Puri Shock: ମା’କୁ ମାରି ରନ୍ଧାଘରେ ପୋତି ପୁଅ ଫେରାର୍!
"ପୁରୀ (ଶ୍ୟାମକାହ୍ନା ପଟ୍ଟନାୟକ): ପୁରୀ କୁମ୍ଭାରପଡ଼ା ଥାନା ଅଞ୍ଚଳରେ ଏକ ଚକିତ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି।
ଜଣେ ପୁଅ ନିଜ ମା"କୁ ହତ୍ୟା କରି ପୋତି ସିମେଣ୍ଟରେ ପ୍ଲାଷ୍ଟର କରିବା ପରେ ଫେରାର୍ ହୋଇଯାଇଛି।
ଘଟଣାଟି ୩-୪ ଦିନ ପୂର୍ବେ ଘଟିଥିବା ଅନୁମାନ କରାଯାଉଛି।
Advertisment କୁମ୍ଭାରପଡ଼ା ଥାନା ଅଞ୍ଚଳରେ ଏକ ଭଡ଼ାଘରେ ମା" ଓ ପୁଅ ରହୁଥିଲେ।
ଘରୁ ପଚା ଦୁର୍ଗନ୍ଧ ବାହାରିବା ଓ ଘରେ କାହାରି ଅନୁପସ୍ଥିତ ଥିବାରୁ ଘର ମାଲିକ ଭଗବାନ ସାହୁ ପୁଲିସକୁ ସୂଚିତ କରିଥିଲେ।
ଏନେଇ ଘର ମାଲିକ କହିଛନ୍ତି, ୪-୫ ଦିନ ପୂର୍ବେ ସେମାନେ ମା" ଓ ପୁଅଙ୍କୁ ଦେଖିଛନ୍ତି।
ଏହାପର ଠାରୁ ଉଭୟଙ୍କୁ ଦେଖିନାହାନ୍ତି।
ଦୁଇ ଦିନ ଧରି ଘରୁ ପଚା ଗନ୍ଧ ବାହାରୁଥିଲା।
ଆଜି ରନ୍ଧାଘର ସ୍ଲାବ୍ ତଳ ପ୍ଲାଷ୍ଟର ଭିତରୁ ପୋଚା ପାଣି ଭଳି ପଦାର୍ଥ ବାହାରୁଥିବାରୁ ସନ୍ଦେହରେ ପୁଲିସକୁ ସୂଚିତ କରିଛନ୍ତି।
ଟଙ୍କା ନ ଦେବାରୁ ଲିଭ-ଇନ ପାର୍ଟନରଙ୍କ ସହ ମିଶି ମାକୁ ହତ୍ୟା କଲେ ଝିଅଖବର ପାଇ ପୁଲିସ, ମାଜିଷ୍ଟ୍ରେଟ୍, ସିଟି ଡିଏସ୍ପି ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ସିସିଟିଭି ଯାଞ୍ଚରୁ ମା" ଓ ପୁଅ ଉଭୟ ଗତ ୧୯ ତାରିଖ ପର୍ଯ୍ୟନ୍ତ ଘରକୁ ଯା"ଆସ କରୁଥିବା ଜଣାପଡ଼ିଛି।
ଏହି ଦିନ କିମ୍ବା ପରେ ମା"ଙ୍କୁ ହତ୍ୟା କରି ମୃତଦେହକୁ ରୋଷେଇ ଘର ସ୍ଲାବ୍ ତଳେ ଲୁଚାଇ ରଖି ପ୍ଲାଷ୍ଟର ଓ ସିମେଣ୍ଟ ମସଲାରେ ଏହାକୁ ସିଲ୍ କରି ଦେଇ ପୁଅ ଫେରାର ହୋଇଥିବା ଆଶଙ୍କା କରାଯାଉଛି।
ଭତ୍ତା ଟଙ୍କା ନ ଦେବାରୁ ଟାଙ୍ଗିଆରେ ହାଣି ମାକୁ ହତ୍ୟା କଲେ ଦୁଇ ପୁଅ ସାଇଣ୍ଟିଫିକ୍ ଟିମ୍ ପ୍ଲାଷ୍ଟର ଖୋଳି ଯାଞ୍ଚ କରୁଛି।
ଶବର ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟରୁ ଅନେକ ରହସ୍ୟ ଉପରୁ ପରଦା ଉଠିବ ବୋଲି ପୁଲିସ କହିଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
