Rahul Gandhi : ଇଣ୍ଡି ମେଣ୍ଟ ଆନ୍ଦୋଳନରେ ମହିଳା ପୁଲିସଙ୍କୁ ଯୌନ ନିର୍ଯାତନା

Oct 09, 2026 - 19:04
Rahul Gandhi : ଇଣ୍ଡି ମେଣ୍ଟ ଆନ୍ଦୋଳନରେ ମହିଳା ପୁଲିସଙ୍କୁ ଯୌନ ନିର୍ଯାତନା

"ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଦିଲ୍ଲୀରେ ଅନୁଷ୍ଠିତ କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ ସମୟରେ ମହିଳା ପୁଲିସ କର୍ମଚାରୀଙ୍କୁ ଅସଦାଚରଣ ଓ ଯୌନ ନିର୍ଯାତନା ଦିଆଯାଇଥିବା ନେଇ ଶୁକ୍ରବାର ସରକାର ସୁପ୍ରିମ୍‌କୋର୍ଟରେ ଅଭିଯୋଗ କରିଛନ୍ତି।

ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ସର୍ବୋଚ୍ଚ ଅଦାଲତଙ୍କୁ କହିଛନ୍ତି ଯେ, ଦୁଇ ଦିନ ତଳର ଭିଜୁଆଲ ଦେଖନ୍ତୁ, ଯେଉଁଥିରେ ମହିଳା ପୁଲିସ ଅଧିକାରୀମାନଙ୍କୁ ଯୌନ ନିର୍ଯାତନା ଦିଆଯାଇଛି ଏବଂ ସେମାନେ ଆହତ ହୋଇଛନ୍ତି।

ପୁଲିସ କର୍ମଚାରୀଙ୍କୁ ଗାଳିଗୁଲଜ କରାଯାଇଥିଲେ ମଧ୍ୟ ସେମାନେ ଦାୟିତ୍ୱବାନ ଭାବେ କାର୍ଯ୍ୟ କରିଛନ୍ତି।

ଅନୁମତି ମିଳିନଥିବା ଏହି ବିକ୍ଷୋଭ ବେଆଇନ ଥିଲା ବୋଲି ସେ ଦର୍ଶାଇଛନ୍ତି।Advertisment ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କୁ ହଟାଇବା ଏବଂ "ଭୋଟ ଚୋରି" ଅଭିଯୋଗରେ ବିରୋଧୀ ଇଣ୍ଡି ମେଣ୍ଟର ସାଂସଦମାନେ ଦୁଇ ଦିନ ତଳେ ଯନ୍ତର ମନ୍ତର ଅଭିମୁଖେ ଯାଉଥିବା ବେଳେ ପୁଲିସ ସହ ସଂଘର୍ଷ ହୋଇଥିଲା।

ଅକ୍ଟୋବର ୧୦ରେ ମୁଖ୍ୟ ନିର୍ବାଚନ କମିସନରଙ୍କ ବିରୋଧରେ କକ୍ରୋଚ୍ ଜନତା ପାର୍ଟି (ସିଜେପି) ପକ୍ଷରୁ ଅନ୍ୟ ଏକ ପ୍ରତିବାଦ ପୂର୍ବରୁ ଦିଲ୍ଲୀରେ ଲାଗୁ କଟକଣାକୁ ଚ୍ୟାଲେଞ୍ଜ କରୁଥିବା ଆବେଦନର ଶୁଣାଣି ବେଳେ ସଲିସିଟର ଜେନେରାଲ ଏହି ମନ୍ତବ୍ୟ ଦେଇଛନ୍ତି।

ବିଜେପି ମୁଖପାତ୍ର ପ୍ରଦୀପ ଭଣ୍ଡାରୀ ଏକ୍ସରେ ଭିଡିଓ ସେୟାର କରି ରାହୁଲ ଗାନ୍ଧୀ ଜଣେ ମହିଳା ପୁଲିସ ଅଧିକାରୀଙ୍କୁ ଠେଲିବାକୁ ଚେଷ୍ଟା କରୁଥିବା ଅଭିଯୋଗ ମଧ୍ୟ ଆଣିଛନ୍ତି।।

ବୁଧବାରର ବିକ୍ଷୋଭ ପରେ ଅଶୋକା ରୋଡରେ ଧସ୍ତାଧସ୍ତି ବେଳେ ରାହୁଲ ଗାନ୍ଧୀ ଜଣେ ମହିଳା ପୁଲିସଙ୍କୁ ଅଶୋଭନୀୟ ଭାବେ ସ୍ପର୍ଶ କରିଥିବା ବିଜେପି ମୁଖପାତ୍ର ଗୌରବ ଭାଟିଆ ଅଭିଯୋଗ କରି କ୍ଷମା ପ୍ରାର୍ଥନା ଦାବି କରିଛନ୍ତି।

ସୂଚନାଯୋଗ୍ୟ, ପୁଲିସ ବସଗୁଡ଼ିକୁ ଅଟକାଇବା ପରେ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ଅନ୍ୟ ଇଣ୍ଡି ମେଣ୍ଟର ନେତାମାନଙ୍କୁ ପୁଲିସ ଜବରଦସ୍ତ ଉଠାଇ ନେଇ ଅଟକ ରଖିଥିଲା।

ଏହି ଘଟଣାର ଗୋଟିଏ ଦିନ ପୂର୍ବରୁ ବିରୋଧୀ ସାଂସଦମାନେ ନିର୍ବାଚନ କମିସନରଙ୍କୁ ସାକ୍ଷାତ କରିବା ଦାବିରେ ୮ ଘଣ୍ଟା ଧରି ଧାରଣା ଦେଇଥିଲେ।

ସର୍ବୋଚ୍ଚ ଅଦାଲତ କଟକଣାର ବୈଧତା ଓ ପରିସର ଆକଳନ କରିବା ପାଇଁ ପ୍ରକୃତ ପୁଲିସ ଆଦେଶନାମା ତଲବ କରିଛନ୍ତି।

ନଦୀରୁ ମିଳିଲା ନବବିବାହିତ ଦମ୍ପତିଙ୍କ ମୃତଦେହ: ଶିକୁଳିରେ ବନ୍ଧା ଗୋଡ଼"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)