Puri: ନାବାଳକ ହତ୍ୟା ଘଟଣାରେ ପୁରୀ ପୁଲିସକୁ ବଡ଼ ସଫଳତା: ଗିରଫ ହେଲେ ୧୮ ଜଣ ଅଭିଯୁକ୍ତ
"ପୁରୀ: କୃଷ୍ଣପ୍ରସାଦ ଅଞ୍ଚଳ ଚିଲିକା ହ୍ରଦରେ ଗତ ୧୧ ତାରିଖରେ ଘଟିଥିବା ନାବାଳକ ହତ୍ୟା ଘଟଣାରେ ପୁରୀ ପୁଲିସକୁ ବଡ଼ ସଫଳତା ମିଳିଛି।
ମୁଖ୍ୟ ଅଭିଯୁକ୍ତ ଗଣେଶ ଦାସଙ୍କ ସମେତ ମୋଟ ୧୮ ଜଣ ଅଭିଯୁକ୍ତଙ୍କୁ କୃଷ୍ଣପ୍ରସାଦ ଥାନା ପୁଲିସ ଗିରଫ କରିଛି।
ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ଚନ୍ଦ୍ରପୁଟ୍ ଗ୍ରାମର ବୋଲି ଜଣାପଡିଛି।
ଅଭିଯୁକ୍ତଙ୍କଠାରୁ ୩ଟି ବୋଟ୍ ଓ ହତ୍ୟାକାଣ୍ଡରେ ବ୍ୟବହୃତ କାଠ ଫାଳିଆକୁ ପୁଲିସ ଜବତ କରିଛି।ଗତ ୧୧ ତାରିଖରେ କୃଷ୍ଣପ୍ରସାଦ ଅଞ୍ଚଳ ଚିଲିକା ହ୍ରଦରେ ଚିଙ୍ଗୁଡି ଓ ମାଛ ଚୋରି କରୁଥିବା ବେଳେ ଅଭିଯୁକ୍ତମାନେ ସ୍ଥାନୀୟ ଲୋକଙ୍କ ବିରୋଧର ଶିକାର ହୋଇଥିଲେ।
ଏହାପରେ ଉଭୟ ପକ୍ଷ ମଧ୍ୟରେ ବଚସା ଓ ହାତାହାତି ହୋଇଥିଲା।
ଏହି ଆକ୍ରମଣରେ ଦୁଇଜଣ ଗୁରୁତର ଭାବେ ଆହତ ହୋଇଥିବା ବେଳେ ଜଣେ ନାବାଳକର ମୃତ୍ୟୁ ହୋଇଥିଲା।Advertisment ଆହୁରି ପଢନ୍ତୁ: Air India: ଏୟାର ଇଣ୍ଡିଆକୁ ସରକାରଙ୍କ କଡ଼ା ଚେତାବନୀ: ବିମାନ ପରିଚାଳନା ଓ ସୁରକ୍ଷା ଉପରେ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ ଘଟଣା ପରେ କୃଷ୍ଣପ୍ରସାଦ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।
ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୪୮ ଘଣ୍ଟା ମଧ୍ୟରେ ସମସ୍ତ ୧୮ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।
ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପୁରୀ ଏସ୍.ପି ପ୍ରତୀକ ସିଂ କହିଛନ୍ତି, "ଏହି ଘଟଣାରେ ସମ୍ପୃକ୍ତ ସମସ୍ତ ୧୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇସାରିଛି।
ସେମାନଙ୍କ ଠାରୁ ଚିଙ୍ଗୁଡି ଚୋରି ପାଇଁ ବ୍ୟବହୃତ ୩ଟି ବୋଟ୍ ଏବଂ ହତ୍ୟାରେ ବ୍ୟବହୃତ କାଠ ଫାଳିଆ ଜବତ କରାଯାଇଛି।
ସେ ଆହୁରି କହିଛନ୍ତି, "ଗିରଫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ଘଟଣାର ପ୍ରକୃତ କାରଣ ଓ ଅନ୍ୟାନ୍ୟ ସମ୍ପୃକ୍ତି ସମ୍ପର୍କରେ ଆହୁରି ପଚରାଉଚରା କରାଯିବ।
ଚିଲିକାରେ ଚାଲିଥିବା ଅବୈଧ ମାଛ ଓ ଚିଙ୍ଗୁଡି ଚୋରି ଉପରେ କଡ଼ା ନଜର ରଖାଯାଇଛି ଏବଂ ଏଥିରେ ସମ୍ପୃକ୍ତ ଅନ୍ୟ କୌଣସି ଲୋକ ଥିଲେ ତାଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ।ଏହି ଘଟଣା ପରେ ଚିଲିକା ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ଏବଂ ପୁଲିସ ପାଟ୍ରୋଲିଂ ବୃଦ୍ଧି କରାଯାଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
