Puja: ପୂଜା ଚାନ୍ଦା ନ ଦେବାରୁ...: ପିଟିପିଟି ଲହୁଲୁହାଣ କଲେ, ଭୟରେ ଠିକାଦାର ୩.୫ଲକ୍ଷ ଦେଲେ

Aug 30, 2026 - 07:00
Puja: ପୂଜା ଚାନ୍ଦା ନ ଦେବାରୁ...: ପିଟିପିଟି ଲହୁଲୁହାଣ କଲେ, ଭୟରେ ଠିକାଦାର ୩.୫ଲକ୍ଷ ଦେଲେ

"ଦାନଗଦୀ: ଆଗକୁ ପାର୍ବଣ, ଏବେଠାରୁ ଆରମ୍ଭ ହେଲାଣି ଚାନ୍ଦା ପାଇଁ ଦାଦାଗିରି।

ଗଣେଶ ପୂଜା ଚାନ୍ଦା ଦେବାକୁ ରାଜି ନ ହେବାରୁ ଜଣେ ଯୁବ ଠିକାଦାରଙ୍କୁ କିଛି ଯୁବକ ସଂଘବଦ୍ଧ ଭାବେ ପ୍ରାଣାନ୍ତକ ଆକ୍ରମଣ କରି ଲହୁଲୁହାଣ କରିଛନ୍ତି।

ଜୀବନ ବଞ୍ଚାଇବା ପାଇଁ ଠିକାଦାର ନିଜ ସମ୍ପର୍କୀୟଙ୍କ ମାଧ୍ୟମରେ ୩ ଲକ୍ଷ ୫୦ ହଜାର ଟଙ୍କା ଦେଇ ମୁକୁଳିଛନ୍ତି।

ଗତ ବୁଧବାର ରାତିରେ ମାନପୁର ଗାଁରେ ଘଟିଥିବା ଏହି ଲୋମହର୍ଷଣକାରୀ ଘଟଣା ସମ୍ପର୍କରେ ପୁଲିସ ଆଜି ଗଣମାଧ୍ୟମ ଆଗରେ ମୁହଁ ଖୋଲିଛି।

ଏହି ଘଟଣାରେ ମାମଲା ରୁଜୁ ହେବା ସହିତ ଯାଜପୁରରୋଡ୍‌ ଥାନା ପୁଲିସ ଅଭିଯୁକ୍ତମାନଙ୍କର ୯ଟି ବାଇକ୍‌ ଜବତ କରିଛି।

Advertisment Narendra Modi: "ବିକଶିତ ଭାରତ" ଓ "ୟଙ୍ଗି ଉଜବେକିସ୍ତାନ"ର ସମାନ ଦୃଷ୍ଟିକୋଣକୁ ଆଗେଇ ନେବା ନେଇ ମୁଁ ଆଶାବାଦୀ: ମୋଦୀ ଅପହରଣ କରି ଜଙ୍ଗଲକୁ ନେଇଗଲେଭୟରେ ଠିକାଦାର ୩.୫ଲକ୍ଷ ଦେଲେଅଭିଯୁକ୍ତ ଫେରାର, ୯ ବାଇକ୍‌ ଜବତ ସୂଚନା ଅନୁସାରେ, ଧୂଳିଗଡ଼ ପଞ୍ଚାୟତ ବେଙ୍ଗପାଟିଆ ଗାଁର ଶ୍ରୀନିବାସ ରାୟ ଜିନ୍ଦଲ କାରଖାନାରେ ଟ୍ରେନ୍‌ ବଗିରେ ବୋଝେଇ କୋଇଲା ଗୁଣ୍ଡ ଉପରେ ପାଲ ଘୋଡ଼ାଇବା କାମ ନେଇଛନ୍ତି।

ମାନପୁରର ଏକ କ୍ଲବ୍‌ର ପିଲାମାନେ ବୁଧବାର ସନ୍ଧ୍ୟାରେ ବୈଠକରେ ଚାନ୍ଦା ପାଇଁ ଶ୍ରୀନିବାସଙ୍କୁ ଡାକିଥିଲେ।

