PM Modi: ଯୁଦ୍ଧ ମଧ୍ୟରେ ରୁଷ୍ରେ ସଂସଦୀୟ ନିର୍ବାଚନ, କ୍ଷମତା ଆହୁରି ସୁଦୃଢ଼ କରିବ କ୍ରେମ୍ଲିନ୍
"ମସ୍କୋ: ରୁଷ୍ରେ ଶୁକ୍ରବାରଠାରୁ ୩ ଦିନିଆ ସଂସଦୀୟ ନିର୍ବାଚନ ଆରମ୍ଭ ହୋଇଛି।
୨୦୨୨ରେ ୟୁକ୍ରେନ୍ ଉପରେ ଆକ୍ରମଣ ଆରମ୍ଭ ହେବା ପରେ ଏହା ରୁଷ୍ର ପ୍ରଥମ ସଂସଦୀୟ ନିର୍ବାଚନ।
ଦେଶର ପ୍ରାୟ ୧୧ କୋଟି ଯୋଗ୍ୟ ଭୋଟର ଏହି ନିର୍ବାଚନରେ ମତଦାନ କରିବେ।
ଇଲେକ୍ଟ୍ରୋନିକ୍ ଭୋଟିଂର ମଧ୍ୟ ବ୍ୟବସ୍ଥା କରାଯାଇଛି।
ରବିବାର ମତଦାନ ଶେଷ ହେବ।Advertisment ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମର୍ଥିତ ୟୁନାଇଟେଡ୍ ରୁଷିଆ ଦଳ ଷ୍ଟେଟ୍ ଡୁମାରେ ନିଜର ଦବ୍ଦବା ବଜାୟ ରଖିବାର ଆଶା କରାଯାଉଛି।
୪୫୦ ଆସନ ବିଶିଷ୍ଟ ଡୁମାର ଅଧା ଆସନ ଦଳୀୟ ତାଲିକା ଅନୁସାରେ ଏବଂ ଅବଶିଷ୍ଟ ଅଧା ଆସନ ସିଙ୍ଗଲ୍-କନ୍ଷ୍ଟିଚୁଏନ୍ସି ନିର୍ବାଚନ ମାଧ୍ୟମରେ ପୂରଣ ହୁଏ।
ନିର୍ବାଚନ ପୂର୍ବରୁ ବିରୋଧୀ ସ୍ୱର ଉପରେ କଟକଣା ବଢ଼ାଯାଇଥିବା ଅଭିଯୋଗ ରହିଛି।
ଯୁଦ୍ଧକୁ ଖୋଲାଖୋଲି ବିରୋଧ କରୁଥିବା ଉଦାରବାଦୀ ୟାବ୍ଲୋକୋ ଦଳକୁ ଗତ ମାସରେ ରୁଷ୍ ସୁପ୍ରିମ୍କୋର୍ଟ ନିର୍ବାଚନରୁ ବାଦ୍ ଦେଇଥିଲେ।
ଦଳର କେତେକ ପ୍ରାର୍ଥୀ ଏବେ ମଧ୍ୟ ସିଙ୍ଗଲ୍-କନ୍ଷ୍ଟିଚୁଏନ୍ସି ଆସନରୁ ନିର୍ବାଚନ ଲଢ଼ୁଛନ୍ତି।
ୟାବ୍ଲୋକୋର ଉପନେତା ମାକ୍ସିମ୍ କ୍ରୁଗ୍ଲୋଭ୍ଙ୍କୁ ଜୁନ୍ରେ ସାମରିକ ବାହିନୀ ସମ୍ପର୍କରେ ମିଥ୍ୟା ତଥ୍ୟ ପ୍ରଚାର ଅଭିଯୋଗରେ ୭ ବର୍ଷ ଜେଲ୍ ଦଣ୍ଡ ହୋଇଥିଲା।
ଦଳର ନେତା ଲେଭ୍ ଶ୍ଲୋସବର୍ଗଙ୍କୁ ମଧ୍ୟ ଗତ ମାସରେ ଯୁଦ୍ଧବିରୋଧୀ ମତ ଦେବା ଅଭିଯୋଗରେ ୧୧ ବର୍ଷରୁ ଅଧିକ ଜେଲ୍ ଦଣ୍ଡ ମିଳିଛି।
ଏହି ନିର୍ବାଚନରେ ପ୍ରଥମ ଥର ପାଇଁ ରୁଷ୍ ଦଖଲରେ ଥିବା ୟୁକ୍ରେନ୍ର ୪ଟି ଅଞ୍ଚଳର ବାସିନ୍ଦାଙ୍କୁ ମଧ୍ୟ ସାମିଲ କରାଯାଇଛି।
୨୦୧୪ରେ ରୁଷ୍ ଦଖଲ କରିଥିବା କ୍ରିମିଆରେ ମଧ୍ୟ ମତଦାନ ହେଉଛି।
ୟୁକ୍ରେନ୍ ଏହି ମତଦାନକୁ ବେଆଇନ ବୋଲି କହିଛି।
ନିର୍ବାଚନ ପୂର୍ବରୁ ପୁଟିନ୍ ଭୋଟ୍କୁ ଯୁଦ୍ଧ ପ୍ରତି ଜନସମର୍ଥନର ପ୍ରତୀକ ଭାବେ ଉପସ୍ଥାପନ କରିଛନ୍ତି।
ଏପଟେ ୟୁକ୍ରେନ୍ର ଡ୍ରୋନ୍ ଆକ୍ରମଣ ଯୋଗୁଁ ରୁଷ୍ର ତୈଳ ବିଶୋଧନାଗାର ଓ ଅନ୍ୟାନ୍ୟ ଭିତ୍ତିଭୂମି ପ୍ରଭାବିତ ହୋଇଥିବାରୁ ଅର୍ଥନୀତି ଉପରେ ଚାପ ବଢ଼ିଛି।
ଯୁଦ୍ଧ, ଅର୍ଥନୈତିକ ଚାପ ଓ ବିରୋଧୀ ସ୍ୱର ଉପରେ କଟକଣା ମଧ୍ୟରେ ଏହି ନିର୍ବାଚନ ଅନୁଷ୍ଠିତ ହେଉଛି।
ଯୁବକ ଓ ବିବାହିତ ମହିଳାଙ୍କୁ ବାନ୍ଧି କଙ୍ଗାରୁ କୋର୍ଟରେ ବିଚାର, ଭିଡିଓ ଭାଇରାଲ ପରେ ପୁଲିସର ତନାଘନା "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
