Quake Hits Oil Market: ହର୍ମୁଜ୍ ସଙ୍କଟ ଟଳିଲା, ଆସିଲା ଆଉ ଏକ ବିପଦ; ପୁଣି ବଢିଯିବ ତେଲ ଦର!
ହର୍ମୁଜ୍ ସମସ୍ୟା ଟଳୁ ଟଳୁ ଏବେ ଆଉ ଏକ ବିପଦ। ଭେନିଜୁଏଲାରେ ଭୂମିକମ୍ପ ପରେ ଭାରତରେ ତେଲ ଦର ବଢ଼ିବା ନେଇ ଆଶଙ୍କା ଦେଖାଦେଇଛି। ମଧ୍ୟପ୍ରାଚ୍ୟ ଯୁଦ୍ଧ ପରେ ତେଲ କାରବାର ଭେନିଜୁଏଲା ସହ ଆରମ୍ଭ ହୋଇଥିଲା। ଋଷ ସହ ଭେନିଜୁଏଲା ବି ଭାରତକୁ ତେଲ ପଠାଉଛି। ଏଭଳି ସ୍ଥଳରେ ଶତାବ୍ଦୀର ସବୁଠୁ ବଡ଼ ଭୂମିକମ୍ପରେ ଥରିଛି ପୁରା ଦେଶ। ତେଣୁ ସେଠୁ ତେଲ କେମିତି ଆସିବ ତାକୁ ନେଇ ଚିନ୍ତା ବଢ଼ିଛି।
ଏପ୍ରିଲ ଓ ମେ ମାସରେ ଭାରତ ଭେନେଜୁଏଲାରୁ କ୍ରୁଡ୍ ଅଏଲ୍ କ୍ରୟରେ ବଡ଼ ବୃଦ୍ଧି କରିଥିଲା। ମଧ୍ୟପ୍ରାଚ୍ୟରେ ଅନିଶ୍ଚିତତା ବଢ଼ିବା ପରେ ଭାରତୀୟ ରିଫାଇନେରୀଗୁଡ଼ିକ ବିକଳ୍ପ ଉତ୍ସ ଭାବେ ଭେନେଜୁଏଲାକୁ ବାଛିଥିଲେ। ଫଳରେ ଭେନେଜୁଏଲା ଭାରତର ପ୍ରମୁଖ ତୈଳ ଯୋଗାଣକାରୀ ଦେଶମାନଙ୍କ ମଧ୍ୟରେ ସ୍ଥାନ ପାଇଛି।