Puja Cinema: ପୂଜା ସିନେମା: ଅଭିଜ୍ଞ ଅନୁପସ୍ଥିତ, ଅଧିକ ନବାଗତ

Oct 24, 2026 - 09:15
Puja Cinema: ପୂଜା ସିନେମା: ଅଭିଜ୍ଞ ଅନୁପସ୍ଥିତ, ଅଧିକ ନବାଗତ

ଶିବଶଙ୍କର ଓଝା ଏଥର ପୂଜା ବଜାରରେ ରେକର୍ଡ ସଂଖ୍ୟକ ୬ଟି ଓଡ଼ିଆ ଛବି ରିଲିଜ୍ ହୋଇଛି।

ତେବେ କିଛି ନାମୀଦାମୀ କଳାକାରଙ୍କ ସିନେମା ପରଦାକୁ ଆସି ନଥିବା ବେଳେ, ଆଉ କେତେକ ଜଣାଶୁଣା ନିର୍ଦ୍ଦେଶକଙ୍କ ଚଳଚ୍ଚିତ୍ର ମଧ୍ୟ ଅନୁପସ୍ଥିତ ରହିଛି।

ଅନ୍ୟ ପକ୍ଷରେ କିଛି ନୂଆ ପୁରୁଣା ମୁହଁ ବି ପ୍ରଥମ ଥର ପୂଜା ବଜାରରେ ନିଜର ଉପସ୍ଥିତି ଜାହିର କରିଛନ୍ତି।

Advertisment ଅନୁପସ୍ଥିତ ନାୟକ-ନାୟିକା ଯଦିଓ ଏଥର ୬ଟି ଛବି ରିଲିଜ୍ ହୋଇଛି, କିନ୍ତୁ ବେଶ୍‌ କେତେଜଣ ଜଣାଶୁଣା କଳାକାରଙ୍କୁ ପରଦାରେ ଦେଖିବାକୁ ମିଳିନାହିଁ।

ସେମାନଙ୍କ ମଧ୍ୟରେ ଅଛନ୍ତି, ସିଦ୍ଧାନ୍ତ, ଅନୁଭବ, ଅରିନ୍ଦମ, ବାବୁସାନ୍, ସବ୍ୟସାଚୀ, ବୁଦ୍ଧାଦିତ୍ୟ, ଆକାଶ, ସ୍ବରାଜ, ଶୈଳେନ୍ଦ୍ର, ସମ୍ବିତ, ଅଭିଷେକ ରଥ ଓ ଦୀପକ।

ସେହିପରି ଜଣାଶୁଣା ନାୟିକା ଅନୁ ଚୌଧୁରୀ, ବର୍ଷା ପ୍ରିୟଦର୍ଶିନୀ, ଅର୍ଚ୍ଚିତା, ଶିବାନୀ, ପ୍ରିୟା, ରୀୟା ଓ ପ୍ରକୃତି ପ୍ରମୁଖଙ୍କୁ ମିସ୍ କରିଛନ୍ତି ଦର୍ଶକ।

ମୋଟାମୋଟି ଏହି ନାୟକନାୟିକାମାନଙ୍କ ଫ୍ୟାନ୍‌ମାନେ ଏଥର ପୂଜାରେ ନିରାଶ ହୋଇଛନ୍ତି।

'ରାବଣ' ଓ 'ଅନ୍ତର୍ଯ୍ୟାମୀ' ଥିଲା ଅପେକ୍ଷାରେ ଅନେକ ସିନେପ୍ରେମୀ ଆଶା କରିଥିଲେ ଯେ ଦଶହରାରେ ଅନୁଭବଙ୍କ ଅଭିନୀତ 'ରାବଣ' ଓ ବାବୁସାନ୍ ଷ୍ଟାରର୍ 'ଅନ୍ତର୍ଯ୍ୟାମୀ' ରିଲିଜ୍ ହେବ।

ଏଭଳି ଚର୍ଚ୍ଚା ବି ଢେର ଦିନ ହେବ ଲାଗି ରହିଥିଲା।

କିନ୍ତୁ ପୂଜା ବଜାରକୁ ଏ ଦୁଇ ସର୍ବାଧିକ ଲୋକପ୍ରିୟ ନାୟକଙ୍କ ସିନେମା ଆସିନାହିଁ।

ବେଶ୍ କିଛି ବର୍ଷ ପରେ ପୂଜାରେ ଅନୁଭବ କିମ୍ବା ବାବୁସାନଙ୍କ ଫିଲ୍ମ ପ୍ରେକ୍ଷାଳୟକୁ ଆସିଲାନି।

ଅନୁପସ୍ଥିତ ନିର୍ଦ୍ଦେଶକ, ସଂଗୀତ ନିର୍ଦ୍ଦେଶକ ଓ ସଂଳାପକାର ଏ ବର୍ଷର ପୂଜା ବଜାରରେ ଦର୍ଶକ ସେମାନଙ୍କର କେତେକ ପ୍ରିୟ ନିର୍ଦ୍ଦେଶକଙ୍କ ଫିଲ୍ମ ଦେଖିବାରୁ ବଞ୍ଚିତ ହୋଇଛନ୍ତି।

ଏମାନଙ୍କ ମଧ୍ୟରେ ଅଛନ୍ତି ବସନ୍ତ ସାହୁ, ସବ୍ୟସାଚୀ ମହାପାତ୍ର, ହିମାଂଶୁ ପରିଜା, ଅଶୋକ ପତି, ଏସ୍ ଦିଲୀପ ପଣ୍ଡା, ସଞ୍ଜୟ ନାୟକ, ସୁଶାନ୍ତ ମଣି, ରମେଶ ରାଉତ, ତାପସ ସରଘରିଆ, ଅନୁପମ ପଟ୍ଟନାୟକ, ପୃଥ୍ବୀରାଜ ପଟ୍ଟନାୟକ ଓ ସୁଧାକର ବସନ୍ତ।

ଏଣେ ମଳୟ ମିଶ୍ର, ମନ୍ମଥ ମିଶ୍ର, ବିକାଶ ଦାସ, ପ୍ରେମ୍ ଆନନ୍ଦ, ଅସଦ ନିଜାମ ପ୍ରମୁଖଙ୍କ ସଂଗୀତ ବି ଏଥର ପୂଜାରେ ଶୁଣିବାକୁ ମିଳିନାହିଁ।

ଠିକ୍ ସେହିପରି ଡକ୍ଟର ରଜନୀ ରଂଜନ, ଶଙ୍କର ତ୍ରିପାଠୀ, ଦିଲୀପ ଚୌଧୁରୀ, ଭରଦ୍ବାଜ ପଣ୍ଡା, ମାନସ ପଢ଼ିଆରୀ, ଦୀପକ ଜେନା ଓ ବିଜୟ ମଲ୍ଲଙ୍କ ଭଳି ଲୋକପ୍ରିୟ ସଂଳାପକାରଙ୍କ ସଂଳାପ ମଧ୍ୟ କୌଣସି ସିନେମାରେ ଶୁଣିବାକୁ ମିଳିନାହିଁ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)