QuadQuantum: ଓଡ଼ିଶାରେ ନିବେଶ କରିବ ଗୁଜରାଟର ଅଗ୍ରଣୀ ସେମିକଣ୍ଡକ୍ଟର କମ୍ପାନି କ୍ବାଡ୍‌କ୍ବାଣ୍ଟମ୍‌

Sep 18, 2026 - 19:19
QuadQuantum: ଓଡ଼ିଶାରେ ନିବେଶ କରିବ ଗୁଜରାଟର ଅଗ୍ରଣୀ ସେମିକଣ୍ଡକ୍ଟର କମ୍ପାନି କ୍ବାଡ୍‌କ୍ବାଣ୍ଟମ୍‌

"ଭୁବନେଶ୍ବର: ଗୁଜରାଟର ଅଗ୍ରଣୀ ସେମିକଣ୍ଡକ୍ଟର କମ୍ପାନି କ୍ବାଡ୍‌କ୍ବାଣ୍ଟମ ଓଡ଼ିଶାରେ ପୁଞ୍ଜିନିବେଶ କରିବାକୁ ଆଗ୍ରହ ପ୍ରକାଶ କରିଛି।

ନୂଆଦିଲ୍ଲୀରେ ଆୟୋଜିତ ସେମିକନ୍‌ ଇଣ୍ଡିଆ ୨୦୨୬ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଆଲୋଚନା ବେଳେ କମ୍ପାନି ଏହା ଜଣାଇଛି।

କମ୍ପାନି ଓଡ଼ିଶାରେ ସିଲିକନ୍‌ କାର୍ବାଇଡ୍‌ (ଏସ୍‌ଆଇସି) ସବ୍‌ଷ୍ଟ୍ରେଟ୍‌ ୱାଫର ଉତ୍ପାଦନ କରିବା ଯୋଜନା ରଖିଛି।Advertisment କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସହ ମିଶି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସେମିକନ୍‌ ଇଣ୍ଡିଆରେ ଓଡ଼ିଶା ପାଭିଲିୟନକୁ ଉଦ୍‌ଘାଟନ କରିଥିଲେ।

ଏଥି ସହିତ ଗ୍ୟାସ, କଞ୍ଚାମାଲ ଓ ଯୋଗାଣ ଶୃଙ୍ଖଳ କ୍ଷେତ୍ରର ସହଯୋଗିତା ନେଇ ସ୍ବିଡେନର ଏକ ପ୍ରତିନିଧି ଦଳ ସହ ଆଲୋଚନା କରିଥିଲେ।

ସେ ୩ଡିଜିଏସ୍‌, ସିକ୍‌ସେମ୍‌, ଆପ୍ଲାଏଡ୍‌ ମାଟେରିଆଲ୍‌ସ ଓ ଏଲ୍‌ଏଏମ୍‌ ରିସର୍ଚ୍ଚ ଭଳି ଅଗ୍ରଣୀ ସେମିକଣ୍ଡକ୍ଟର କମ୍ପାନିଗୁଡ଼ିକର ପ୍ରତିନିଧିମାନଙ୍କ ସହ ଆଲୋଚନା ମଧ୍ୟ କରିଥିଲେ।

ଏହା ବ୍ୟତୀତ ସେମିକଣ୍ଡକ୍ଟର କ୍ଷେତ୍ରର ବିଶ୍ବସ୍ତରୀୟ ଅଧିକାରୀମାନଙ୍କ ସହ ଆଲୋଚନା ବେଳେ ଓଡ଼ିଶାକୁ ଏକ ଅଗ୍ରଣୀ ସେମିକଣ୍ଡକ୍ଟର ହବ୍‌ରେ ପରିଣତ କରିବାକୁ ସେ ଆହ୍ବାନ ଦେଇଥିଲେ।

ତାଙ୍କ ସହ ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଡ.

ମୁକେଶ ମହାଲିଙ୍ଗ, ମୁଖ୍ୟ ସଚିବ ଅନୁ ଗର୍ଗ, ଆଇଟି ବିଭାଗର ଅତିିରିକ୍ତ ମୁଖ୍ୟ ସଚିବ ବିଶାଲ ଦେବ ପ୍ରମୁଖ ଉପସ୍ଥିତ ଥିଲେ।

ନିବେଶକଙ୍କ ସହ ଆଲୋଚନା ସେମିକନ୍‌ ଇଣ୍ଡିଆ ୨୦୨୬ ଅବସରରେ ଏନ୍‌ଆଇଟି ରାଉରକେଲା ଦ୍ବାରା ଡିଜାଇନ କରାଯାଇଥିବା ଚିପ୍‌ ସମେତ ବିଭିନ୍ନ ଚିପ୍‌କୁ ନେଇ ପ୍ରସ୍ତୁତ ମେମେଣ୍ଟୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦିଆଯାଇଥିଲା।

ମନ୍ତ୍ରୀ ବୈଷ୍ଣବ କହିଥିଲେ ଯେ ରାଉରକେଲାରୁ ଆରମ୍ଭ କରି ବ୍ରହ୍ମପୁର ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ବିଶ୍ବର ସଦ୍ୟତମ ଇଡିଏ ଟୁଲ୍‌ ବ୍ୟବହାର କରି ଚିପ୍‌ ଡିଜାଇନ୍‌ କରୁଛନ୍ତି।

ଯୁବକ ଓ ବିବାହିତ ମହିଳାଙ୍କୁ ବାନ୍ଧି କଙ୍ଗାରୁ କୋର୍ଟରେ ବିଚାର, ଭିଡିଓ ଭାଇରାଲ ପରେ ପୁଲିସର ତନାଘନା "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)