Punjab Politics: ପଞ୍ଜାବରେ ଆପ୍‌କୁ ବଡ଼ ଝଟ୍‌କା; ବିଜେପିରେ ମିଶିଲେ ୩ ବିଧାୟକ

Nov 02, 2026 - 12:59
Punjab Politics: ପଞ୍ଜାବରେ ଆପ୍‌କୁ ବଡ଼ ଝଟ୍‌କା; ବିଜେପିରେ ମିଶିଲେ ୩ ବିଧାୟକ

ନୂଆଦିଲ୍ଲୀ: ପଞ୍ଜାବରେ ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଆମ୍ ଆଦମୀ ପାର୍ଟି (ଆପ୍‌)କୁ ଶକ୍ତ ଧକ୍କା ଲାଗିଛି।

ଦଳର ତିନି ଜଣ ବିଧାୟକ ଇସ୍ତଫା ଦେବାର କିଛି ଘଣ୍ଟା ପରେ ସୋମବାର ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ ଦେଇଛନ୍ତି।

ଏହି ଘଟଣା ପଞ୍ଜାବ ରାଜନୀତିକୁ ସରଗରମ କରିବା ସହ ଶାସକ ଦଳର ରାଜନୈତିକ ସମୀକରଣକୁ ନେଇ ନୂଆ ଚର୍ଚ୍ଚା ସୃଷ୍ଟି କରିଛି।

ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବତ ମାନ୍‌ଙ୍କ ସରକାର ପାଇଁ ଏହା ବଡ଼ ଚାଲେଞ୍ଜ ହୋଇଛି।

Advertisment ବିଜେପିରେ ଯୋଗ ଦେଇଥିବା ତିନି ନେତା ହେଲେ ଅମୃତସର ଉତ୍ତର ଆସନର ବିଧାୟକ କୁୱଁର ବିଜୟ ପ୍ରତାପ ସିଂହ, ସମାନା ଆସନର ବିଧାୟକ ଚେତନ ସିଂହ ଜୌରାମାଜରା ଓ ସନୌର ଆସନର ବିଧାୟକ ହରମିତ ସିଂହ ପଠାନମାଜରା।

ପୂର୍ବତନ ଆଇପିଏସ୍‌ କୁଁୱର ବିଜୟ ପ୍ରତାପ ସିଂହଙ୍କୁ ଆପ୍‌ ପୂର୍ବରୁ ନିଲମ୍ବିତ କରିଥିଲା।

ଆପ୍‌ ପାଇଁ ବଡ଼ ରାଜନୈତିକ ଆହ୍ୱାନ ସୂଚନା ଅନୁଯାୟୀ, ଚେତନ ଓ ହରମିତ ରବିବାର ଆପ୍‌ର ପ୍ରାଥମିକ ସଦସ୍ୟତା ଛାଡ଼ିଥିବା ବେଳେ ସୋମବାର କୁଁୱର ବିଜୟ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ।

ପରେ ତିନି ଜଣ ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ଦଳରେ ସାମିଲ ହୋଇଥିଲେ।

ଉଲ୍ଲେଖଯୋଗ୍ୟ, ଆପ୍‌ ନିକଟରେ ୨୦୨୭ ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ୪୦ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା।

ପ୍ରଥମ ତାଲିକାରେ ଦଳ ତିନି ଜଣଙ୍କ ଟିକେଟ କାଟି ଦେଇଥିଲା।

ଏହା ପରେ ଦଳରେ ଅସନ୍ତୋଷ ବଢ଼ିଥିବା ଚର୍ଚ୍ଚା ହେଉଛି।

ନିର୍ବାଚନ ପୂର୍ବରୁ ଏହି ଦଳବଦଳ ଆପ୍‌ ପାଇଁ ବଡ଼ ରାଜନୈତିକ ଆହ୍ୱାନ ହୋଇଛି।

IndiGo: ବିମାନରେ ଥିଲେ ୩ ସାଂସଦ: ଫେଲ୍‌ ହୋଇଗଲା ଇଞ୍ଜିନ: ନିରପେକ୍ଷ ତଦନ୍ତ କରିବାକୁ କହିଲେ ସାଂସଦ ପି ୱିଲସନ୍‌

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)