ଶ୍ରୀନିବାସ ଏବଂ ତାଙ୍କ ସଢୁ କ୍ଲବ୍‌ର ବୈଠକକୁ ଯାଇଥିଲେ।

ସେଠାରେ କ୍ଲବ୍‌ ସଦସ୍ୟମାନେ ତାଙ୍କୁ ୬ ଲକ୍ଷ ଟଙ୍କା ଚାନ୍ଦା ମାଗିଥିଲେ।

ଏଥିରେ ଶ୍ରୀନିବାସ ରାଜି ନ ହେବାରୁ ସମ୍ପୃକ୍ତ ଯୁବକମାନେ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ।

ଟଙ୍କା ନ ଦେଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ।

National Sports Day: "ଏକ ଘଣ୍ଟା ଖେଲ୍ କେ ମୈଦାନ୍ ମେଁ" ଅଭିଯାନରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଏହାର ପ୍ରତିବାଦ କରିବାରୁ ଅଭିଯୁକ୍ତମାନେ ଶ୍ରୀନିବାସଙ୍କ ସଢ଼ୁଙ୍କୁ ମଧ୍ୟ ମାଡ଼ ମାରିଥିଲେ।

ନିକଟସ୍ଥ ଜଙ୍ଗଲ ଭିତରକୁ ନେଇ ଶ୍ରୀନିବାସଙ୍କୁ ଅଟକ ରଖିବା ସହ ତାଙ୍କ ସମ୍ପର୍କୀୟମାନଙ୍କ ମୋବାଇଲ୍‌ରୁ ଫୋନ୍‌ ପେ ଜରିଆରେ ୩ ଲକ୍ଷ ୫୦ହଜାର ଟଙ୍କା ନେଇଥିଲେ।

ଏହି ଘଟଣାରେ ଧୂଳିଗଡ଼ ପଞ୍ଚାୟତର ପ୍ରତାପ ପାତ୍ର, କାଶୀନାଥ ମୁଣ୍ଡା, ଲୁଲୁ ଧୀର, ବିଶୁ ମଣ୍ଡଳ ସହିତ ଅନ୍ୟକିଛି ଯୁବକ ସାମିଲ ଥିଲେ ବୋଲି ଅଭିଯୋଗ ହୋଇଛି।

ଫୋନ୍‌ ପେରେ ପ୍ରତାପ ପାତ୍ର ଓ କାଶୀନାଥ ମୁଣ୍ଡା ଟଙ୍କା ନେଇଥିଲେ।

ଅଭିଯୁକ୍ତମାନେ ଟଙ୍କା ନେଇ ଚାଲିଯିବା ପରେ ସମ୍ପର୍କୀୟମାନେ ଶ୍ରୀନିବାସଙ୍କୁ ଉଦ୍ଧାର କରି ଦାନଗଦୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଏତେ ଘଟଣା ଘଟାଇବା ପରେ ଅଭିଯୁକ୍ତମାନେ ଗତକାଲି ସନ୍ଧ୍ୟାରେ କ୍ଲବ୍‌ ଘରେ ଭୋଜି କରିଥିଲେ।

ପୁଲିସ ସୂଚନା ପାଇବା ପରେ ସେଠାରେ ଚଢ଼ଉ କରିଥିଲା।

ହେଲେ ପୁଲିସ ଗାଡ଼ି ଦେଖି ଯୁବକମାନେ ଫେରାର ହୋଇଯାଇଥିଲେ।

ସେଠାରୁ ପୁଲିସ ସେମାନଙ୍କର ୯ଟି ବାଇକ୍‌ ଜବତ କରିଥିଲା।

ଶ୍ରୀନିବାସଙ୍କ ଭାଇ ସୁଦାମ ରାୟ ଏ ସମ୍ପର୍କରେ ଯାଜପୁରରୋଡ୍‌ ଥାନାରେ ଅଭିଯୋଗ କରିଛନ୍ତି।

ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ଚଢ଼ଉ ଜାରି ରଖିଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)