Rahul Gandhi : ଭାଇ ବନାମ ଭାଇ: ତେହସିନ୍ଙ୍କୁ ଶେହଜାଦ୍ଙ୍କ ଟାର୍ଗେଟ୍, ରାହୁଲଙ୍କୁ ନେଇ ପ୍ରଶ୍ନ
"ନୂଆଦିଲ୍ଲୀ: ରାଜନୈତିକ ମତପାର୍ଥକ୍ୟ ପାଇଁ ଦୀର୍ଘଦିନ ଧରି ଚର୍ଚ୍ଚାରେ ଥିବା ପୁନାୱାଲ୍ଲା ଭାଇ ତେହସିନ୍ ଓ ଶେହଜାଦ୍ଙ୍କ ମଧ୍ୟରେ ପୁଣି ଆରମ୍ଭ ହୋଇଛି ବାକଯୁଦ୍ଧ।
ତେହସିନ୍ କେନ୍ଦ୍ର ସରକାରଙ୍କ ଚିନି ନୀତି ଓ ଇଥାନଲ୍ ମିଶ୍ରିତ ଇ-୨୦ ପେଟ୍ରୋଲ୍କୁ ନେଇ ପ୍ରଶ୍ନ ଉଠାଇବା ପରେ ଶେହଜାଦ୍ ତାଙ୍କୁ ଟାର୍ଗେଟ୍ କରିବା ସହକଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି।Advertisment ଆହୁରି ପଢନ୍ତୁ : Robbers arrested ବଡ଼ରମା ଘାଟିରେ କଣ୍ଟେନର ଚାଳକଙ୍କୁ ଲୁଟ୍ ମାମଲା: ୨ ଗିରଫ ତେହସିନ୍ ନିକଟରେ ଏକ୍ସରେ ଏକ ପୋଷ୍ଟ କରି କହିଥିଲେ, ଦେଶରେ "ଚିନି ଦୁର୍ନୀତି" ଯୋଗୁ ସାଧାରଣ ଲୋକଙ୍କୁ ଅଧିକ ଦାମରେ ଚିନି କିଣିବାକୁ ପଡ଼ୁଛି।
ଏଥିସହ ଇ-୨୦ ପେଟ୍ରୋଲ୍ ଯୋଗୁ ଗାଡ଼ି ନଷ୍ଟ ହେଉଥିବା ମଧ୍ୟ ସେ ଅଭିଯୋଗ କରିଥିଲେ।
ଦିଲ୍ଲୀ ପୁଲିସ ତାଙ୍କୁ "ଗୃହବନ୍ଦୀ" କରିଥିବା ଦାବି କରି ସେ ପୁଲିସ କର୍ମଚାରୀଙ୍କୁ ଆଖୁ ରସ ପରିବେଷଣ କରୁଥିବା ଏକ ଭିଡିଓ ମଧ୍ୟ ପୋଷ୍ଟ କରିଥିଲେ।
ଏହାର ଜବାବରେ ଶେହଜାଦ୍ ତାଙ୍କ ଭାଇଙ୍କୁ ସମ୍ବୋଧନ କରି ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍ କରିଥିଲେ।
ସେ ପ୍ରଶ୍ନ କରିଥିଲେ, ନେତାଙ୍କ ପୁଅମାନଙ୍କ କଥା କହୁଥିବା ତେହସିନ୍ଙ୍କ "ବେଟା ବଢ଼ାଓ ଯୋଜନା"ର ଲାଭାର୍ଥୀ ରାହୁଲ ଗାନ୍ଧୀ କି?
ସେ ଆହୁରି ପ୍ରଶ୍ନ କରିଥିଲେ, ରାହୁଲଙ୍କର କେଉଁ ଯୋଗ୍ୟତା ରହିଛି ଯେ ତାଙ୍କୁ "ଜନନାୟକ" କୁହାଯାଉଛି।
ଆହୁରି ପଢନ୍ତୁ : Cancer: କ୍ୟାନସର୍ ମୁକାବିଲା: ଘରୋଇ ସଂସ୍ଥା ସହଯୋଗ ଲୋଡ଼ିଲେ ମନ୍ତ୍ରୀ ଏପରିକି ରାହୁଲ ଜଣେ ବୁଥ୍ସ୍ତରୀୟ ନେତା ହେବା ପାଇଁ ମଧ୍ୟ ଯୋଗ୍ୟ ନୁହନ୍ତି ବୋଲି ଶେହଜାଦ୍ କହିଛନ୍ତି।ଚିନି ଦର ବୃଦ୍ଧି ନେଇ କେନ୍ଦ୍ର ସରକାର ତେହସିନ୍ଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି।
ଇଥାନଲ୍ ଉତ୍ପାଦନ ପାଇଁ ଆଖୁ ବ୍ୟବହାର ଯୋଗୁ ଚିନି ଦର ବଢ଼ିନାହିଁ ବୋଲି ସରକାର କହିଛନ୍ତି।
କମ୍ ଚିନି ଉତ୍ପାଦନ, ପର୍ବପର୍ବାଣି ପୂର୍ବରୁ ଚାହିଦା ବୃଦ୍ଧି, ପାଣିପାଗଜନିତ ଫସଲ କ୍ଷତି ଓ କେତେକ ବ୍ୟବସାୟୀଙ୍କ ମହଜୁଦ ରଖିବା ଯୋଗୁ ଦର ବଢ଼ିଥିବା ସରକାର କହିଛନ୍ତି।
ଏହା ସହ ଚିନି ଆମଦାନି ପାଇଁ ମଧ୍ୟ ଅନୁମତି ଦିଆଯାଇଛି।
ଆହୁରି ପଢନ୍ତୁ : tennis: ଏସୀୟ କ୍ରୀଡ଼ା ଟେନିସ ଦଳ ଚୟନକୁ ନେଇ ପ୍ରଶ୍ନ ଉଠାଇଲେ ବୋପନ୍ନା ଏହି ଦୁଇ ଭାଇଙ୍କ ରାଜନୈତିକ ମତପାର୍ଥକ୍ୟ ବେଶ୍ ପୁରୁଣା।
ତେହସିନ୍ କଂଗ୍ରେସ ସମର୍ଥକ ଭାବେ ପରିଚିତ ହୋଇଥିବା ବେଳେ ଶେହଜାଦ୍ ୨୦୧୭ରେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ।
ତେବେ ଚଳିତ ଅଗଷ୍ଟରେ ଶେହଜାଦ୍ ବିଜେପିରୁ ଇସ୍ତଫା ଦେଇଛନ୍ତି।
ବ୍ୟକ୍ତିଗତ ଓ ଆର୍ଥିକକାରଣରୁ ଘରୋଇ କ୍ଷେତ୍ରକୁ ଫେରିବା ପାଇଁ ସେ ଦଳ ଛାଡ଼ିଥିବା କହିଥିଲେ।
ତେବେ ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚିନ୍ତାଧାରା ପ୍ରତି ନିଜ ସମର୍ଥନ ବଜାୟ ରଖିବେ ବୋଲି ଶେହଜାଦ୍ ସ୍ପଷ୍ଟ କରିଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
