Raid at Meenar Mandal's house: ୧୫ କେଜି ସୁନା ଓ ୨୦ କୋଟି ଟଙ୍କା ଜବତ ବୀରଭୂମର ମିନାର ମଣ୍ଡଳଙ୍କ ଘରେ ଚଢ଼ାଉ ପରେ ଚାଞ୍ଚଲ୍ୟ

Jul 30, 2026 - 16:00
Raid at Meenar Mandal's house: ୧୫ କେଜି ସୁନା ଓ ୨୦ କୋଟି ଟଙ୍କା ଜବତ ବୀରଭୂମର ମିନାର ମଣ୍ଡଳଙ୍କ ଘରେ ଚଢ଼ାଉ ପରେ ଚାଞ୍ଚଲ୍ୟ

"କୋଲକାତା: ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାରେ ଜଣେ ବସ୍‌ ଚାଳକଙ୍କ ଘରୁ ବିପୁଳ ପରିମାଣର ନଗଦ ଟଙ୍କା ଓ ସୁନା ମିଳିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି।

ବୁଧବାର ଭୋର ସମୟରେ ମହମ୍ମଦବଜାର ଅଞ୍ଚଳରେ ମିନାର ମଣ୍ଡଳ ନାମକ ବ୍ୟକ୍ତିଙ୍କ ଘରେ ଚଢ଼ଉ କରି ତଦନ୍ତକାରୀଅଧିକାରୀମାନେ ପ୍ରାୟ ୧୫ କିଲୋଗ୍ରାମ୍ ସୁନା ଓ ୨୦ କୋଟି ନଗଦ ଟଙ୍କା ଜବତ କରିଛନ୍ତି।Advertisment ଆହୁରି ପଢନ୍ତୁ:Attack: ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ; ଚାଲିଗଲା ଜୀବନ ସୂଚନା ଅନୁସାରେ, ମିନାର ମଣ୍ଡଳ ଏକ ସରକାରୀ ବସ୍‌ ଚାଳକ ଭାବେ କାମ କରୁଥିଲେ।

ପରେ ସେ ଚାକିରି ଛାଡ଼ି ଏକ ପଥର ବ୍ୟବସାୟ କରୁଥିଲେ।

ଅନ୍ୟ ପଥ ବ୍ୟବସାୟୀଙ୍କ ଘରେ ମଧ୍ୟ ତଲାସି ଚାଲିଛି।

ମିନାର ମଣ୍ଡଳଙ୍କ ଘରେ ଏତେ ପରିମାଣର ସୁନା ଓ ନଗଦ ଟଙ୍କା ମିଳିବା ପରେ ତଦନ୍ତକାରୀ ସଂସ୍ଥା ମଧ୍ୟ ଆଶ୍ଚର୍ଯ୍ୟ ହୋଇଛି।

ତଦନ୍ତରେ ଅଧିକାରୀମାନେ ଜାଣିବାକୁ ଚେଷ୍ଟା କରୁଛନ୍ତି ଯେ, ଜଣେ ସାଧାରଣ ବସ୍‌ ଚାଳକଙ୍କ ପାଖରେ ଏତେ ପରିମାଣର ସମ୍ପତ୍ତି କିପରି ଆସିଲା।

ଆହୁରି ପଢନ୍ତୁ:Chudialanji Double Murder Case ଚୁଡ଼ିଆଲାଞ୍ଜିରେ ମାଆ ଓ ପୁଅକୁ ହତ୍ୟା ମାମଲା: ଭଣଜା ଓ ମାଇଁକୁ ଆଜୀବନ ଜେଲ୍  ଟଙ୍କା ଓ ସୁନାର ଉତ୍ସ, ଏହା ପଛରେ କୌଣସି ବେଆଇନ କାରବାର ରହିଛି କି ନାହିଁ, ସେ ନେଇ ଯାଞ୍ଚ କରାଯାଉଛି।

ବୀରଭୂମ ଜିଲ୍ଲା ରାଜନୈତିକ ଭାବେ ମଧ୍ୟ ଚର୍ଚ୍ଚିତଅଞ୍ଚଳ।

ପୂର୍ବରୁ ଏହି ଜିଲ୍ଲାରେ ବିଭିନ୍ନ ଆର୍ଥିକ ଅନିୟମିତତା ଓ ଦୁର୍ନୀତି ମାମଲାକୁ ନେଇ ତଦନ୍ତ ହୋଇଛି।

ଏହି ଘଟଣାରେ ମଧ୍ୟ ତଦନ୍ତ ଆଗକୁ ବଢ଼ିବା ସହ ଆହୁରି ତଥ୍ୟ ସାମ୍ନାକୁ ଆସିପାରେ ବୋଲି ଅଧିକାରୀମାନେ କହିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।