PUCC Rules to Undergo Major Changes: ଗାଡ଼ି ମାଲିକଙ୍କ ପାଇଁ ବଡ଼ ଖୁସି ଖବର ! PUCC ନିୟମରେ ହେବ ବଡ଼ ପରିବର୍ତ୍ତନ

Jul 29, 2026 - 12:31
PUCC Rules to Undergo Major Changes: ଗାଡ଼ି ମାଲିକଙ୍କ ପାଇଁ ବଡ଼ ଖୁସି ଖବର ! PUCC ନିୟମରେ ହେବ ବଡ଼ ପରିବର୍ତ୍ତନ

ଗାଡ଼ି ମାଲିକଙ୍କ ପାଇଁ ଆସିପାରେ ବଡ଼ ଖୁସି ଖବର। ଆଉ ବାରମ୍ବାର କରିବାକୁ ପଡ଼ିନପାରେ ପଲ୍ୟୁସନ୍ ସାର୍ଟିଫିକେଟ୍ । କାରଣ କେନ୍ଦ୍ର ସରକାର PUCC ନିୟମରେ କରିବାକୁ ଯାଉଛନ୍ତି ବଡ଼ ପରିବର୍ତ୍ତନ । ଏଥିପାଇଁ କେନ୍ଦ୍ରୀୟ ମୋଟର ଯାନ ସଂଶୋଧନ ନିୟମର ଏକ ଚିଠା ବିଜ୍ଞପ୍ତି ଜାରି କରାଯାଇଛି ।

ଯେଉଁଥିରେ BS-6 ଯାନ ପାଇଁ PUCC ବୈଧତାକୁ ୩ ବର୍ଷ କରିବା ପାଇଁ ପ୍ରସ୍ତାବ ରହିଛି । ବର୍ତ୍ତମାନ ନିୟମ ଅନୁସାରେ, ନୂଆ ଗାଡ଼ିର ପ୍ରଥମ ବର୍ଷ ପରେ ସାଧାରଣତଃ ପ୍ରତି ୬ ମାସରେ ଥରେ PUCC କରାଇବାକୁ ପଡ଼େ। କିନ୍ତୁ ନୂଆ ପ୍ରସ୍ତାବ ଲାଗୁ ହେଲେ, ୬ ବର୍ଷ ପର୍ଯ୍ୟନ୍ତ ବୟସର BS-VI ଗାଡ଼ି ପାଇଁ PUCCର ବୈଧତା ୩ ବର୍ଷ ହୋଇପାରେ।

୬ରୁ ୧୦ ବର୍ଷ ପୁରୁଣା BS-6 ଯାନ ପାଇଁ ପ୍ରତିବର୍ଷ ଥରେ PUCC କରାଇବାକୁ ପଡ଼ିବ। ସେହିପରି, ୧୦ ବର୍ଷରୁ ଅଧିକ ପୁରୁଣା BS-VI ଏବଂ BS-IV ଗାଡ଼ି ପାଇଁ ପ୍ରତି ୬ ମାସରେ PUC ବାଧ୍ୟତାମୂଳକ ରହିବ। 

ଗାଡ଼ି ମାଲିକଙ୍କ ପାଇଁ ବଡ଼ ଖୁସି ଖବର !
୩ ବର୍ଷ ପର୍ଯ୍ୟନ୍ତ PUCC ଟେନସନ୍ ନାହିଁ !
ବାରମ୍ବାର କରିବାକୁ ପଡ଼ିନପାରେ ପଲ୍ୟୁସନ୍ ସାର୍ଟିଫିକେଟ୍
PUCC ନିୟମରେ ହେବ ବଡ଼ ପରିବର୍ତ୍ତନ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।