Protest: ସିଜେପି ପଦଯାତ୍ରା ପୂର୍ବରୁ କଥିତ ଚାଟ୍‌ର ତଦନ୍ତ କରୁଛି ଦିଲ୍ଲୀ ପୁଲିସ

Jul 21, 2026 - 21:13
Protest: ସିଜେପି ପଦଯାତ୍ରା ପୂର୍ବରୁ କଥିତ ଚାଟ୍‌ର ତଦନ୍ତ କରୁଛି ଦିଲ୍ଲୀ ପୁଲିସ

"ନୂଆଦିଲ୍ଲୀ: ନିଟ୍‌ ପ୍ରଶ୍ନପତ୍ର ଲିକ୍‌ ଘଟଣାକୁ ନେଇ ସିଜେପିର "ଚଲୋ ସଂସଦ" ପଦଯାତ୍ରା ପୂର୍ବରୁ ସାମାଜିକ ଗଣମାଧ୍ୟମରେ ପ୍ରଚାରିତ କିଛି କଥିତ ଚାଟ୍‌କୁ ନେଇ ଦିଲ୍ଲୀ ପୁଲିସ ତଦନ୍ତ ଆରମ୍ଭ କରିଛି।

ଏହି ଚାଟ୍‌ରେ ଆନ୍ଦୋଳନ ସମୟରେ କୌଣସି ମୃତ୍ୟୁ ଘଟିଲେ ତାହାକୁ କିପରି ରାଜନୈତିକ ପ୍ରସଙ୍ଗ କରାଯିବ, ସେ ସମ୍ପର୍କରେ ଆଲୋଚନା ହୋଇଥିବା ଦାବି କରାଯାଇଛି।

ତେବେ ଏହି ଚାଟ୍‌ର ସତ୍ୟତା ଏପର୍ଯ୍ୟନ୍ତ ସ୍ଥାପିତ ହୋଇନାହିଁ।Advertisment ପୁଲିସ ସୂତ୍ର ଅନୁଯାୟୀ, କଥିତ ଚାଟ୍‌ରେ ଥିବା ବାର୍ତ୍ତାଗୁଡ଼ିକର ଉତ୍ସ ଏବଂ କେଉଁ ପରିସ୍ଥିତିରେ ସେଗୁଡ଼ିକ ପ୍ରସ୍ତୁତ ହୋଇଥିଲା, ତାହାର ଯାଞ୍ଚ କରାଯାଉଛି।

ଏହି ଘଟଣାରେ ଡିଜିଟାଲ ପ୍ରମାଣ ସଂଗ୍ରହ କରାଯିବା ସହ ସମ୍ପୃକ୍ତ ମୋବାଇଲ ଫୋନ୍‌ ଓ ଅନ୍ୟ ଇଲେକ୍ଟ୍ରୋନିକ ଉପକରଣର ତଥ୍ୟ ମଧ୍ୟ ଯାଞ୍ଚ କରାଯାଉଛି।

ସୋମବାର ଦିଲ୍ଲୀରେ ଆୟୋଜିତ "ଚଲୋ ସଂସଦ" ପଦଯାତ୍ରା ସମୟରେ ପୁଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା।

ଏଥିରେ ଅନେକ ଆନ୍ଦୋଳନକାରୀ ଆହତ ହୋଇଥିବା ବେଳେ ପୁଲିସ ମଧ୍ୟ ବହୁ ଲୋକଙ୍କୁ ଅଟକ ରଖିଥିଲା।

ଏହି ଘଟଣା ପରେ କଥିତ ଚାଟ୍‌ ସାମ୍ନାକୁ ଆସିଥିଲା।

Strike: ପ୍ରାପ୍ୟ ଦାବିରେ ଶତାଧିକ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ, ଜୟପୁରରେ ସଫେଇ କାର୍ଯ୍ୟ ଠପ୍ ଅନ୍ୟପକ୍ଷରେ, ସିଜେପି ପକ୍ଷରୁ ଏହି ଚାଟ୍‌କୁ ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ଜାଲିଆତି ବୋଲି କୁହାଯାଇଛି।

ଦଳର ନେତାମାନେ କହିଛନ୍ତି, ଆନ୍ଦୋଳନକୁ ବଦନାମ କରିବା ଏବଂ ଜନମତକୁ ପ୍ରଭାବିତ କରିବା ପାଇଁ ଏଭଳି କଥିତ ଚାଟ୍‌ ପ୍ରଚାର କରାଯାଉଛି।

ତଦନ୍ତ ମାଧ୍ୟମରେ ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ବୋଲି ସେମାନେ କହିଛନ୍ତି।

ଦିଲ୍ଲୀ ପୁଲିସ କହିଛି, କୌଣସି ପୂର୍ବାନୁମାନ କିମ୍ବା ଅଭିଯୋଗ ଆଧାରରେ ନୁହେଁ, ବରଂ ଉପଲବ୍ଧ ଡିଜିଟାଲ ପ୍ରମାଣ ଓ ବୈଜ୍ଞାନିକ ଯାଞ୍ଚ ଆଧାରରେ ତଦନ୍ତ କରାଯାଉଛି।

ତଦନ୍ତ ଶେଷ ହେବା ପରେ ଯଦି କୌଣସି ବେଆଇନ କାର୍ଯ୍ୟର ପ୍ରମାଣ ମିଳେ, ତେବେ ଆଇନ ଅନୁଯାୟୀ ପରବର୍ତ୍ତୀ ପଦକ୍ଷେପ ନିଆଯିବ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।