Tabu: ‘କିଙ୍ଗ୍‌ ୧୦୦’ରେ ତବୁଙ୍କ ଦମ୍‌ଦାର ଲୁକ୍‌, ଜନ୍ମଦିନରେ ରିଲିଜ୍‌ ହେଲା ପ୍ରଥମ ଟିଜର

Nov 04, 2026 - 13:15
Tabu: ‘କିଙ୍ଗ୍‌ ୧୦୦’ରେ ତବୁଙ୍କ ଦମ୍‌ଦାର ଲୁକ୍‌, ଜନ୍ମଦିନରେ ରିଲିଜ୍‌ ହେଲା ପ୍ରଥମ ଟିଜର

ମୁମ୍ବାଇ: ବଲିଉଡ୍‌ର ଅନ୍ୟତମ ଗମ୍ଭୀର ଓ ଦମ୍‌ଦାର ଅଭିନେତ୍ରୀ ତବୁ ଆଜି ଅର୍ଥାତ୍‌ ନଭେମ୍ବର ୪ ତାରିଖରେ ନିଜର ୫୫ତମ ଜନ୍ମଦିନ ପାଳନ କରୁଛନ୍ତି।

ଜନ୍ମଦିନର ଏହି ବିଶେଷ ଅବସରରେ ସେ ପ୍ରଶଂସକମାନଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି।

ସାଉଥ୍‌ ସୁପରଷ୍ଟାର ନାଗାର୍ଜୁନଙ୍କ ବହୁ ପ୍ରତୀକ୍ଷିତ ୧୦୦ତମ ଫିଲ୍ମ 'କିଙ୍ଗ୍‌ ୧୦୦'ରେ ତବୁଙ୍କ ପ୍ରଥମ ଟିଜର ଭିଡିଓ ରିଲିଜ୍‌ ହୋଇଛି।

ମାତ୍ର ୫୪ ସେକେଣ୍ଡର ଏହି ଭିଡିଓରେ ତବୁଙ୍କ ଦମ୍‌ଦାର ଅନ୍ଦାଜ ଦେଖିବାକୁ ମିଳିଛି।

ଟିଜର ଟି ସୋସିଆଲ ମିଡିଆରେ ଦର୍ଶକଙ୍କ ଧ୍ୟାନ ଆକର୍ଷଣ କରିଛି।

Advertisment ଟିଜରର ଆରମ୍ଭ ଗମ୍ଭୀର ବ୍ୟାକ୍‌ଗ୍ରାଉଣ୍ଡ୍‌ ମ୍ୟୁଜିକ୍‌ ସହ ହୋଇଛି।

ପୃଷ୍ଠଭୂମିରେ ଏକ ସ୍ୱର ଶୁଣିବାକୁ ମିଳୁଛି, ଯେଉଁଥିରେ କୁହାଯାଉଛି ଯେ ଦୁନିଆରେ ଦୁଇ ପ୍ରକାରର ଲୋକ ଅଛନ୍ତି।

ଜଣେ କଠିନ ପରିଶ୍ରମ ଉପରେ ଭରସା କରନ୍ତି, ଆଉ ଅନ୍ୟମାନେ ଭାଗ୍ୟ ଉପରେ ନିର୍ଭର କରି ବସି ରହନ୍ତି।

ମୁହଁରେ କ୍ରୋଧର ଭାବ ସ୍ପଷ୍ଟ ଦେଖାଯାଉଛି ଏହାପରେ ତବୁଙ୍କ ସଂଳାପ ଶୁଣିବାକୁ ମିଳୁଛି, “ଆଇ ହେଟ୍‌ ଲକ୍‌!” (ମୋତେ ଭାଗ୍ୟ ଉପରେ ଭରସା ନାହିଁ)।

ଭିଡିଓରେ ତବୁ ଟେବୁଲ୍‌ ଉପରେ ରଖାଯାଇଥିବା 'ମହନ୍ତି ଝାନ୍ସୀ ରାଣୀ' ନାମଫଳକ ପଛପଟେ ସୋଫାରେ ନିର୍ଭୀକ ଭାବେ ଦୁଇ ଗୋଡ଼ ଲମ୍ବାଇ ବସିଥିବା ନଜର ଆସୁଛନ୍ତି।

