Puri Rath Yatra 2026 ରଥଯାତ୍ରାରେ ମୁତୟନ ହେବେ ୨୧ ହଜାର ପୁଲିସ କର୍ମଚାରୀ ଓ କେନ୍ଦ୍ରୀୟ ସୁରକ୍ଷା ବଳ

ପୁରୀ/ଭୁବନେଶ୍ବର: ରଥଯାତ୍ରାର ଶୃଙ୍ଖଳିତ, ସୁରକ୍ଷିତ ଓ ସୁବ୍ୟବସ୍ଥିତ ପରିଚାଳନା ନିମନ୍ତେ ପୁଲିସ ବିଭାଗ ପକ୍ଷରୁ ୧୨ହଜାର ପୁଲିସ ଓ ଟ୍ରାଫିକ୍ କନଷ୍ଟେବଳ, ୧୦ କମ୍ପାନୀ (ପ୍ରାୟ ୧୩୦୦) ସଶସ୍ତ୍ର ସିଏପିଏଫ୍, ସିଆର୍ପିଏଫ୍, ବିଏସ୍ଏଫ୍ ମୁତୟନ ରହିବେ। ୨୫୦ ପ୍ଲାଟୁନ୍ (ପ୍ରାୟ ୭୫୦୦) ଓଏସ୍ଏପି, ଆଇଆର୍ବିଏନ୍, ଏପିଆର୍ ନିୟୋଜିତ ହେବେ। ଏହାସହ ସହରର ବିଭିନ୍ନ ସ୍ଥାନରେ ୩,୦୦୦ ହୋମଗାର୍ଡଙ୍କୁ ମୁତୟନ କରାଯାଇ ଭିଡ଼ ନିୟନ୍ତ୍ରଣ ତଥା ଟ୍ରାଫିକ ଓ ପାର୍କିଂ ରେ ପୁଲିସକୁ ସହଯୋଗ କରିବେ ।
Ratha yatra: ରଥଯାତ୍ରା ବ୍ୟବସ୍ଥାବଳୀକୁ ମୋହର: ରତ୍ନଭଣ୍ଡାର ଗଣତିମଣତି ସ୍ଥଗିତ, ନୀଳାଦ୍ରି ବିଜେ ପରେ ନିଷ୍ପତ୍ତି
ଆଜି (ଶୁକ୍ରବାର) ପୁରୀସ୍ଥିତ ଜିଲ୍ଲା ପୁଲିସ କାର୍ଯ୍ୟାଳୟ (DPO) ପରିସରରେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ତଥା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।
/fit-in/580x348/filters:format(webp)/sambad/media/media_files/2026/07/04/rathayatra-police-review-2026-07-04-20-20-51.jpeg)
ବୈଠକରେ ପୋଲିସ ମହାନିର୍ଦ୍ଦେଶକ କହିଛନ୍ତି ଯେ, ରଥ ଯାତ୍ରା ସମୟ ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଯେଉଁ ପ୍ରତିକୂଳ ପରିବେଶ ସୃଷ୍ଟି ହେବ, ତା ପ୍ରତି ସଜାଗ ରହି ଆଗୁଆ ପଦକ୍ଷେପ ନେଇ ରଥ ଯାତ୍ରାକୁ ସୁସଂଗଠିତ କରିବାକୁ ପଡ଼ିବ। ଭକ୍ତମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୋଇ ସୁରୁଖୁରୁରେ ପୁରୀରେ ପହଞ୍ଚି, ଭଲରେ ମହାପ୍ରଭୁଙ୍କ ଦର୍ଶନ ସାରି ସୁରକ୍ଷିତ ଭାବେ ନିଜ ନିଜ ଘରକୁ ଫେରି ପାରିବେ, ତାହା ଉପରେ ସର୍ବୋଚ୍ଚ ଗୁରୁତ୍ୱ ଦିଆଯାଇଛି। ଏହା ସହିତ ବାହାରୁ ଆସୁଥିବା ପୁଲିସ ଫୋର୍ସମାନଙ୍କ ରହଣି ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥାକୁ ସଠିକ୍ ଭାବେ ପରିଚାଳନା କରିବା ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ ହୋଇଛି।
