୀ, ଏହି ମାମଲାରେ ଏପର୍ଯ୍ୟନ୍ତ ଆହୁରି ୮ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ ହେବା ବାକି ଅଛି।

ଆହୁରି ପଢନ୍ତୁ :Omar Abdullah: ବିଜେପି ପକ୍ଷରୁ ଏନସି ବିଧାୟକମାନଙ୍କୁ ଦଳ ବଦଳାଇବା ପାଇଁ ୨୦ରୁ ୩୦ କୋଟି ଟଙ୍କାର ଅଫର ଦିଆଯାଇଥିଲା: ଓମର ଅବଦୁଲ୍ଲା ଉଲ୍ଲେଖଯୋଗ୍ୟ ଯେ, ମେ ୨୦୨୨ ରେ ଆଫତାବ୍ ତାର ଲିଭ୍-ଇନ୍ ପାର୍ଟନର ଶ୍ରଦ୍ଧା ୱାଲକର (୨୭)ଙ୍କୁ ଗଳା ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି।

ହତ୍ୟା ପରେ ସେ ଶ୍ରଦ୍ଧାଙ୍କ ଶରୀରକୁ ଅନେକ ଖଣ୍ଡ କରି ଫ୍ରିଜରେ ରଖିଥିଲା ଏବଂ ପରେ ଦିଲ୍ଲୀର ବିଭିନ୍ନ ଜଙ୍ଗଲ ଅଞ୍ଚଳରେ ଫିଙ୍ଗି ଦେଇଥିଲା।

ନଭେମ୍ବର ୨୦୨୨ ରେ ଆଫତାବକୁ ଗିରଫ କରାଯାଇଥିଲା ଏବଂ ୨୦୨୩ ମସିହାରୁ ଏହି ମାମଲାର ବିଚାର ଚାଲିଛି।

ନ୍ୟାୟ ପାଇଁ ଲଢ଼ୁଥିବା ଶ୍ରଦ୍ଧାଙ୍କ ପିତା ବିକାଶ ୱାଲକରଙ୍କର ମଧ୍ୟ ଦେହାନ୍ତ ହୋଇସାରିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।