Welcome!

Unlock your personalized experience.
Sign Up

Rahul Gandhi: ସିଜେପି ନେତାଙ୍କ ଗିରଫଦାରୀକୁ ନେଇ ବର୍ଷିଲେ ରାହୁଲ ଗାନ୍ଧୀ ଓ ବିରୋଧୀ

Oct 14, 2026 - 23:25
Rahul Gandhi: ସିଜେପି ନେତାଙ୍କ ଗିରଫଦାରୀକୁ ନେଇ ବର୍ଷିଲେ ରାହୁଲ ଗାନ୍ଧୀ ଓ ବିରୋଧୀ

ନୂଆଦିଲ୍ଲୀ: ମତଦାତା ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍) ଏବଂ ଯନ୍ତର ମନ୍ତର ପ୍ରସଙ୍ଗରେ କକ୍ରୋଚ୍ ଜନତା ପାର୍ଟି (ସିଜେପି)ର ପ୍ରମୁଖ ନେତା ସୌରଭ ଦାସ ଏବଂ ଆଶୁତୋଷ ରାଙ୍କାଙ୍କୁ ୫ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯିବା ଘଟଣାକୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ସମେତ ବିଭିନ୍ନ ବିରୋଧୀ ଦଳ ନେତା ତୀବ୍ର ସମାଲୋଚନା କରିଛନ୍ତି। ସମ୍ପ୍ରତି ପ୍ରତିବାଦ ସ୍ଥଳ ତାଲିକାରୁ ବାଦ ଦିଆଯାଇଥିବା ଯନ୍ତର ମନ୍ତରରେ ବେଆଇନ ପ୍ରବେଶ ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଥିବା ବେଳେ ରାହୁଲ ଗାନ୍ଧୀ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ, ଯନ୍ତର ମନ୍ତରରେ ଏକ ଶାନ୍ତିପୂର୍ଣ୍ଣ ପ୍ରତିବାଦ ସଭାରେ ତ୍ରିରଙ୍ଗା ଉଡ଼ାଇବା କୌଣସି ଅପରାଧ ନୁହେଁ।

ଆହୁରି ପଢନ୍ତୁ: Rahul Gandhi: ସୁପ୍ରିମକୋର୍ଟ ରାଜନୈତିକ ପ୍ରଭାବ ପ୍ରଦର୍ଶନ ପାଇଁ ଏକ ମଞ୍ଚ ନୁହେଁ, ରାହୁଲ ଗାନ୍ଧୀଙ୍କ ପଦଯାତ୍ରାକୁ ବିରୋଧ କଲେ ୨୦୦ ଆଇନଜୀବୀ

ଏଥିପାଇଁ ଯୁବକମାନଙ୍କୁ ଜେଲ୍‌ରେ ଭର୍ତ୍ତି କରିବା ସରକାରଙ୍କ ଏକ ଭୀରୁତାପୂର୍ଣ୍ଣ କାର୍ଯ୍ୟ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ସମସ୍ତ ଛାତ୍ର, ଯୁବକ, ସାମ୍ବାଦିକ ଏବଂ ଇଣ୍ଡି ମେଣ୍ଟର ନେତାମାନେ ଭିନ୍ନ ଭିନ୍ନ ବ୍ୟାନର ତଳେ ଆନ୍ଦୋଳନ କରୁଥିଲେ ହେଁ ସେମାନଙ୍କ ଉଦ୍ଦେଶ୍ୟ ଏକ। ଯନ୍ତର ମନ୍ତର ଭାରତର ଜନସାଧାରଣଙ୍କର, ଯାହାକୁ ସେମାନେ ପୁନର୍ବାର ହାସଲ କରିବେ ବୋଲି ରାହୁଲ କହିଛନ୍ତି। ସିଜେପିକୁ ରାହୁଲ ପ୍ରଥମ ଥର ପାଇଁ ଖୋଲା ସମର୍ଥନ କରିଥିବାରୁ ଏହାକୁ ସିଜେପି ସ୍ବାଗତ କରିଛି।

ଏହି ଘଟଣାକୁ ନେଇ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ପ୍ରଶ୍ନ ଉଠାଇ କହିଛନ୍ତି ଯେ, ନିଜ ଦେଶରେ ତ୍ରିରଙ୍ଗା ଉଡ଼ାଇବା କେବେଠାରୁ ଅପରାଧ ବୋଲି ଗଣାଗଲା। ସେହିପରି ତୃଣମୂଳ କଂଗ୍ରେସ ସାଂସଦ ଅଭିଷେକ ବାନାର୍ଜୀ ବିଜେପିକୁ କଟାକ୍ଷ କରି ଏହାକୁ ଭାରତର ‘ପାକିସ୍ତାନୀକରଣ’ ବୋଲି ଅଭିହିତ କରିଛନ୍ତି। ସେ କହିଛନ୍ତି ଯେ ନିଜକୁ ବଡ଼ ସ୍ୱଦେଶୀ ବା ଜାତୀୟତାବାଦୀ କହୁଥିବା ଶାସକ ଦଳ ନିଜ ଦେଶର ନାଗରିକଙ୍କୁ ତ୍ରିରଙ୍ଗା ଉଡ଼ାଇବା ଅଭିଯୋଗରେ ଗିରଫ କରୁଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)