public toilet closed ସର୍ବସାଧାରଣ ଶୌଚାଳୟ ଅଚଳ, ଲୋକେ ହେଉଛନ୍ତି ହଇରାଣ
"ଘୁ.ଉଦୟଗିରି(ସମୀର ପାଢ଼ୀ): ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ୮ ନମ୍ବର ୱାର୍ଡରେ ଥାନା ସମ୍ମୁଖ ଓ ମେଡିକାଲ ନିକଟରେ ଥିବା ସର୍ବସାଧାରଣ ଶୌଚାଳୟ ଦୀର୍ଘ ଦିନ ଧରି ବନ୍ଦ ରହିବା ଫଳରେ ଦରଭଙ୍ଗା ସ୍ଥିତିକୁ ଚାଲିଆସିଲାଣି।
ଶୌଚାଳୟ ଅଚଳ ପଡ଼ିଥିବାରୁ ଚିକିତ୍ସାଳୟ ଓ ଥାନାକୁ ଆସୁଥିବା ଲୋକମାନେ ଅନେକ ସମସ୍ୟାର ସମ୍ମୁଖିନ ହେଉଛନ୍ତି।
Advertisment Toilet problem ବୈଶିଙ୍ଗା ସ୍ବାସ୍ଥ୍ୟକେନ୍ଦ୍ରରୁ ଶୌଚାଳୟ ଗାଏବ!
ଶୌଚାଳୟ ଖୋଲାଯିବାର ସ୍ବଳ୍ପ କିଛି ଦିନ ଏହା ବ୍ୟବହାର ହେଉଥିଲା।
ବର୍ତ୍ତମାନ ଏହା ଅଚଳ ହୋଇପଡ଼ିଛି।
ବ୍ୟବହାର ହେଉନଥିବାରୁ ଶୌଚାଳୟ ଛାତ ଓ କାନ୍ଥରେ ଗଛ ଉଠି ଗଲାଣି।
ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ଏବେ ଭୁତ କୋଠି ପାଲଟିବାକୁ ବସିଲାଣି।
ବର୍ତ୍ତମାନ ଏହାର ଫାଟକରେ ତାଲା ପଡ଼ିଥିବାରୁ ମେଡ଼ିକାଲ ଆସୁଥିବା ରୋଗୀଙ୍କ ସମ୍ପର୍କୀୟ, ଥାନାକୁ ବିଭିନ୍ନ କାମରେ ଆସୁଥିବା ଲୋକ ଓ ସ୍ଥାନୀୟ ବାସିନ୍ଦା ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
Dead: ନିର୍ମାଣାଧୀନ ଶୌଚାଳୟ ଟାଙ୍କିରେ ପଡ଼ି ୨ଜଣ ଶ୍ରମିକଙ୍କ ମୃତ୍ୟୁ ଘୁ.
ଉଦୟଗିରି ସହରରେ ଭଞ୍ଜ ମାର୍କେଟ ନିକଟ ଆହାର କେନ୍ଦ୍ର ପଛପଟେ ଆଉ ଏକ ସର୍ବସାଧାରଣ ଶୌଚାଳୟ ଥିଲେ ମଧ୍ୟ ଏହା ବିଷୟରେ ଅଧିକାଂଶ ଲୋକ ଅବଗତ ନଥିବାରୁ ବ୍ୟବହାର କରୁନାହାନ୍ତି।
ଫଳରେ ସହରରେ ଥିବା ଦୁଇଟି ସର୍ବସାଧାରଣ ଶୌଚାଳୟ ମଧ୍ୟରୁ ଗୋଟିଏ ବନ୍ଦ ରହିଥିବାରୁ ଲୋକଙ୍କ ଅସୁବିଧା ବଢ଼ିଛି।
ଅନ୍ୟପଟେ ସହରର ବସ୍ଷ୍ଟାଣ୍ଡ ଓ ଅନ୍ୟାନ୍ୟ ଜନଗହଳିପୂର୍ଣ୍ଣ ସ୍ଥାନରେ ପରିସ୍ରାଗାର ବ୍ୟବସ୍ଥା ନଥିବାବେଳେ ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ଶୌଚାଳୟର ମଧ୍ୟ ଅଭାବ ରହିଛି।
ବନ୍ଧ ଛକ ନିକଟ ଶଙ୍ଖ ପାଖରେ ନିର୍ମିତ ଅସ୍ଥାୟୀ ଶୌଚାଳୟଟି ମଧ୍ୟ ବର୍ତ୍ତମାନ ଭଗ୍ନାବସ୍ଥାରେ ଥିବାରୁ ବ୍ୟବହାରଯୋଗ୍ୟ ନୁହେଁ।
ଏହାକୁ ନେଇ ସହରର ପରିମଳ ବ୍ୟବସ୍ଥା ପ୍ରଶ୍ନବାଚୀ ସୃଷ୍ଟି କରିଛି।
Free toilets: ଦେୟଯୁକ୍ତ ହେବ ମାଗଣା ଶୌଚାଳୟ: ମୁଣ୍ଡପିଛା ୫ ଟଙ୍କା ପରିସ୍ରାଗାର ଦେୟମୁକ୍ତ ଏନ୍ଏସି ପକ୍ଷରୁ ଦାୟିତ୍ୱରେ ଥିବା କର୍ମଚାରୀ ଝଲକ ଦାସ ପ୍ରକାଶ କରିଛନ୍ତି କି ୨୦୧୪ ପୂର୍ବରୁ ହୋଇଥିବା ଶୌଚାଳୟ ଗୁଡ଼ିକ ବ୍ୟବହାର ଯୋଗ୍ୟ ନ ଥିବା କାରଣରୁ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଏହାକୁ ବନ୍ଦ୍ କରାଯାଇଛି ଓ ଏହାର ପୁଣି ମରାମତି କାର୍ଯ୍ୟ ନିମନ୍ତେ ସରକାରଙ୍କୁ ଅବଗତ କରାଯାଇଛି ।
ଅର୍ଥ ମଞ୍ଜୁର ହେଲେ ଏହାକୁ ମରାମତି କରାଯିବ ବୋଲି କହିଛନ୍ତି ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।