IndiGo: ବିମାନରେ ଥିଲେ ୩ ସାଂସଦ: ଫେଲ୍‌ ହୋଇଗଲା ଇଞ୍ଜିନ: ନିରପେକ୍ଷ ତଦନ୍ତ କରିବାକୁ କହିଲେ ସାଂସଦ ପି ୱିଲସନ୍‌

Nov 02, 2026 - 12:43
IndiGo: ବିମାନରେ ଥିଲେ ୩ ସାଂସଦ: ଫେଲ୍‌ ହୋଇଗଲା ଇଞ୍ଜିନ: ନିରପେକ୍ଷ ତଦନ୍ତ କରିବାକୁ କହିଲେ ସାଂସଦ ପି ୱିଲସନ୍‌

କୋଲକାତା: କୋଲକାତା ବିମାନବନ୍ଦରରେ ଉଡ଼ାଣ ଭରିବା ପୂର୍ବରୁ ଇଣ୍ଡିଗୋ ବିମାନର ଇଞ୍ଜିନ ଫେଲ୍‌ ହୋଇଯିବା ଘଟଣାକୁ ନେଇ ରାଜ୍ୟସଭା ସାଂସଦ ପି ୱିଲସନ୍‌ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କିଞ୍ଜରାପୁ ରାମ ମୋହନ ନାଇଡୁଙ୍କ ହସ୍ତକ୍ଷେପ ଓ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ)କୁ ସମୀକ୍ଷା କରିବାକୁ କହିଛନ୍ତି।

ସାଂସଦ ଏହି ଘଟଣାର ନିରପେକ୍ଷ ତଦନ୍ତ କରିବାକୁ ଦାବି କରିଛନ୍ତି।

ସାଂସଦମାନେ ମିଳିତ ସଂସଦୀୟ କମିଟିର ସାର୍ବଜନୀନ ଶୁଣାଣିରେ ଯୋଗଦେବା ପାଇଁ ସିଲଂ ଯାଉଥିବା ସମୟରେ ଏହି ଘଟଣା ଘଟିଥିଲା।

ତେବେ ୱିଲସନ୍‌ ଅନ୍ୟ ସାଂସଦମାନଙ୍କ ପରିଚୟ ପ୍ରକାଶ କରିନାହାନ୍ତି।

Advertisment ୱିଲସନ୍‌ ସାମାଜିକ ଗଣମାଧ୍ୟମ 'ଏକ୍ସ'ରେ ଦେଇଥିବା ସୂଚନା ଅନୁଯାୟୀ, ବିମାନରେ ତିନିଜଣ ସାଂସଦଙ୍କ ସମେତ ୬୭ ଜଣ ଯାତ୍ରୀ ଥିଲେ।

ବିମାନ ସଂଖ୍ୟା ୬ଇ୭୪୨୩ କୋଲକାତାରୁ ସିଲଂ ଅଭିମୁଖେ ଉଡ଼ାଣ କରିବାର ଥିଲା।

କିନ୍ତୁ ପାର୍କିଂ ସ୍ଥାନରୁ ରନୱେ ନିକଟକୁ ଆସୁଥିବା ସମୟରେ ବିମାନଟି ହଠାତ୍ ଅଟକି ଯାଇଥିଲା।

ବିମାନ ଇଞ୍ଜିନ ହଠାତ୍‌ ବନ୍ଦ ହୋଇଯିବା ଯୋଗୁ ଯାତ୍ରୀମାନେ ପ୍ରାୟ ୨ ଘଣ୍ଟା ଧରି ବିମାନରେ ଫସି ରହିଥିଲେ।

ପାଇଲଟ୍ ପରେ କହିଥିଲେ ଯେ, ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଉଡ଼ାଣ ବାତିଲ କରାଯାଇଥିଲା।

ଏପର୍ଯ୍ୟନ୍ତ ଉଡ଼ାଣ ପାଇଁ ବିମାନକୁ ଛାଡ଼ ପ୍ରଦାନ କରିଛି ୱିଲସନ୍‌ କହିଛନ୍ତି, ସତ କଥା ହେଉଛି ବିମାନଟି ସୁରକ୍ଷିତ ନଥିଲା।

କିନ୍ତୁ ଡିଜିସିଏ ଏପର୍ଯ୍ୟନ୍ତ ଉଡ଼ାଣ ପାଇଁ ବିମାନକୁ ଛାଡ଼ ପ୍ରଦାନ କରିଛି, ଯାହା ନିୟମାବଳୀର ଉଲ୍ଲଂଘନ।

ବିମାନ ଚଳାଚଳ ମନ୍ତ୍ରୀ ଏହି ବିମାନଗୁଡ଼ିକୁ ଯାଞ୍ଚ କରିବା ଉଚିତ।

ଯଦି ବିମାନ କମ୍ପାନି ଏନେଇ ଗମ୍ଭୀର ନୁହେଁ, ତେବେ ମନ୍ତ୍ରଣାଳୟ ସେମାନଙ୍କର ଲାଇସେନ୍ସ ବାତିଲ କରିବା ଉଚିତ ବୋଲି ଡିଏମ୍‌କେ ସାଂସଦ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, କିଛି ଏୟାରଲାଇନ୍ସ ଓ ଡିଜିସିଏ ଅଧିକାରୀଙ୍କ ମଧ୍ୟରେ ଭିତିରିଆ ସମ୍ପର୍କ ରହିଛି, ଯେଉଁଥି ପାଇଁ ଏହା ଅସୁରକ୍ଷିତ ବିମାନଗୁଡ଼ିକୁ ଅନେକ ସମୟରେ ପ୍ରମାଣପତ୍ର ବିନା ପରିଚାଳନା ଜାରି ରଖିବାକୁ ଅନୁମତି ଦିଏ।

Student Attack: ଛାତ୍ରୀଙ୍କୁ ଚେନ୍‌ସ'ରେ ଆକ୍ରମଣ ଘଟଣା: ଗିରଫଦାରୀକୁ ପ୍ରତିରୋଧ କରିବା ସମୟରେ ଅଭିଯୁକ୍ତକୁ ଗୁଳିମାଡ଼

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)