QuaterFinal: କ୍ବାର୍ଟରଫାଇନାଲ୍ ଲଢ଼େଇ ପୂର୍ବରୁ ଇଂଲଣ୍ଡ ଓ ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ
"ନୂଆଦିଲ୍ଲୀ: ଚଳିତ ବିଶ୍ବକପ୍ର ଶୁକ୍ରବାର ମିଆମିରେ ଖେଳାଯିବାକୁ ଥିବା କ୍ବାର୍ଟରଫାଇନାଲ୍ରେ ଇଂଲଣ୍ଡ ଓ ନରୱେ ମୁହାଁମୁହିଁ ହେବେ।
ଏହି ମ୍ୟାଚ୍ ପୂର୍ବରୁ ୟୁକେ ପ୍ରଧାନମନ୍ତ୍ରୀ କେଇର ଷ୍ଟାର୍ମର ଓ ନରୱେ ପ୍ରଧାନମନ୍ତ୍ରୀ ଜୋନାସ ଗାର୍ ଷ୍ଟୋର୍ ନିଜ ନିଜ ଦେଶର ଫୁଟ୍ବଲ୍ ଜର୍ସି ଅଦଳବଦଳ କରିଛନ୍ତି।
ତୁର୍କିରେ ଚାଲିଥିବା ନାଟୋ ଶିଖର ସମ୍ମିଳନୀ ଅବସରରେ ଏମାନଙ୍କ ବନ୍ଧୁତ୍ୱପୂର୍ଣ୍ଣ ଜର୍ସି ଆଦାନପ୍ରଦାନ ଫୁଟବଲ୍ ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।
ସାମାଜିକ ଗଣମାଧ୍ୟରେ ପୋଷ୍ଟ ହୋଇଥିବା ଭିଡିଓରେ ନରୱେର ପ୍ରସିଦ୍ଧ "ରୋର୍" ଉତ୍ସବ ଷ୍ଟୋର୍ ପାଳନ କରୁଥିବାର ଦେଖଯାଇଛି।
ଦୁଇ ପ୍ରଧାନମନ୍ତ୍ରୀ ଫୁଟ୍ବଲ୍ ଜର୍ସି ପିନ୍ଧି ରାଜନୀତିକୁ ଫୁଟ୍ବଲ୍ ସହିତ ଯୋଡ଼ିଛନ୍ତି।
ଏହି ଅବସରରେ ଷ୍ଟାମର୍ଙ୍କୁ ଷ୍ଟୋର୍ ନରୱେ ଫୁଟ୍ବଲ୍ର କିଛି ଅଭୁଲା ମୁହୂର୍ତ୍ତ ବିଷୟରେ କହିଛନ୍ତି।Advertisment ଆହୁରି ପଢନ୍ତୁ: GreenLand: ବିକ୍ରି ପାଇଁ ନୁହେଁ ଗ୍ରିନଲାଣ୍ଡ: ନାଟୋ ସମ୍ମିଳନୀରେ ଟ୍ରମ୍ପଙ୍କୁ କଡ଼ା ଜବାବ ଦେଲେ ଡେନମାର୍କ ପ୍ରଧାନମନ୍ତ୍ରୀ ସେ କହିଛନ୍ତି, ""ଆପଣ ଜାଣିଛନ୍ତି, ୪୫ ବର୍ଷ ତଳେ ନରୱେ ଯୋଗ୍ୟତା ପର୍ଯ୍ୟାୟରେ ଇଂଲଣ୍ଡ ସହ ଖେଳିଥିଲା।
ଏହି ମ୍ୟାଚ୍ ଆମେ ଜିତିଥିଲୁ।
ସେତେବେଳେ ରେଡିଓ ଭାଷ୍ୟକାର କହିଥିଲେ, "ମାଗି ଟାର୍ଚର ଆପଣ ମୋତେ ଶୁଣିପାରୁଛନ୍ତି?
ଆପଣଙ୍କ ପୁଅମାନେ ବଡ଼ଧରଣର ପରଜାୟର ସମ୍ନା କରିଛନ୍ତି"।
ଆମ ଦଳକୁ ଦୁର୍ବଳ ମନେ କରୁନ୍ତୁନି।
୫ ଥରର ବିଶ୍ବବିଜେତାକୁ ହରାଇ ଆମେ କ୍ବାର୍ଟରଫାଇନାଲ୍ରେ ପହଞ୍ଚିଛୁ""।
ଏହାର ମଜାଦାର ପ୍ରତିକ୍ରିୟା ରଖି ଷ୍ଟାର୍ମର କହିଥିଲେ, ""ହଁ, ଆପଣ ଭୁଲି ଯାଉଛନ୍ତି, ଇଂଲଣ୍ଡ ୧୯୬୬ରେ ଲେବର ସରକାର ଅଧୀନରେ ବିଶ୍ବକପ୍ ଜିତିଥିଲା।
ତେଣୁ ଏଥର ଅମ ସମୟ""।
ପଛରେ ନ ପଡ଼ିବା ପାଇଁ ଷ୍ଟୋର୍ ହସିହସି ଜର୍ସିରେ ସ୍ବାକ୍ଷର କରି କହିଥିଲେ, ଅପେକ୍ଷା କର ଓ ଦେଖ।
ଏହା ଏକ ବଡ଼ ମ୍ୟାଚ୍ ହେବ।
ଆପଣଙ୍କ ସହ ମିଶି ଖୁସି ଲାଗିଲା।
ସୂଚନାଯୋଗ୍ୟ, ନରୱେ ୨-୧ରେ ବ୍ରାଜିଲ୍କୁ ଏବଂ ଇଂଲଣ୍ଡ ୩-୨ରେ ସହଆୟୋଜକ ମେକ୍ସିକୋ ହରାଇ କ୍ବାର୍ଟରଫାଇନାଲ୍ରେ ପହଞ୍ଚିଛନ୍ତି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।