14 Recommendations Set for Implementation: କାର୍ଯ୍ୟକାରୀ ହେବ ୧୪ଟି ସୁପାରିସ, ତ୍ରୁଟି ପାଇଁ ଦାୟିତ୍ୱ ନିର୍ଦ୍ଧାରଣ ହେବ

Jun 26, 2026 - 17:02
14 Recommendations Set for Implementation: କାର୍ଯ୍ୟକାରୀ ହେବ ୧୪ଟି ସୁପାରିସ, ତ୍ରୁଟି ପାଇଁ ଦାୟିତ୍ୱ ନିର୍ଦ୍ଧାରଣ ହେବ

ପିଲାଙ୍କ ଶିକ୍ଷା ଓ ତ୍ରୁଟି ସୁଧାରିବାକୁ କମିଟିର ୧୪ ସୁପାରିସ୍ କାର୍ଯ୍ୟକାରୀ ହେବ । ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ୧୪ଟି ସୁପାରିସ୍ କାର୍ଯ୍ୟକାରୀ କରିବେ ସରକାର । SCERT ପକ୍ଷରୁ ମାଷ୍ଟର ତ୍ରୁଟି ରେଜିଷ୍ଟର ପ୍ରସ୍ତୁତ କରାଯିବ । ସବୁ ପିଲାଙ୍କୁ ସଂଶୋଧିତ ତଥ୍ୟ ପ୍ରଦାନ କରାଯିବ ବୋଲି ଏଥିରେ ସୁପାରିସ୍ କରାଯାଇଛି । 

ପୂରା ଘଟଣାର ତଦନ୍ତ କରିଥିଲା ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ସ୍ବତନ୍ତ୍ର ତଦନ୍ତ କମିିଟି । ଉନ୍ନୟନ କମିଶନରଙ୍କ ନେତୃତ୍ବରେ ୧୪ଟି ସୁପାରିସ ରହିଛି। ଏହା ଲାଗୁ କରାଗଲେ ପିଲାଙ୍କ ପାଖକୁ ତ୍ରୁଟିପୂର୍ଣ୍ଣ ବହି ଯିବନାହିଁ ବୋଲି କୁହାଯାଇଛି । 


(୧) SCERT ପକ୍ଷରୁ ମାଷ୍ଟର ତ୍ରୁଟି ରେଜିଷ୍ଟର ...
(୨) ଗୁରୁତର ତ୍ରୁଟି ଥିବା ପୃଷ୍ଠା ଗୁଡ଼ିକର ବଦଳ କିମ୍ବା ସଂଶୋଧିତ ପୃଷ୍ଠା ଲଗାଯିବ ...
(୩) ସବୁ ପିଲାଙ୍କୁ ସଂଶୋଧିତ ସିଟ୍ ଦିଆଯିବ...
(୪) ସଂଶୋଧିତ PDFକୁ ସରକାରୀ ଶିକ୍ଷାଦାନ ସଂସ୍କରଣ କରାଯିବ...
(୫) ଶିକ୍ଷକଙ୍କ ପାଇଁ ତତ୍କାଳ ସଂଶୋଧନ ସମ୍ପର୍କିତ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ...
(୬) ତ୍ରୁଟି ପାଇଁ ଦାୟିତ୍ୱ ନିର୍ଦ୍ଧାରଣ ହେବ ...
(୭) ଡିଟିପି ସଂସ୍ଥା, ପ୍ରିଣ୍ଟର ଓ ଅନୁମୋଦନକାରୀଙ୍କ ବିରୋଧରେ ନୋଟିସ୍ ପରେ ପଦକ୍ଷେପ ...
(୮) ପ୍ରିଣ୍ଟର ଓ DTP ବିକ୍ରେତାଙ୍କ ପାଇଁ ଜରିମାନା ...
(୯) SCERTରେ ଗୁଣବତ୍ତା ସେଲ୍ ଗଠନ ...
(୧୦) NCERT ଢାଞ୍ଚାରେ ବିଷୟଭିତ୍ତିକ ଓ ପୁସ୍ତକ ବିକାଶ କମିଟି ...
(୧୧) ଚାରିସ୍ତରୀୟ ପ୍ରୁଫ୍ ଯାଞ୍ଚ ଏବଂ ଅନ୍ତିମ ଲକ୍ଡ PDF ପ୍ରଣାଳୀ...
(୧୨) ଲୋକଙ୍କ ପାଇଁ ପବ୍ଲିକ୍ ତ୍ରୁଟି ପୋର୍ଟାଲ୍ ...
(୧୩) ବହି ପ୍ରକାଶ ପୂର୍ବରୁ ପାଇଲଟ୍ ଟେଷ୍ଟିଂ ...
(୧୪) ଭାଷା, ତଥ୍ୟ, ଚିତ୍ର ଅନୁମୋଦନ ବିନା ଛପାଯିବନି ....