Protest: ୱାଙ୍ଗଚୁକଙ୍କୁ ଭେଟିବାପାଇଁ ଯାଇଥିବା ଇଣ୍ଡି ମେଣ୍ଟ ନେତାଙ୍କୁ ଅଟକାଇଲା ପୁଲିସ

Jul 22, 2026 - 21:54
Protest: ୱାଙ୍ଗଚୁକଙ୍କୁ ଭେଟିବାପାଇଁ ଯାଇଥିବା ଇଣ୍ଡି ମେଣ୍ଟ ନେତାଙ୍କୁ ଅଟକାଇଲା ପୁଲିସ

"ନୂଆଦିଲ୍ଲୀ: ମେଦାନ୍ତ ହସ୍ପିଟାଲରେ ଚିକିତ୍ସା ହେଉଥିବା ସାମାଜିକ କର୍ମୀ ସୋନମ ୱାଙ୍ଗଚୁକଙ୍କୁ ଭେଟିବାପାଇଁ ଆଜି ବିରୋଧୀ ସାଂସଦମାନଙ୍କର ଏକ ପ୍ରତିନିଧି ଦଳ ହସ୍ପିଟାଲରେ ପହଞ୍ଚିଥିଲେ।

କିନ୍ତୁ ପୁଲିସ ସେମାନଙ୍କୁ ହସ୍ପିଟାଲ ଭିତରକୁ ପଶିବାପାଇଁ ଅନୁମତି ନଦେବାରୁ ସେମାନେ ହସ୍ପିଟାଲ ବାହାରେ ଧାରଣାରେ ବସିଛନ୍ତି।

ଆପ୍‌, ସମାଜବାଦୀ ପାର୍ଟି ଏବଂ ଅନ୍ୟ ଦଳର ସାଂସଦମାନେ ହସ୍ପିଟାଲ ବାହାରେ ଆନ୍ଦୋଳନରେ ବସିଥିବା ଜଣାପଡ଼ିଛି।

Advertisment ମିଳିଥିବା ସୂଚନାନୁଯାୟୀ ଇଣ୍ଡି ମେଣ୍ଟର ୧୫ ସାଂସଦ ବିଶିଷ୍ଟ ଏକ ପ୍ରତିନିଧି ଦଳକୁ ମେଦାନ୍ତ ହସ୍ପିଟାଲ ବାହାରେ ହରିୟାଣା ପୁଲିସ ଅଟକାଇଛି।

ଉଲ୍ଲେଖ‌ଯୋଗ୍ୟ ଗତକାଲି ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ୱାଙ୍ଗଚୁକଙ୍କୁ ଗୁରୁଗ୍ରାମ ସ୍ଥିତ ମେଦାନ୍ତ ହସ୍ପିଟାଲ୍‌ ପଠାଯାଇଥିଲା।

ମେଦାନ୍ତ ହସ୍ପିଟାଲ୍‌ ଆଇସିୟୁରେ ୱାଙ୍ଗଚୁକଙ୍କ ଚିକିତ୍ସା ଚାଲିଛି ଏବଂ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି ବୋଲି ହସ୍ପିଟାଲ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି।

Sonam Wangchuk Health: ସୋନମ ୱାଙ୍ଗଚୁକଙ୍କୁ ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତର ପାଇଁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।