Raid: ଏମ୍‌ଡିଏମ୍‌ ଚାଉଳରେ ବଡ଼ ହେରଫେର! ୧୫୩୪ ବସ୍ତା ଗାଏବ, ଗୋଦାମ ସିଲ୍‌

Sep 04, 2026 - 22:41
Raid: ଏମ୍‌ଡିଏମ୍‌ ଚାଉଳରେ ବଡ଼ ହେରଫେର! ୧୫୩୪ ବସ୍ତା ଗାଏବ, ଗୋଦାମ ସିଲ୍‌

"ପାରଳାଖେମୁଣ୍ଡି (ସୁଜିତ ବିଷୋୟୀ): ସ୍କୁଲ ପିଲାଙ୍କ ମଧ୍ୟାହ୍ନ ଭୋଜନ ପାଇଁ ଉଠାଯାଇଥିବା ଚାଉଳରେ ବଡ଼ ହେରଫେର!

ବିଶେଷ ସୂତ୍ରରୁ ଖବର ପାଇ ନୂଆଗଡ଼ା ବ୍ଲକ୍‌ ଖଜୁରୀପଦା ଛକ ନିକଟ ଏକ ଅନଧିକୃତ ଗୋଦାମରେ ଯୋଗାଣ ବିଭାଗ ଚଢ଼ଉ କରିବା ପରେ ହିସାବରେ ଥିବା ୩୦୮୬ ବସ୍ତା ଚାଉଳ ମଧ୍ୟରୁ ମାତ୍ର ୧୫୫୨ ବସ୍ତା ମିଳିଛି।

ଅର୍ଥାତ୍‌ ୧୫୩୪ ବସ୍ତା ଚାଉଳର ପତ୍ତା ମିଳିନାହିଁ।

ଘଟଣାକୁ ଗୁରୁତ୍ୱର ସହ ନେଇ ପ୍ରଶାସନ ଗୋଦାମକୁ ସିଲ୍‌ କରିଥିବାବେଳେ ସମ୍ପୃକ୍ତ ସଂସ୍ଥା ବିରୋଧରେ ମାମଲା ରୁଜୁ ଓ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

Advertisment ସୂଚନା ଅନୁସାରେ, ଚାଉଳ ପରିବହନ ପାଇଁ ଠିକା ପାଇଥିବା ସଂସ୍ଥା ଚାଉଳ ଉଠାଣ ପରେ ସିଧା ସଳଖ ବିଦ୍ଯାଳୟରେ ପହଞ୍ଚାଇବା କଥା କିନ୍ତୁ ଅଧ ବାଟ ରେ ଗୋଦାମରେ ଓହ୍ଲାଇ ବସ୍ତା ୪ରୁ ପାଞ୍ଚ କିଲୋ ବାହାର କରି ସେହି ଚାଉଳକୁ ବାହାରେ ବିକ୍ରି କରୁଥିବା ବେଳେ ବିଦ୍ଯାଳୟରେ ପହଞ୍ଚୁଥିବା ଚାଉଳ ଓଜନରେ କମ ରହୁଥିବା ନେଇ ଅଭିଯୋଗ ହୋଇ ଆସୁଥିବା ବେଳେ ସେହି ଚୋରା ଚାଉଳ ଗଛିତ ଥିବା ବିଶେଷ ସୂତ୍ରରୁ ଖବର ପାଇ ଯୋଗାଣ ବିଭାଗ ଓ ମାଜିଷ୍ଟ୍ରେଟ୍‌ ଗୋଦାମରେ ଚଢ଼ଉ କରିଥିଲେ।

Feeling Sleepy After Lunch: ମଧ୍ୟାହ୍ନ ଭୋଜନ ପରେ ଆପଣଙ୍କୁ ବାରମ୍ବାର ନିଦ ଲାଗୁଛି କି?

କ"ଣ ରହିଛି କାରଣ, ଜାଣନ୍ତୁ...

ରାୟଗଡ଼ା, ଆର୍‌.

ଉଦୟଗିରି ଓ ନୁଆଗଡ଼ା ବ୍ଲକ୍‌ର ସ୍କୁଲଗୁଡ଼ିକୁ ଯୋଗାଣ ପାଇଁ ପାରଳାଖେମୁଣ୍ଡି ଆର୍‌ଏମ୍‌ସିରୁ ଉଠାଯାଇଥିବା ଏମ୍‌ଡିଏମ୍‌ ଚାଉଳ ସେଠାରେ ଗଚ୍ଛିତ ରଖାଯାଇଥିଲା।

ଯାଞ୍ଚ ସମୟରେ ଚାଉଳର ପରିମାଣରେ ବ୍ୟାପକ ଅସଙ୍ଗତି ଧରାପଡ଼ିଥିଲା।

ହିସାବ ଅନୁଯାୟୀ ୩୦୮୬ ବସ୍ତା ରହିବାକୁ ଥିବାବେଳେ ୧୫୫୨ ବସ୍ତା ମିଳିଥିଲା।

ଅବଶିଷ୍ଟ ୧୫୩୪ ବସ୍ତା ଚାଉଳ କୁଆଡ଼େ ଗଲା, ତାହାର ସନ୍ତୋଷଜନକ ହିସାବ ଦେଇ ପାରିନଥିଲେ ତେଣୁ ଘଟଣାକୁ ଗୁରୁତ୍ୱର ସହ ନେଇ ଗୋଦାମ ସିଲ୍‌ କରାଯାଇଛି।

ସମ୍ପୃକ୍ତ ସଂସ୍ଥା ବିରୋଧରେ ମାମଲା ରୁଜୁ କରିବାକୁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବାବେଳେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଓ ସଂସ୍ଥାକୁ କଳାତାଲିକାଭୁକ୍ତ କରିବା ନେଇ ପଦକ୍ଷେପ ପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ସୁପାରିସ କରାଯାଇଥିବା ଉପଜିଲ୍ଲାପାଳ ଅନୁପ ପଣ୍ଡା ସୂଚନା ଦେଇଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)