Rahul Gandhi targets PM Modi: ଟାଟା ଗ୍ରୁପ୍‌କୁ ଜାଣିଶୁଣି ନଷ୍ଟ କରାଯାଉଛି: ରାହୁଲ ଗାନ୍ଧୀ

Oct 28, 2026 - 16:37
Rahul Gandhi targets PM Modi: ଟାଟା ଗ୍ରୁପ୍‌କୁ ଜାଣିଶୁଣି ନଷ୍ଟ କରାଯାଉଛି: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଦେଶର ପ୍ରମୁଖ ଶିଳ୍ପ ସଂସ୍ଥା ଟାଟା ଗ୍ରୁପ୍‌ କୁ ଜାଣିଶୁଣି ନଷ୍ଟ କରାଯାଉଛି।

ଏହାକୁ ନେଇ ଦେଶର କୌଣସି ବଡ଼ ଶିଳ୍ପପତି ମୁହଁ ଖୋଲୁନାହାନ୍ତି।

ଏଭଳି ଅଭିଯୋଗ ଆଣିଛନ୍ତି କଂଗ୍ରେସ ନେତା ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ।

ଦେଶର ବ୍ୟବସାୟ ଜଗତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହ ମନ୍ତ୍ରୀ ଅମିତ ଶାହ ଙ୍କ ବ୍ୟକ୍ତିଗତ ସମ୍ପତ୍ତି ନୁହେଁ ବୋଲି ସେ କହିଛନ୍ତି।ବୁଧବାର ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ''ଏକ୍ସ''ରେ ଏକ ପୋଷ୍ଟ କରି ରାହୁଲ କହିଛନ୍ତି, ଟାଟା ଗ୍ରୁପ୍‌କୁ ନଷ୍ଟ କରାଯାଉଛି ଏବଂ ଏହା ବିରୋଧରେ କୌଣସି ଶିଳ୍ପପତି କିଛି କହିବାକୁ ସାହସ କରୁନାହାନ୍ତି।

ଶିଳ୍ପପତିମାନେ କେତେ ଦିନ ଚୁପ୍ ରହିବେ ବୋଲି ସେ ପ୍ରଶ୍ନ କରିଛନ୍ତି।

ଏହି ଘଟଣାରେ ନ୍ୟାୟ ନିଶ୍ଚିତ କରିବାକୁ ସେ ଉଦ୍ୟମ କରିବେ ବୋଲି କହିଛନ୍ତି।

Advertisment ଅଭିଯୋଗ ଉପରେ ଟାଟା ଗ୍ରୁପ୍‌ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ଟାଟା ଗ୍ରୁପ୍‌ର ମୂଳ କମ୍ପାନି ଟାଟା ସନ୍ସର ନେତୃତ୍ୱକୁ ନେଇ ଦେଖାଦେଇଥିବା ବିବାଦ ପରେ ରାହୁଲ ଏହି ମନ୍ତବ୍ୟ ଦେଇଛନ୍ତି।

ଟାଟା ଟ୍ରଷ୍ଟସର ଅଧ୍ୟକ୍ଷ ନୋଏଲ ଟାଟା, ଟାଟା ସନ୍ସର ଅଧ୍ୟକ୍ଷ ଏନ ଚନ୍ଦ୍ରଶେଖରନଙ୍କୁ ପୁନର୍ବାର ଏହି ପଦରେ ନିଯୁକ୍ତି ଦେବା ନିଷ୍ପତ୍ତିକୁ ନେଇ ଆପତ୍ତି ଉଠାଇଛନ୍ତି।

ସେପ୍ଟେମ୍ବର ୧୭ରେ ଟାଟା ସନ୍ସର ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ହୋଇଥିଲା।

ନୋଏଲ ଟାଟାଙ୍କ ଅଭିଯୋଗ ଅନୁସାରେ, ଚନ୍ଦ୍ରଶେଖରନଙ୍କ ପୁନଃନିଯୁକ୍ତି ପ୍ରସ୍ତାବ ବୈଠକର ଏଜେଣ୍ଡାରେ ସ୍ପଷ୍ଟ ଭାବେ ଉଲ୍ଲେଖ ନଥିଲା।

ଏଥିସହ ନିଯୁକ୍ତି ପ୍ରକ୍ରିୟାରେ ଆବଶ୍ୟକ ନିୟମ ପାଳନ କରାଯାଇନଥିବା ଏବଂ ନିଷ୍ପତ୍ତି ସମ୍ପର୍କିତ ଆବଶ୍ୟକ ଦସ୍ତାବିଜ୍ ତାଙ୍କୁ ଦିଆଯାଇନଥିବା ସେ ଦର୍ଶାଇଛନ୍ତି।

ଏହି ନିଷ୍ପତ୍ତିର ବୈଧତା ଉପରେ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି।

ନୋଏଲ ଟାଟା ବୈଠକର ଅଡିଓ ଓ ଭିଡିଓ ରେକର୍ଡିଂ, ଚୂଡ଼ାନ୍ତ ବୈଠକ ବିବରଣୀ ଓ ନିଷ୍ପତ୍ତିର ନକଲ ମାଗିଛନ୍ତି।

ଏହି ଦସ୍ତାବିଜ୍ ଓ ଅନ୍ୟାନ୍ୟ ତଥ୍ୟ ସାତ ଦିନ ମଧ୍ୟରେ ଦେବାକୁ ସେ ଟାଟା ସନ୍ସକୁ ଅନୁରୋଧ କରିଛନ୍ତି।

ଟାଟା ସନ୍ସର ନେତୃତ୍ୱକୁ ନେଇ ଦେଖାଦେଇଥିବା ଏହି ବିବାଦ ଏବେ କର୍ପୋରେଟ୍ ଜଗତ ସହ ରାଜନୈତିକ କ୍ଷେତ୍ରରେ ମଧ୍ୟ ଚର୍ଚ୍ଚାର ବିଷୟ ହୋଇଛି।

ତେବେ ରାହୁଲ ଗାନ୍ଧୀଙ୍କ ଅଭିଯୋଗ ଉପରେ କେନ୍ଦ୍ର ସରକାର କିମ୍ବା ଟାଟା ଗ୍ରୁପ୍‌ ପକ୍ଷରୁ ତତ୍କାଳ କୌଣସି ପ୍ରତିକ୍ରିୟା ମିଳିନାହିଁ।

ବିଜେପି ୫ ଆସନରେ ବିଜୟୀ ଗୋଟିଏରେ ଆଗୁଆ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)