Puri: ସମୁଦ୍ର ଭିତରେ ତୈଳ ଓ ପ୍ରାକୃତିକ ଗ୍ୟାସ ନିଗମ ପକ୍ଷରୁ ସମୁଦ୍ର ଗର୍ଭରେ ଗ୍ୟାସ ସନ୍ଧାନ
ରାମଚଣ୍ଡୀ: ସମୁଦ୍ର ଗର୍ଭରେ ଖଣିଜ ଓ ପ୍ରାକୃତିକ ସମ୍ପଦର ସନ୍ଧାନକୁ ନେଇ ବଢ଼ିଲା ଚର୍ଚ୍ଚା।
ପୁରୀ ଜିଲ୍ଲା ଚନ୍ଦ୍ରଭାଗାଠାରୁ ପ୍ରାୟ ୪୩ କିଲୋମିଟର ଦୂର ସମୁଦ୍ର ମଧ୍ଯରେ ଆରମ୍ଭ ହୋଇଛି ବଡବଡ ଜାହାଜ ଦ୍ୱାରା ଡ୍ରିଲିଂ କାର୍ଯ୍ୟ।
ଗର୍ଭରେ ଏହି କାର୍ଯ୍ୟ ଆରମ୍ଭ ହେବାପରେ ଏହାର ଉଦ୍ଦେଶ୍ୟ ଓ ସମ୍ଭାବ୍ୟ ପ୍ରଭାବକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି ।
ଗଭୀର ସମୁଦ୍ର ଭିତରେ ଏଭଳି କାର୍ଯ୍ୟ କରିବା ପାଇଁ ଅତ୍ୟାଧୁନିକ ଯନ୍ତ୍ରପାତି, ବିଶେଷଜ୍ଞ ଓ ଉନ୍ନତ ବୈଷୟିକ ଜ୍ଞାନ ସହିତ ସମୁଦ୍ର ଗର୍ଭରେ ଡ୍ରିଲିଂ କରାଯାଇ ଭୂତାତ୍ତ୍ୱିକ ଅନୁସନ୍ଧାନ କରାଯାଇଛି।
ଭୂଗର୍ଭସ୍ଥ ସ୍ତରର ଗଠନ ସମ୍ପର୍କରେ ତଥ୍ୟ ସଂଗ୍ରହ କିମ୍ବା ତୈଳ ଓ ପ୍ରାକୃତିକ ଗ୍ୟାସ୍ ଭଳି ସମ୍ପଦର ସମ୍ଭାବନା ଅନୁଧ୍ୟାନ କରିବା ଭଳି ଉଦ୍ଦେଶ୍ୟ ହୋଇପାରେ ବୋଲି ଅନୁମାନ କରାଯାଉଛି ।
Advertisment ଆହୁରି ପଢନ୍ତୁ: Monkey Attack: ମାଙ୍କଡ଼ଙ୍କ ଉତ୍ପାତରେ ଅତିଷ୍ଠ କି?
ଏହି ଗନ୍ଧରେ ଛୁ ମାରିବେ ମାଙ୍କଡ଼!
ଏହି କାର୍ଯ୍ୟ ସମ୍ପର୍କରେ ଜିଲ୍ଲା ପ୍ରଶାସନ ବା ସ୍ଥାନୀୟ ପ୍ରଶାସନ ପାଖରେ ଖବର ଅଛି କି ନାହିଁ ତାହା ମଧ୍ୟ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି।
ତୁରନ୍ତ ତୈଳ ଓ ପ୍ରାକୃତିକ ଗ୍ୟାସ ନିଗମ ପକ୍ଷରୁ ଆବଶ୍ୟକୀୟ ତଥ୍ୟ ସାର୍ବଜନୀନ କରାଗ କରାଗଲେ ଏହି ପ୍ରକଳ୍ପ ସମ୍ପର୍କରେ ଥିବା ଅନେକ ପ୍ରଶ୍ନର ଉତ୍ତର ମିଳିପାରିବ ବୋଲି ଜଣାପଡିଛି ।
ଚନ୍ଦ୍ରଭାଗା ଠାରୁ ୪୩ କିଲୋମିଟର ଦୂର ସମୁଦ୍ର ମଧ୍ୟରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟ ଦ୍ବାର କେବେ ସୁଫଳ ମିଳିବ ତାହା ଆଗାମୀ ଦିନରେ ଜଣାପଡିବ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