ତାଙ୍କ ହାତରେ ସିଗାର ଭଳି ଏକ ଜିନିଷ ଏବଂ ମୁହଁରେ କ୍ରୋଧର ଭାବ ସ୍ପଷ୍ଟ ଦେଖାଯାଉଛି।

'ଏଥର ପ୍ରେମ ନୁହେଁ, ସିଧାସଳଖ ଯୁଦ୍ଧ ହେବ' ଟିଜରରେ '୨୮ ଇୟର୍ସ ଅଫ୍‌ ୱେଟିଂ' ଏବଂ 'ଦିସ୍‌ ଟାଇମ୍‌ ଇଟ୍ସ ନଟ୍‌ ଲଭ୍‌, ଇଟ୍ସ ୱାର୍‌' (ଏଥର ପ୍ରେମ ନୁହେଁ, ସିଧାସଳଖ ଯୁଦ୍ଧ ହେବ) ଲେଖା ଦେଖିବାକୁ ମିଳୁଛି।

ଭିଡିଓର ଶେଷ ଭାଗରେ ତବୁ ଲକ୍ଷ ଲକ୍ଷ ଲୋକଙ୍କ ଭିଡ଼ ସାମ୍ନାରେ ଏକ ମଞ୍ଚ ଉପରେ ହାତ ଉଠାଇ ଜଣେ ନେତାଙ୍କ ଭଳି ପଦ ଓ ଗୋପନୀୟତାର ଶପଥ ନେଉଥିବା ଦେଖାଯାଉଛି।

ପୃଷ୍ଠଭୂମିରେ “ମହନ୍ତି ଝାନ୍ସୀ ରାଣୀ ଅର୍ଥାତ୍‌ ମୁଁ...” ସଂଳାପ ଶୁଣିବାକୁ ମିଳୁଛି।

ଏଥିରୁ ସ୍ପଷ୍ଟ ହେଉଛି ଯେ ଫିଲ୍ମରେ ତବୁ ଜଣେ ପ୍ରଭାବଶାଳୀ ରାଜନେତ୍ରୀ ଭୂମିକାରେ ନଜର ଆସିବେ, ଯିଏ କ୍ଷମତାର ରାଜନୀତିରେ ବଡ଼ ହଲଚଲ ସୃଷ୍ଟି କରିବେ।

ଏହି ଦିନ ଥିଏଟରରେ ମୁହାଁମୁହିଁ ହେବେ ନାଗାର୍ଜୁନ-ତବୁ ଏହି ଫିଲ୍ମର ନିର୍ଦ୍ଦେଶନା ରା.

କାର୍ତ୍ତିକ ଦେଉଥିବା ବେଳେ ସଙ୍ଗୀତର ଦାୟିତ୍ୱ ତୁଲାଇଛନ୍ତି ଦେବୀ ଶ୍ରୀ ପ୍ରସାଦ (ଡିଏସ୍‌ପି)।

ନାଗାର୍ଜୁନ ଓ ତବୁଙ୍କ ଯୋଡ଼ିକୁ ସାଉଥ୍‌ ସିନେମାରେ ସବୁବେଳେ ଦର୍ଶକଙ୍କ ଭଲ ପାଇବା ମିଳିଛି।

'ନିନ୍ନେ ପେଲ୍ଲାଡୁଥା' ଫିଲ୍ମର ୨୮ ବର୍ଷ ପରେ ଏହି ଯୋଡ଼ି ପୁଣିଥରେ ପରଦାକୁ ଫେରୁଛନ୍ତି।

ତେବେ ଏଥର ରୋମାନ୍ସ ନୁହେଁ, ବରଂ ଏକ ଜୋରଦାର ଲଢ଼େଇ ଦେଖିବାକୁ ମିଳିବ।

'କିଙ୍ଗ୍‌ ୧୦୦' ଚଳିତ ବର୍ଷ ଡିସେମ୍ବର ୨୪ ତାରିଖରେ ସିନେମା ହଲ୍‌ଗୁଡ଼ିକରେ ମୁକ୍ତିଲାଭ କରିବ।

PV Sindhu: ସିନ୍ଧୁଙ୍କୁ ବିଡବ୍‌ଲ୍ୟୁଏଫ୍‌ ବିଶ୍ବ ଟୁର୍‌ ଫାଇନାଲ୍ସ ଟିକେଟ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)