Puri Jagannath: ବାତ୍ୟା 'ଅର୍ଣ୍ଣବ'ର ପ୍ରକୋପ! ନୀଳଚକ୍ରରୁ ଖସିପଡ଼ିଲା ଭକ୍ତଙ୍କର ମାନସିକ ବାନା
ପୁରୀ (ଶିବ ପ୍ରସାଦ ଦାସ): ଶ୍ରୀମନ୍ଦିରରେ ଅଲୌକିକ ଦୃଶ୍ୟ!
ପତିତପାବନ ବାନାରେ ଶୂନ୍ୟଗଣ୍ଠି, ମାନସିକ ବାନା ଛିଣ୍ଡି ଦଧିନଉତି ଉପରେ।
ପ୍ରବଳ ବର୍ଷା ଓ ପବନ ଯୋଗୁଁ ନୀଳଚକ୍ରରେ ଲାଗିଥିବା ମାନସିକ ବାନା ସବୁ ଛିଣ୍ଡି ଯାଇ ଦଧିନଉତି ଉପରେ ପଡିଥିବା ବେଳେ ପତିତପାବନ ବାନାରେ ପଡିଛି ଶୂନ୍ୟ ଗଣ୍ଠି।
Advertisment ଆଜି ସକାଳୁ ପୁରୀରେ ବାତ୍ୟା ଅର୍ଣ୍ଣବ ପ୍ରଭାବରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ବହୁଛି।
ପବନର ବେଗ ଅଧିକ ଥିବା ହେତୁ ଶ୍ରୀମନ୍ଦିର ଶିଖରରେ ଲାଗିଥିବା ପତିତପାବନ ବାନାର କିଛି ଅଂଶ ଚିରି ଯାଇଛି।
ପବନରେ ବାନାଟି ଚିରିଯିବା ପରେ ସେଥିରେ ଶୂନ୍ୟ ଗଣ୍ଠି ପଡ଼ିଯାଇଛି।
ସେହିପରି ଭକ୍ତମାନେ ମାନସିକ କରି ନୀଳଚକ୍ରରେ ବାନ୍ଧିଥିବା ଶହ ଶହ ଛୋଟ ମାନସିକ ବାନା ଛିଣ୍ଡି ଯାଇ ତଳେ ଦଧିନଉତି ଉପରେ ପଡ଼ି ରହିଛି।
Vijayadashami at Shrimandir ଶ୍ରୀମନ୍ଦିରରେ ଆୟୁଧ ପୂଜା ଓ ସୁନାବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି ପତିତପାବନ ବାନାରେ ଶୂନ୍ୟ ଗଣ୍ଠି ପଡିବା ଅତ୍ୟନ୍ତ ଶୁଭ ସଂକେତ ବୋଲି ବିବେଚନା କରାଯାଏ।
ସେବାୟତ ଓ ପଣ୍ଡିତମାନେ କହନ୍ତି, ଯେତେବେଳେ ମହାପ୍ରଭୁ କୌଣସି ବଡ ବିପଦକୁ ନିଜେ ସମ୍ଭାଳି ନିଅନ୍ତି ସେତେବେଳେ ବାନାରେ ଏଭଳି ଶୂନ୍ୟ ଗଣ୍ଠି ପଡିଥାଏ।
ତେଣୁ ବାନାରେ ଶୂନ୍ୟ ଗଣ୍ଠି ପଡିବା ପରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଛି ଯେ, ମହାପ୍ରଭୁଙ୍କ କୃପାରୁ ବାତ୍ୟା ଅର୍ଣ୍ଣବ ଦୁର୍ବଳ ହୋଇଯାଇଛି।
ମହାପ୍ରଭୁ ନିଜେ ଏହି ବିପଦକୁ ଟଳି ଦେଇଛନ୍ତି।
ମହାପ୍ରଭୁଙ୍କ ଲୀଳା ଅପାର।
ବାନାରେ ଶୂନ୍ୟ ଗଣ୍ଠି ପଡିବା ମାନେ ବାତ୍ୟା ଆଉ ବଡ କ୍ଷତି କରିବ ନାହିଁ।
ଜଗନ୍ନାଥ ସବୁ ରକ୍ଷା କରିବେ, ବୋଲି ଜଣେ ଭକ୍ତ କହିଛନ୍ତି।
ଅପରପକ୍ଷେ ଶ୍ରୀମନ୍ଦିର ପ୍ରଶାସନ ସୂଚନା ଅନୁଯାୟୀ, ପାଗ ଶାନ୍ତ ପରେ ଚୁନରା ସେବାୟତମାନେ ଉପରକୁ ଯାଇ ବାନା ପରିବର୍ତ୍ତନ କରି ନୂଆ ବାନା ଲଗାଇଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
