Puri will be a 'spiritual beach': ପୁରୀ ହେବ ‘ଆଧ୍ୟାତ୍ମିକ ବେଳାଭୂମି’: ମୁଖ୍ୟମନ୍ତ୍ରୀ

Aug 13, 2026 - 01:01
Puri will be a 'spiritual beach': ପୁରୀ ହେବ ‘ଆଧ୍ୟାତ୍ମିକ ବେଳାଭୂମି’: ମୁଖ୍ୟମନ୍ତ୍ରୀ

"ଭୁବନେଶ୍ବର: ପୁରୀ ଗୋବର୍ଦ୍ଧନ ପୀଠର ସର୍ବାଙ୍ଗୀନ ବିକାଶ, ସୁରକ୍ଷା ଓ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।

ପୁରୀର ଆଧ୍ୟାତ୍ମିକ ଗରିମାକୁ ବଢ଼ାଇବା ସହ ପୀଠ ସମ୍ପତ୍ତିର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ପୀଠର ପ୍ରତିନିଧିମାନଙ୍କ ସହ ଆଲୋଚନା କରିଥିଲେ।Advertisment Oil: ରୁଷୀୟ ତେଲ କିଣିବା ନେଇ ଆମେରିକାର ଶୁଳ୍କକୁ ବିରୋଧ ଗୋବର୍ଦ୍ଧନ ପୀଠ ଓ ସ୍ୱର୍ଗଦ୍ୱାର ବେଳାଭୂମିର ଉନ୍ନତୀକରଣ ନିଷ୍ପତ୍ତିଆହୁରି ଭବ୍ୟ ହେବ "ମହୋଦଧି ଆରତି" ପୁରୀ ସ୍ୱର୍ଗଦ୍ୱାର ସମ୍ମୁଖ ବେଳାଭୂମିରେ ପ୍ରତିଦିନ ଅନୁଷ୍ଠିତ ହେଉଥିବା ପବିତ୍ର "ସନ୍ଧ୍ୟା ମହୋଦଧି ଆରତି" ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବାରୋପ କରିଛନ୍ତି।

ଏହି ଆରତିସ୍ଥଳର ସୌନ୍ଦର୍ଯ୍ୟକରଣ ସହିତ ସନ୍ଧ୍ୟା ଆରତିକୁ ଆହୁରି ଭବ୍ୟ ଆକାରରେ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସମଗ୍ର ପୁରୀ ବେଳାଭୂମିକୁ ଏକ ଭବ୍ୟ ଆଧ୍ୟାତ୍ମିକ ବେଳାଭୂମି ଭାବେ ବିକଶିତ କରିବାକୁ ସେ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହା ସହିତ ଗୋବର୍ଦ୍ଧନ ପୀଠର ଜମିଜମା ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପୁରୁଣା ଲ୍ୟାଣ୍ଡ ସେଟେଲମେଣ୍ଟ ଦସ୍ତାବିଜ୍‌କୁ ପୁନର୍ବାର ସମ୍ପୂର୍ଣ୍ଣ ଯାଞ୍ଚ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ଜଗଦ୍‌ ଗୁରୁ ଶଙ୍କରାଚାର୍ଯ୍ୟଙ୍କ ନିରାପତ୍ତା ଓ ପୀଠ ପରିସରର ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ କୁହାଯାଇଛି।

ଗୋବର୍ଦ୍ଧନ ପୀଠର ସମସ୍ତ ପୂର୍ବାଚାର୍ଯ୍ୟମାନଙ୍କ ପବିତ୍ର ସମାଧିସ୍ଥଳର ସୁରକ୍ଷା ଓ ସଂରକ୍ଷଣ ଉପରେ ସ୍ୱତନ୍ତ୍ର ପଦକ୍ଷେପ ନିଆଯିବ।

Uttarakhand: ୧.୫ ଲକ୍ଷ ଟଙ୍କା ଯୋଗାଡ଼ ନ ହେବାରୁ ରୋମାନିଆ ଯାଇପାରି ନ ଥିଲେ ଛାତ୍ରୀ, ଧାମୀଙ୍କ ସାମ୍ନାରେ ଭାବପ୍ରବଣ ହୋଇ କହିଲେ ମଠର ପାରିପାର୍ଶ୍ୱିକ ବିକାଶ ସହିତ ମଠ ପରିସରରେ ଥିବା "ଶ୍ରୀ ଗୋବର୍ଦ୍ଧନ ଗୋଶାଳା"ର ସୁପରିଚାଳନା ପାଇଁ ଆବଶ୍ୟକୀୟ ସୁବିଧା ସୁଯୋଗ ଯୋଗେଇ ଦେବା ଉପରେ ଆଲୋଚନା ହୋଇଥିଲା।

ବୈଠକରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଗୋବର୍ଦ୍ଧନ ପୀଠର ସାଧୁସନ୍ଥ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଉନ୍ନୟନ କମିସନର ଡିକେ ସିଂହ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ, ଆଇନ ସଚିବ ପବିତ୍ର ମୋହନ ସାମଲ, ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଏବଂ ଏସ୍‌ପି ପ୍ରତୀକ ସିଂହ ଯୋଗ ଦେଇଥିଲେ।

ଗୋବର୍ଦ୍ଧନ ପୀଠର ବ୍ୟବସ୍ଥା ପ୍ରମୁଖ ପ୍ରଫୁଲ୍ଲ ଚୈତନ୍ୟ ମହାରାଜ, ଆଦିତ୍ୟ ବାହିନୀ ମୁଖ୍ୟ ପୀଠ ପ୍ରତିନିଧି ମାତୃପ୍ରସାଦ ମିଶ୍ର ତଥା ଅନ୍ୟାନ୍ୟ ବରିଷ୍ଠ କର୍ମକର୍ତ୍ତା ଉପସ୍ଥିତ ଥିଲେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media