Raghunath Panigrahi: ତିରୋଧାନ ତାରିଖ: ରଘୁନାଥ ପାଣିଗ୍ରାହୀ
"ପ୍ରସିିଦ୍ଧ ଓଡ଼ିଶୀ କଣ୍ଠଶିଳ୍ପୀ ରଘୁନାଥ ପାଣିଗ୍ରାହୀ ୧୯୩୨ ମସିହା ଅଗଷ୍ଟ ୧୦ ତାରିଖରେ ଅବିଭକ୍ତ କୋରାପୁଟ ଅନ୍ତର୍ଗତ ଗୁଣପୁରରେ ଜନ୍ମ ହୋଇଥିଲେ।
ତାଙ୍କ ପିତା ପଣ୍ଡିତ ନୀଳମଣି ପାଣିଗ୍ରାହୀ ଥିଲେ ସ୍ବାଧୀନତା ସଂଗ୍ରାମୀ ଓ ସଂଗୀତଜ୍ଞ।
ପାଞ୍ଚ ବର୍ଷ ବୟସରେ ସେ ପିତାଙ୍କଠାରୁ ସଂଗୀତ ଶିକ୍ଷା ଆରମ୍ଭ କରିଥିଲେ।
୧୯୪୧ରୁ ପଣ୍ଡିତ ବିଶ୍ୱନାଥ ଦାସ ଏବଂ ପଣ୍ଡିତ ନରସିଂହ ନନ୍ଦଶର୍ମାଙ୍କଠାରୁ ପାରମ୍ପରିକ ଓଡ଼ିଶୀ ସଙ୍ଗୀତ ଶିକ୍ଷା ଆରମ୍ଭ କରିଥିଲେ।
ତାହା ପରେ ଆନ୍ଧ୍ରପ୍ରଦେଶ ଓ ମାନ୍ଦ୍ରାଜରୁ କର୍ଣ୍ଣାଟକୀ ଓ ହିନ୍ଦୁସ୍ତାନୀ ସଂଗୀତ ଶିକ୍ଷା କରି ଓଡ଼ିଶା ଫେରିଥିଲେ।
୧୯୪୮ରେ ଆକାଶବାଣୀ କଟକ କେନ୍ଦ୍ରରେ ନିୟମିତ କଳାକାର ଭାବେ ରଘୁନାଥଙ୍କର ପେସାଦାର ଗାୟକ ଜୀବନ ଆରମ୍ଭ ହୋଇଥିଲା।
ସେ ଅନେକ ଭଜନ, ଜଣାଣ, ଚମ୍ପୁ ଓ ଗଜଲ ଗାଇଥିଲେ।Advertisment Chrome valley: କ୍ରୋମ୍ ଉପତ୍ୟକାରେ ବୁଡ଼ିଗଲାଣି ଟ୍ରକ୍ ବ୍ୟବସାୟ!
ଓଡ଼ିଆ ଓ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରରେ କଣ୍ଠଦାନ ସହ ସଂଗୀତ ନିର୍ଦେଶନା ଦେଇଥିଲେ।
ଓଡ଼ିଶୀ ସଂଗୀତ ସହ ଜଗନ୍ନାଥ ସଂସ୍କୃତି ଓ ଜୟଦେବଙ୍କ "ଗୀତଗୋବିନ୍ଦ"ର ପ୍ରଚାର-ପ୍ରସାର କ୍ଷେତ୍ରରେ ତାଙ୍କର ଭୂମିକା ଅସାଧାରଣ।
ପିତାଙ୍କଠାରୁ ଶାସ୍ତ୍ରୀୟ ଶୈଳୀରେ "ଗୀତଗୋବିନ୍ଦ" ଗାନ ଶିଖିଥିଲେ ଏବଂ ଏହା ମାଧ୍ୟମରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରସିଦ୍ଧି ଅର୍ଜନ କରିଥିଲେ।
ସେ ଓଡ଼ିଶୀ, ହିନ୍ଦୁସ୍ତାନୀ ଓ କର୍ଣ୍ଣାଟକୀ ସଙ୍ଗୀତ ଗାଉଥିଲେ।
ସେ ଥିଲେ ବାରଟି ଭାଷାରେ ପ୍ରବୀଣ ସଙ୍ଗୀତଜ୍ଞ।
ତାଙ୍କର ସୁମଧୁର ଗାୟନ ତାଙ୍କୁ "ସୁରମଣି" ଭାବେ ପରିଚିତ କରିଥିଲା।
ତାଙ୍କୁ ସଂଗୀତ ନାଟକ ଏକାଡେମୀ ପୁରସ୍କାର ମଧ୍ୟ ମିଳିଥିଲା।
୨୦୧୦ରେ ତାଙ୍କୁ "ପଦ୍ମଶ୍ରୀ" ସମ୍ମାନ ପ୍ରଦାନ କରାଯାଇଥିଲା।
୨୦୧୩ ମସିହା ଅଗଷ୍ଟ ମାସ ଆଜି ଦିନରେ ପଣ୍ଡିତ ରଘୁନାଥଙ୍କର ତିରୋଧାନ ହୋଇଥିଲା।
Rain in Odisha: ବର୍ଷା କମିଲା, ଦୁର୍ଦ୍ଦଶା ବଢ଼ିଲା"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