Rathayatra: ରଥଖଳା: ୧୮ ଚକ ନିର୍ମାଣ ଶେଷ
ଜନସାଧାରଣଙ୍କୁ ନିବେଦନ କରି ପୋଲିସ ମହାନିର୍ଦ୍ଦେଶକ କହିଛନ୍ତି ଯେ, ଶ୍ରଦ୍ଧାଳୁମାନେ ପୁରୀ ଅଭିମୁଖେ ବାହାରିବା ସମୟରେ ଓଡ଼ିଶା ପୋଲିସର ଅଫିସିଆଲ୍ ପୋର୍ଟାଲ୍ ଏବଂ ଟ୍ରାଫିକ ପରିଚାଳନା ପାଇଁ ସମୟ ସମୟରେ ଜାରି ହେଉଥିବା ବିଭିନ୍ନ 'ଟ୍ରାଫିକ ଆଡଭାଇଜରୀ' କୁ ଧ୍ୟାନ ଦେବା ଉଚିତ୍। ପୋର୍ଟାଲ ଜରିଆରେ ଦିଆଯାଉଥିବା ସମସ୍ତ ପରାମର୍ଶ ଓ ନିୟମକୁ ସଠିକ୍ ଭାବେ ପାଳନ କରି ଯାତ୍ରା କଲେ ଟ୍ରାଫିକ ସମସ୍ୟା ଏଡ଼ାଯାଇପାରିବ।
ଏହି ସମୀକ୍ଷା ବୈଠକରେ ଗୁଇନ୍ଦା ନିର୍ଦ୍ଦେଶକ ଆର.ପି. କୋଚେ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଧୁନିକୀକରଣ) ସୌମେନ୍ଦ୍ର ପ୍ରିୟଦର୍ଶୀ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ରେଳବାଇ ଓ ଉପକୂଳ ସୁରକ୍ଷା) ଅରୁଣ ବୋଥ୍ରା, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଶୃଙ୍ଖଳା) ସଞ୍ଜୟ କୁମାର, ଟ୍ରାନ୍ସପୋର୍ଟ କମିଶନର ଅମିତାଭ ଠାକୁର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (SAP) ରାଜେଶ କୁମାର, ଆଇଜିପି (ଟ୍ରେନିଂ) ଅନୁପ କୁମାର ସାହୁ, ନିର୍ଦ୍ଦେଶକ (ଏସସିଆରବି) ଅବିନାଶ କୁମାର, ଆଇଜି (କ୍ରାଇମବ୍ରାଞ୍ଚ) ଡ. ସାର୍ଥକ ଷଡଙ୍ଗୀ, ଆଇଜି (କେନ୍ଦ୍ରାଞ୍ଚଳ) ସତ୍ୟଜିତ ନାୟକ, ଡିଆଇଜି (ଏସଟିଏଫ) ଡ଼ କନୱର ବିଶାଳ ସିଂ, ଡିଆଇଜି (ପ୍ରୋଭିଜନିଂ) ଚରଣ ସିଂ ମିନା, ଡିଆଇଜି (କାର୍ମିକ) ଯୁଗଳ କିଶୋର କୁମାର ବନୋଥ, ଡିଆଇଜି (କ୍ରାଇମବ୍ରାଞ୍ଚ) ବି. ଗଙ୍ଗାଧର, ଡିଆଇଜି ଆଶିଷ ସିଂହ, ଏସପି (ପୁରୀ) ପ୍ରତୀକ ସିଂଙ୍କ ସମେତ ବହୁ ବରିଷ୍ଠ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ I ଏହାସହ ଆଭାସୀ ମାଧ୍ୟମରେ ଆଇଜିପି (ଉତ୍ତର-କେନ୍ଦ୍ରାଞ୍ଚଳ) ସତ୍ୟବ୍ରତ ଭୋଇ, ଡିଆଇଜି (ପୂର୍ବାଞ୍ଚଳ) ପିନାକ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।