PV Sindhu: ସିନ୍ଧୁଙ୍କୁ ବିଡବ୍ଲ୍ୟୁଏଫ୍ ବିଶ୍ବ ଟୁର୍ ଫାଇନାଲ୍ସ ଟିକେଟ
ନୂଆଦିଲ୍ଲୀ: ଭାରତୀୟ ମହିଳା ବ୍ୟାଡ୍ମିଣ୍ଟନ୍ ତାରକା ପିଭି ସିନ୍ଧୁ ଚଳିତ ବର୍ଷ ଖେଳାଯିବାକୁ ଥିବା ବିଡବ୍ଲ୍ୟୁଏଫ୍ ବିଶ୍ବ ଟୁର୍ ଫାଇନାଲ୍ସ ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି।
ବୁଧବାର ବିଶ୍ବ ବ୍ୟାଡ୍ମିଣ୍ଟନ ମହାସଂଘ ପକ୍ଷରୁ ଏହା ନିଶ୍ଚିତ କରାଯାଇଛି।
ଦୁଇ ଅଲିମ୍ପିକ୍ସ ପଦକ ବିଜୟିନୀ ଷଷ୍ଠ ଥର ଲାଗି ଏହି ପ୍ରତିଯୋଗିତାକୁ ଯୋଗ୍ୟତା ଅର୍ଜନ କରିଛନ୍ତି।
୨୦୧୭ରେ ପ୍ରଥମ ଥର ୩୧ ବର୍ଷୀୟା ସିନ୍ଧୁ ଏହି ସମ୍ମାନଜନକ ପ୍ରତିଯୋଗିତାକୁ ଯୋଗ୍ୟତା ଅର୍ଜନ କରିବା ସହ ଉପବିଜୟିନୀ ହୋଇଥିଲେ।
Advertisment ଏକ ମାତ୍ର ଭାରତୀୟ ଭାବେ ବିଶ୍ବ ଟୁର୍ ଫାଇନାଲ୍ସ ଜିତିବାକୁ ସକ୍ଷମ ଏହାପର ବର୍ଷ (୨୦୧୮) ବିଜୟିନୀ ହୋଇଥିଲା ବେଳେ ୨୦୧୯ରେ ଗ୍ରୁପ୍ ପର୍ଯ୍ୟାୟରୁ ବିଦାୟ ନେଇଥିଲେ।
ଶେଷ ଥର ଲାଗି ୨୦୨୧ରେ ସେ ଖେଳି ପୁଣି ଥରେ ଉପବିଜୟିନୀ ଟ୍ରଫି ହାତେଇଥିଲେ।
୨୦୨୨ରେ ଯୋଗ୍ୟତା ଅର୍ଜନ କରିଥିଲେ ମଧ୍ୟ ଆହତ ଜନିତ କାରଣ ଯୋଗୁଁ ଓହରି ଯାଇଥିଲେ।
ସେ ଏକ ମାତ୍ର ଭାରତୀୟ ଭାବେ ବିଶ୍ବ ଟୁର୍ ଫାଇନାଲ୍ସ ଜିତିବାକୁ ସକ୍ଷମ ହୋଇଛନ୍ତି।
ଚଳିତ ବର୍ଷ ବିଶ୍ବ ଟୁର୍ ଫାଇନାଲ୍ସ ଡିସେମ୍ବର ୯ରୁ ୧୩ ତାରିଖ ପର୍ଯ୍ୟନ୍ତ ଚୀନ୍ର ହାଙ୍ଗ୍ଝୌରେ ଖେଳାଯିବ।
ସିନ୍ଧୁଙ୍କ ସହ ଏହି ପ୍ରତିଯୋଗିତାକୁ ଆନ୍ ସେ ୟଙ୍ଗ, ଅକାନେ ୟାମାଗୁଚି, ୱାଙ୍ଗ ଝି ୟି ଓ ଚେନ୍ ୟୁ ଫେଇ ମଧ୍ୟ ଯୋଗ୍ୟତା ଅର୍ଜନ କରିଛନ୍ତି।
Captains: ସଚିନଙ୍କ ପ୍ରିୟ ଅଧିନାୟକ ଗାଙ୍ଗୁଲି, ଧୋନି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
