Pune: ପୁଣେରେ ସମ୍ପତ୍ତି ବିକ୍ରି ନେଇ ବୃଦ୍ଧ ବାପାମା’ଙ୍କୁ ରାସ୍ତାରେ ପିଟିଲେ ଦୁଇ ଭାଇ

Sep 03, 2026 - 14:36
Pune: ପୁଣେରେ ସମ୍ପତ୍ତି ବିକ୍ରି ନେଇ ବୃଦ୍ଧ ବାପାମା’ଙ୍କୁ ରାସ୍ତାରେ ପିଟିଲେ ଦୁଇ ଭାଇ

"ପୁଣେ: ମହାରାଷ୍ଟ୍ରର ପୁଣେ ଜିଲ୍ଲାରେ ସମ୍ପତ୍ତି ବିକ୍ରି ନେଇ ପାରିବାରିକ ବିବାଦ ଭୟଙ୍କର ରୂପ ନେଇଛି।

ସମ୍ପତ୍ତି ନେଇ ଦୁଇ ଭାଇ ଗାଁ ରାସ୍ତାରେ ତାଙ୍କ ବାପାମାଙ୍କୁ ବାଡ଼ିରେ ନିସ୍ତୁକ ମାଡ଼ ମାରିଛନ୍ତି।

ପୁଲିସ ସୂଚନା ଅନୁଯାୟୀ, ଅଗଷ୍ଟ ୩୦ ତାରିଖ ସନ୍ଧ୍ୟାରେ ପିତାମାତା ୬୫- ବର୍ଷୀୟ ତୁକାରାମ କିଷାନ ରାଉତ ଓ ତାଙ୍କ ସ୍ତ୍ରୀ ଅଞ୍ଜନାଙ୍କ ସହ ସେମାନଙ୍କ ପୁଅ ସଞ୍ଜୟ ଓ ରାଜେନ୍ଦ୍ର ରାଉତ ମୁହାଁମୁହିଁ ହୋଇଥିଲେ।

ଦମ୍ପତି ବୁଲିବାକୁ ବାହାରକୁ ବାହାରିଥିବା ସମୟରେ ଦୁଇ ଅଭିଯୁକ୍ତ ଏକ କାର୍‌ରେ ଆସି ସେମାନଙ୍କୁ ଅଟକାଇ ଥିଲେ।

Advertisment ସମ୍ପତ୍ତି ନେଇ ବାପା-ମାଙ୍କୁ ମାଡ଼ ପୁଲିସ କହିଛି ଯେ, ଦୁଇ ଭାଇ ଜେଜେମା"ଙ୍କ ଜମି ବିକ୍ରି କରିବାର ନିଷ୍ପତ୍ତି ଉପରେ ରାଗି ଯାଇଥିଲେ।

ସେମାନଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା।

ଅଭିଯୁକ୍ତମାନେ ସେମାନଙ୍କ ବାପାମାଙ୍କୁ ଗାଳି ଦେଇଥିଲେ ଓ ସମ୍ପତ୍ତି ଫେରାଇ ନେବାକୁ ଦାବି କରିଥିଲେ।

ପୁଲିସ ଷ୍ଟେସନରେ ତୁକାରାମଙ୍କ ଦ୍ବାରା ରୁଜୁ ହୋଇଥିବା ଅଭିଯୋଗ ଅନୁଯାୟୀ, ଦୁଇ ଭାଇ ସେମାନଙ୍କୁ ବାଡ଼ିରେ ନିସ୍ତୁକ ମାଡ଼ ମାରିଥିଲେ।

ପୁଅଙ୍କ ମାଡ଼ରେ ତୁକାରାମଙ୍କ ପିଠି, ମୁହଁ, ଜଂଘ ଓ ବାମ କାନ୍ଧ ସମେତ ବିଭିନ୍ନ ଭାଗରେ ଆଘାତ ଲାଗିଛି।

ତାଙ୍କ ପତ୍ନୀଙ୍କ କଚଟି ଓ ଅଣ୍ଟାରେ ଆଘାତ ଲାଗିଛି।

ପୁଆମାନେ ତୁକାରାମ ଓ ଅଞ୍ଜନାଙ୍କୁ ମାଡ଼ ମାରୁଥିବାବେଳେ ସ୍ଥାନୀୟ ଲୋକମାନେ ଏହା ଦେଖି ପୁଲିସକୁ ଡାକିଥିଲେ।

ଆହତ ଦମ୍ପତିଙ୍କୁ ପରେ ଚିକିତ୍ସା ପାଇଁ ଇନ୍ଦାପୁର ଉପ-ଜିଲ୍ଲା ଡାକ୍ତରଖାନାକୁ ନିଆଯାଇଥିଲା।

ତୁକାରାମଙ୍କ ଅଭିଯୋଗ ଆଧାରରେ ଦୁଇ ଭାଇଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।

ଅଭିଯୋଗରେ କୁହାଯାଇଛି ଯେ, ସେମାନେ ବାପାମାଙ୍କୁ ଧମକ ଦେବା ସହିତ ସେମାନଙ୍କ କାରବାର ରଦ୍ଦ କରିବାକୁ ଦାବି କରିଥିଲେ।

BSP Mayawati: ପୁଣି ପଲଟି ମାରିଲେ ମାୟାବତୀ: କହିଲେ, ଆକାଶ ଆନନ୍ଦ ଏବେ ଅପରିପକ୍ୱ ବଡ଼ ଦାୟିତ୍ବ ଦେବା ଠିକ୍ ନୁହେଁ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)