Protest Over Lad Sikaka’s Arrest: ସମାଜକର୍ମୀ ଲଦ ଶିକକାଙ୍କୁ ଗିରଫର ପ୍ରତିବାଦ, କଲ୍ୟାଣସିଂହପୁର ଥାନା ଘେରାଉ

Sep 11, 2026 - 17:55
Protest Over Lad Sikaka’s Arrest: ସମାଜକର୍ମୀ ଲଦ ଶିକକାଙ୍କୁ ଗିରଫର ପ୍ରତିବାଦ, କଲ୍ୟାଣସିଂହପୁର ଥାନା ଘେରାଉ

"କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ପାର୍ସାଲି ପଞ୍ଚାୟତ ଲାଖପଦର ଗ୍ରାମର ଜଳ, ଜଙ୍ଗଲ, ଜମିକୁ ସୁରକ୍ଷା ଓ ଶିଳ୍ପସ୍ଥାପନ ବିରୋଧରେ ସ୍ୱର ଉଠାଉଥିବା ଡ଼ଙ୍ଗରିଆ ଆଦିବାସୀ ତଥା ନିୟମଗିରୀ ସୁରକ୍ଷା ସମିତିର ଆବାହକ ଲଦ ସିକକାଙ୍କୁ କଲ୍ୟାଣସିଂହପୁର ପୁଲିସ ପୁଣି ଗିରଫ କରିଥିବା ପ୍ରତିବାଦରେ ଶତାଧିକ ଡଙ୍ଗରିଆ ଆଜି (ଶୁକ୍ରବାର) କଲ୍ୟାଣସିଂହପୁର ଥାନା ଘେରାଉ କରିଛନ୍ତି।

Advertisment Niyamgiri Suraksha Samiti ନିୟମଗିରି ସୁରକ୍ଷା ସମିତି ଆବାହକ ଲଦ ସିକକା ଗିରଫ ସୂଚନା ପ୍ରକାରେ, ଗତକାଲି (ଗୁରୁବାର) ଏକ ମାମଲାରେ ଜାମିନ ପାଇ ଲାଞ୍ଜିଗଡ କୋର୍ଟରୁ ଘରକୁ ଫେରୁଥିବା ସମୟରେ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ପୁଲିସ ବଳପୂର୍ବକ କୌଣସି କାରଣ ନ ଦର୍ଶାଇ ପୁଣି ଗିରଫ କରିନେଇଥିଲା।

Court: ନିୟମଗିରି ସୁରକ୍ଷା ସମିତିର ଆବାହକ ଲଦ ସିକକାଙ୍କ ସମ୍ପତ୍ତି ଜବତ କରିବା ପାଇଁ କୋର୍ଟଙ୍କ ଆଦେଶ ଆଜି (ଶୁକ୍ରବାର) ଲାଦଙ୍କ ସମର୍ଥକ ନିୟମଗିରୀ ଅଞ୍ଚଳ ୧୨ପଦର ଗ୍ରାମବାସୀଙ୍କ ସହ ବିଷମକଟକ, ମୁନିଗୁଡା ଅଞ୍ଚଳର ଶତାଧିକ ମହିଳା ପୁରୁଷ ଏକତ୍ରିତ ହୋଇ ନିଜର ପାରମ୍ପରିକ ବେଶ ପୋଷାକ ଓ ଅସ୍ତ୍ରଶସ୍ତ୍ର ପରିଧାନ କରି ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ଲଦ ସିକ୍‌କା: ଫାଇଲ୍‌ ଫଟୋ ବିକ୍ଷୋଭକାରୀମାନେ ଅଭିଯୋଗ କରିଛନ୍ତି, ତାଙ୍କ ନେତା ଲଦଙ୍କୁ ଗିରଫକରିନେବା ପରେ କେଉଁଠି ରଖିଛନ୍ତି ସେନେଇ କୌଣସି ସୂଚନା ପୁଲିସ ଦେଉନାହିଁ।

ରାୟଗଡା ଏସ୍‌ଡିପିଓ ଗୌରହରୀ ସାହୁ କହିଛନ୍ତି, ଲାଦଙ୍କ ନାମରେ ୨୦୧୭ ଓ ୨୦୧୯ ରୁ ଥାନା ପକ୍ଷରୁ ୱାରଣ୍ଟ ରହିଥିଲା।

ଓ କୋର୍ଟଙ୍କ ଆଦେଶରେ ଗିରଫ କରି ରାୟଗଡ଼ା କୋର୍ଟରେ ହାଜର କରାଯାଇଛି ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)