Protest: ଖାଲଖମାରେ ପରିପୂର୍ଣ୍ଣ ରାସ୍ତା; ନିର୍ମାଣ ଦାବି ନେଇ ଲୋକେ ଉତ୍ତେଜିତ
"ବାଂଶପାଳ: ଖାଲଖମା ରାସ୍ତାର ନିର୍ମାଣ ନହେବା କାରଣରୁ ସ୍ଥାନୀୟ ଜନତା ତାତିଛନ୍ତି।
ସମସ୍ୟାର ସମାଧାନ ଦାବି କରି ଲୋକେ ୨ଦିନ ହେଲା ରାସ୍ତା ଅବରୋଧ କରିଛନ୍ତି।
ଫଳରେ ରାଜପଥରେ ହଜାର ହଜାର ଭାରିଯାନ ଅଟକି ରହିଛି।
କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଫୁଲଝର ଠାରୁ ଜଗଦଳା ରାସ୍ତାରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି।Advertisment ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କଲା ପରେ ମଧ୍ୟ ସମସ୍ୟାର ସମାଧାନ ନହେବାରୁ ଲୋକେ ଶେଷରେ ରାସ୍ତା ଅବରୋଧ କରିଛନ୍ତି।
ଫଳରେ ୨ ଦିନ ହେଲା ରାସ୍ତାରେହଜାର ହଜାର ଗାଡି ଅଟକି ରହିଛି।
ଗତକାଲି ଠାରୁ ଫୁଲଝର ଠାରେ ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ପଡିଛି।
ଫୁଲଝର-ଜଗଦଳା ରାସ୍ତାରେ ଯାତାୟାତ ଠପ ହୋଇଯାଇଛି।
ସ୍ଥାନୀୟ ଲୋକେ ରାସ୍ତା ମରାମତି ନ ହେବା ଯାଏଁ ରାସ୍ତା ଅବରୋଧ ଜାରି ରହିବ ବୋଲି ଅଡି ଧରି ଧାରଣାରେ ବସିଛନ୍ତି।
Protest: ଉମରକୋଟ-ନବରଙ୍ଗପୁର ରାସ୍ତା ଅବରୋଧ କଲେ ଲୋକେ ତେବେ ଏହି ରାସ୍ତାରେ ଆରଡେଣ୍ଟ ଷ୍ଟିଲ ଫୁଲଝର ଓ ଶ୍ରୀମେଟାଲିକ ଅଁରା କାରଖାନାର ପ୍ରତିଦିନ ହଜାର ହଜାର ଆଇରନ ଟ୍ରକ୍ ଚଳାଚଳ କରୁଛି।
ଭାରୀଯାନ ଚଳାଚଳ ଯୋଗୁଁ ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି।
୧୦ କିମି ରାସ୍ତାର ବହୁସ୍ଥାନରେ ଊର୍ଧ୍ୱ ଗର୍ତ୍ତ ସୃଷ୍ଟି ହେଇଛି।
ସ୍ଥାନୀୟ ଲୋକେ, ରୋଗୀ, ସ୍କୁଲ ଛାତ୍ରଛାତ୍ରୀ ଯାତାୟାତ କରିବାକୁ ଅସୁରକ୍ଷିତ ମନେ କରୁଛନ୍ତି।
ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆ ନଯିବାରୁ ଲୋକେ ରାଜରାସ୍ତାକୁ ଓହ୍ଲାଇଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
