Putin handshake: ମୋଦୀଙ୍କ ସହ ହାତ ମିଳାଇଲେ ପୁଟିନ-ଜିନପିଙ୍ଗ, ଅଣଦେଖା ହେଲେ ଶେହବାଜ!

Sep 01, 2026 - 19:16
Putin handshake: ମୋଦୀଙ୍କ ସହ ହାତ ମିଳାଇଲେ ପୁଟିନ-ଜିନପିଙ୍ଗ, ଅଣଦେଖା ହେଲେ ଶେହବାଜ!

"ନୂଆଦିଲ୍ଲୀ:  ମୋଦୀଙ୍କ ସହ ହାତ ମିଳାଇଲେ ପୁଟିନ...

ମୋଦୀଙ୍କ ସହ କଥା ହେଲେ ଜିନପିଙ୍ଗ...

କିନ୍ତୁ ପାଖରେ ଛିଡ଼ା ହୋଇଥିବା ଶେହବାଜ ଶରୀଫଙ୍କୁ କେହି ଚାହିଁଲେ ନାହିଁ!

ଏସସିଓ ଶିଖର ସମ୍ମିଳନୀରେ ପାକିସ୍ତାନକୁ ମିଳିଲା କି କୂଟନୈତିକ ଝଟକା?

ଏକ ମଞ୍ଚରେ ତିନି ତିନିଥର ହେଲା କିରକିରି...

ଆଉ ଶେଷରେ ପୁଟିନଙ୍କ ପଛରେ ଦୌଡ଼ି ହାତ ଧରିବାକୁ ପଡ଼ିଲା ଶେହବାଜଙ୍କୁ !

କିର୍ଗିଜସ୍ତାନର ରାଜଧାନୀ ବିଶକେକରେ ଆୟୋଜିତ ହୋଇଥିବା ଏସସିଓ ଶିଖର ସମ୍ମିଳନୀ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ।

କାରଣ ଏଠାରେ ବିଶ୍ୱ ନେତାଙ୍କ ଉପସ୍ଥିତି ଠାରୁ ଅଧିକ ଚର୍ଚ୍ଚା ହେଉଛି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରୀଫଙ୍କୁ ନେଇ।

ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଚୀନ୍ ରାଷ୍ଟ୍ରପତି ଶି ଜିନପିଙ୍ଗ, ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭିତରେ ଆଲୋଚନା ଓ ସାକ୍ଷାତ ହୋଇଥିବା ବେଳେ ଶେହବାଜ ଯେପରି ଏକା ପଡ଼ିଯାଇଥିବା ଦେଖାଯାଇଥିଲେ।

ପ୍ରଥମ ଦୃଶ୍ୟ ଥିଲା ଗ୍ରୁପ୍ ଫଟୋ ପୂର୍ବର ।Advertisment ମଞ୍ଚ ଉପରେ ନେତାମାନେ ଏକାଠି ହେଉଥିବା ବେଳେ ଜିନପିଙ୍ଗ ଓ ପୁଟିନ ମୋଦୀଙ୍କୁ ଦେଖି ଅଟକିଯାଇଥିଲେ।

ହାତ ମିଳାଇଥିଲେ, କଥା ହୋଇଥିଲେ।

ଇରାନ ରାଷ୍ଟ୍ରପତି ମଧ୍ୟ ମୋଦୀଙ୍କ ସହ ଆଲୋଚନା କରିଥିଲେ।

କିନ୍ତୁ ଠିକ୍ ପଛରେ ଛିଡ଼ା ହୋଇଥିବା ଶେହବାଜ ଶରୀଫଙ୍କ ଆଡ଼କୁ କେହି ଚାହିଁ ନଥିଲେ।

ଏହାକୁ ପ୍ରଥମ କୂଟନୈତିକ କିରକିରି ବୋଲି କୁହାଯାଉଛି ।ଦ୍ୱିତୀୟ ଘଟଣା ଘଟିଥିଲା ଗ୍ରୁପ୍ ଫଟୋ ପରେ।

ସମସ୍ତ ନେତା ମଞ୍ଚରୁ ଓହ୍ଲାଇବା ସମୟରେ ମୋଦୀ ଓ ଜିନପିଙ୍ଗ ଏକାଠି ଚାଲି ଚାଲି ଆଲୋଚନା କରୁଥିଲେ ।

କିନ୍ତୁ ଶେହବାଜ ଶରୀଫ ସେଠାରେ ହାତ ବାନ୍ଧି ଛିଡ଼ା ହୋଇ ରହିଥିଲେ।

ମୋଦୀ ତାଙ୍କ ଆଡ଼କୁ ଚାହିଁ ବି ନଥିଲେ।

ଏହି ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଚର୍ଚ୍ଚା ଆହୁରି ବଢ଼ିଥିଲା।

ତୃତୀୟ ଓ ସବୁଠାରୁ ଚର୍ଚ୍ଚିତ ମୁହୂର୍ତ୍ତ ଥିଲା ପୁଟିନଙ୍କ ସହ।

ମଞ୍ଚରୁ ଓହ୍ଲାଇବା ପରେ ପୁଟିନ ସିଧା ବାହାରକୁ ଯାଉଥିଲେ।

ସେତେବେଳେ ଶେହବାଜ ତାଙ୍କ ପଛରେ ଦୌଡ଼ି ଯାଇ ହାତ ଧରିଥିଲେ।

ଏହା ପରେ ପୁଟିନ ବୁଲି ତାଙ୍କ ସହ କଥା ହୋଇଥିଲେ।

ଏହି ଭିଡିଓ ଏବେ ପାକିସ୍ତାନ ପାଇଁ ଅସହଜ ପରିସ୍ଥିତି ସୃଷ୍ଟି କରିଛି।

Ukraine: ୟୁକ୍ରେନର କିଏଭରେ ରୁଷିଆର ଭୟଙ୍କର ମିସାଇଲ୍-ଡ୍ରୋନ୍ ଆକ୍ରମଣ: ଜଣେ ଭାରତୀୟଙ୍କ ସମେତ ୧୨ ମୃତ  ଏତିକି ନୁହେଁ, ସମ୍ମିଳନୀ ପରେ ପାକିସ୍ତାନ ପିଏମଓ ପକ୍ଷରୁ ଜାରି ହୋଇଥିବା ଗ୍ରୁପ୍ ଫଟୋରୁ ନରେନ୍ଦ୍ର ମୋଦୀ ଓ କେତେକ ଅନ୍ୟ ନେତାଙ୍କୁ କ୍ରପ୍ କରାଯାଇଥିବା ଅଭିଯୋଗ ମଧ୍ୟ ଆସିଛି।

ଯାହାକୁ ନେଇ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ଚାଲିଛି ।

ଏକ ପଟେ ମୋଦୀ-ପୁଟିନ-ଜିନପିଙ୍ଗଙ୍କ ଅନୌପଚାରିକ ଆଲୋଚନା...

ଅନ୍ୟପଟେ ଶେହବାଜଙ୍କ ନିରବ ଉପସ୍ଥିତି।

ବିଶକେକର ଏହି ମଞ୍ଚରୁ ଯାଇଥିବା ବାର୍ତ୍ତା କେବଳ ଫଟୋ କିମ୍ବା ଭିଡିଓରେ ସୀମିତ ନୁହେଁ, ବରଂ ଏହା ଅଞ୍ଚଳୀୟ କୂଟନୀତିର ବଦଳୁଥିବା ସମୀକରଣକୁ ମଧ୍ୟ ସୂଚିତ କରୁଛି ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)