Protest: ଆନ୍ଦୋଳନ ପୂର୍ବରୁ ଟ୍ରେନ୍‌ ବାତିଲ, ମେଟ୍ରୋ ବନ୍ଦ ନେଇ ସିଜେପିର ପ୍ରଶ୍ନ

Oct 09, 2026 - 19:36
Protest: ଆନ୍ଦୋଳନ ପୂର୍ବରୁ ଟ୍ରେନ୍‌ ବାତିଲ, ମେଟ୍ରୋ ବନ୍ଦ ନେଇ ସିଜେପିର ପ୍ରଶ୍ନ

"ନୂଆଦିଲ୍ଲୀ: ଆସନ୍ତାକାଲି ଦିଲ୍ଲୀର ଯନ୍ତରମନ୍ତରଠାରେ କକ୍ରୋଚ୍‌ ଜନତା ପାର୍ଟି (ସିଜେପି) ପକ୍ଷରୁ ହେବାକୁ ଥିବା ଆନ୍ଦୋଳନ ପୂର୍ବରୁ ରାଜଧାନୀରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥାକୁ ନେଇ ବିବାଦ ଦେଖାଦେଇଛି।

ଟ୍ରେନ୍‌ ବାତିଲ, ୫୭ଟି ମେଟ୍ରୋ ଷ୍ଟେସନ୍‌ରେ କଟକଣା ସହ ବହୁ ସଂଖ୍ୟାରେ ସୁରକ୍ଷାକର୍ମୀ ମୁତୟନକୁ ନେଇ ସିଜେପି ନେତାମାନେ ସରକାରଙ୍କୁ ସମାଲୋଚନା କରିଛନ୍ତି।

ଏହା ଆନ୍ଦୋଳନକାରୀଙ୍କୁ ଭୟଭୀତ କରିବାର ଉଦ୍ୟମ ବୋଲି ସେମାନେ ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ ଆଇନଶୃଙ୍ଖଳା ରକ୍ଷା ଏବଂ ବିଳମ୍ବରେ ଅନୁମତି ମଗାଯିବାକୁ ପୁଲିସ ଏହି କଟକଣାର କାରଣ ଦର୍ଶାଇଛି।Advertisment ସିଜେପିର ଏହି ଆନ୍ଦୋଳନର ଉଦ୍ଦେଶ୍ୟ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରିବା।

ଆନ୍ଦୋଳନକୁ ଦୃଷ୍ଟିରେ ରଖି କେବଳ ଯନ୍ତରମନ୍ତର ଅଞ୍ଚଳ ନୁହେଁ, ରାଜଧାନୀର ଗମନାଗମନ, ହୋଟେଲ୍‌ ଓ ବାଣିଜ୍ୟିକ ଅଞ୍ଚଳରେ ମଧ୍ୟ କଟକଣା ଲାଗୁ କରାଯାଇଛି।

ସିଜେପିର ଆବାହକ ଅଭିଜିତ ଦୀପକେ, ସହ-ଆବାହକ ସୌରଭ ଦାସ ଓ ଆଶୁତୋଷ ରାଙ୍କା ଅଭିଯୋଗ କରିଛନ୍ତି ଯେ ଯୁବକମାନଙ୍କୁ ଆନ୍ଦୋଳନରେ ଯୋଗଦେବାରୁ ରୋକିବାକୁ ପ୍ରଶାସନ ଉଦ୍ୟମ କରୁଛି।

ଦିଲ୍ଲୀ ପୁଲିସ ଓ ସୁରକ୍ଷାକର୍ମୀଙ୍କ ପ୍ରସ୍ତୁତିର ଏକ ଭିଡିଓ ସେୟାର କରି ସୌରଭ ଦାସ କହିଛନ୍ତି ଯେ ସରକାର ନିଜ ନାଗରିକଙ୍କ ବିରୋଧରେ ଯୁଦ୍ଧ ଚଳାଇଛନ୍ତି।

ଅଭିଜିତ୍ ଦୀପକେ ଦାବି କରିଛନ୍ତି ଯେ ଆନ୍ଦୋଳନ ପୂର୍ବରୁ ଦେଶର ବିଭିନ୍ନ ସ୍ଥାନରେ ହଜାର ହଜାର ଯୁବକଙ୍କୁ ଅଟକ ରଖାଯାଇଛି।

ଅନୁମତି ନ ମିଳିଲେ ମଧ୍ୟ ସେ ଦିଲ୍ଲୀ ଯାଇ ଯନ୍ତରମନ୍ତରରେ ପଦଯାତ୍ରା କରିବେ ବୋଲି ଶୁକ୍ରବାର କହିଛନ୍ତି।

ଆଶୁତୋଷ ରାଙ୍କା ପୁଲିସକୁ ଛାତ୍ର ଓ ଯୁବ ଆନ୍ଦୋଳନକାରୀଙ୍କ ବିରୋଧରେ ବଳ ପ୍ରୟୋଗ ନ କରିବାକୁ ଅନୁରୋଧ କରିଛନ୍ତି।

ଏହି ଆନ୍ଦୋଳନ ଅହିଂସା ଓ ସମ୍ବିଧାନର ନୀତି ଉପରେ ଆଧାରିତ ବୋଲି ସେ କହିଛନ୍ତି।

Supreme Court: ସିଜେପି ଆନ୍ଦୋଳନ ପାଇଁ ଦିଲ୍ଲୀ ମେଟ୍ରୋ ସମ୍ପୂର୍ଣ୍ଣ ବନ୍ଦକୁ ପ୍ରତ୍ୟାଖ୍ୟାନ କଲେ ସୁପ୍ରିମକୋର୍ଟ ଅନ୍ୟପକ୍ଷରେ, ଦିଲ୍ଲୀ ପୁଲିସ କମିସନର ନୂପୁର ପ୍ରସାଦ କହିଛନ୍ତି ଯେ ସୌରଭ ଦାସ ବୁଧବାର ଆନ୍ଦୋଳନ ପାଇଁ ଆବେଦନ କରିଥିଲେ।

କିନ୍ତୁ ନିୟମ ଅନୁସାରେ ଅତି କମ୍‌ରେ ୧୦ ଦିନ ପୂର୍ବରୁ ଅନୁମତି ମାଗିବା ଆବଶ୍ୟକ।

ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଧାରା ୧୬୩ ଅନୁଯାୟୀ ଜାରି କଟକଣାକୁ ଦର୍ଶାଇ ପୁଲିସ ଆନ୍ଦୋଳନକୁ ଅନୁମତି ଦେଇନାହିଁ।

ଟ୍ରେନ୍‌ ଚଳାଚଳ, ମେଟ୍ରୋ ସେବା ଓ ଯାତାୟାତ ଉପରେ କଟକଣା ସାଧାରଣ ଲୋକଙ୍କୁ ମଧ୍ୟ ପ୍ରଭାବିତ କରିବାର ଆଶଙ୍କା ରହିଛି।

ପୁଲିସର କହିବା ଅନୁଯାୟୀ, ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ଅଶାନ୍ତି ରୋକିବା ଓ ସମ୍ବେଦନଶୀଳ ଅଞ୍ଚଳର ସୁରକ୍ଷା ନିଶ୍ଚିତ କରିବା।

ତେବେ ଆନ୍ଦୋଳନକାରୀମାନେ ଏହାକୁ ନିଜର ପ୍ରତିବାଦ କରିବାର ଅଧିକାର ଉପରେ ଅଙ୍କୁଶ ଭାବେ ଦେଖୁଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)