Protest: ସରକାରୀ ପ୍ରାଥମିକ ବିଦ୍ୟାଳୟର ସମସ୍ୟାକୁ ନେଇ ରାସ୍ତାରୋକ

Jun 25, 2026 - 14:33
Protest: ସରକାରୀ ପ୍ରାଥମିକ ବିଦ୍ୟାଳୟର ସମସ୍ୟାକୁ ନେଇ ରାସ୍ତାରୋକ

"ରୁପ୍ରା: କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ୍ କର୍ମେ ଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନୂଆପଡା ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ସୁରପଦରର ଦୁରାବସ୍ଥାକୁ ନେଇ ଆଜି ରାସ୍ତା ଅବରୋଧ କରିଥିଲେ ସ୍ଥାନୀୟ ବାସିନ୍ଦା | ବିଦ୍ୟାଳୟ ପରିଚାଳନା କମିଟି ଓ ଗ୍ରାମବାସୀମାନେ ବିଭାଗୀୟ ଅଧିକାରୀମାନଙ୍କୁ ସାକ୍ଷାତ କରି ବାରମ୍ବାର ଲିଖିତ ଅଭିଯୋଗ କରିବା ପରେ ମଧ୍ୟ ସମସ୍ୟା ସମାଧାନ ନ ହେବାରୁ ପଲମ ଭାୟା ରୁପ୍ରା ଦେଇ ନର୍ଲାକୁ ସଂଯୋଗ କରୁଥିବା ରାସ୍ତାକୁ ଅବରୋଧ କରିଥିଲେ ।

ସ୍ଥାନୀୟ ବାସିନ୍ଦାଙ୍କ କହିବା ମୁତାବକ ବର୍ତ୍ତମାନ ଉକ୍ତ ବିଦ୍ୟାଳୟରେ ୨୪ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବାବେଳେ ଦୁଇ ଜଣ ଶିକ୍ଷକ ଶିକ୍ଷାଦାନ କରୁଛନ୍ତି।

ଉକ୍ତ ବିଦ୍ୟାଳୟ ୧୯୬୧ ମସିହାରେ ପ୍ରତିଷ୍ଠା ହୋଇଥିବାବେଳେ ୧୯୮୪ ମସିହାରେ ବର୍ତ୍ତମାନର ସ୍କୁଲ ଘର ନିର୍ମାଣ ହୋଇଥିଲା।

ତେବେ ନିର୍ମାଣର ୪୦ବର୍ଷ ପରେ ମଧ୍ୟ ସ୍କୁଲ ମରାମତି ନହେବାରୁ ବର୍ତ୍ତମାନ ବିପଦ ସଙ୍କୁଳ ଅବସ୍ଥାରେ ରହିଛି |Advertisment ଆହୁରି ପଢନ୍ତୁ: Security Guard Killed: ଟ୍ରେଲର୍‌ ଧକ୍କାରେ ସୁରକ୍ଷାକର୍ମୀ ମୃତ୍ୟୁ ଘଟଣା: ହଟୁନି ରାସ୍ତାରୋକ, କୋଇଲା ପରିବହନ ଠପ୍ ସେହିପରି ବର୍ଷାହେଲେ ଛାତରୁ ପାଣି ଝରିବା ସହିତ ସିମେଣ୍ଟ ଖଣ୍ଡ ଝଡି ପଡୁଛି, ଫଳରେ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ଜୀବନ ବିପଦପୂର୍ଣ୍ଣ ଅବସ୍ଥାରେ ଥିବାରୁ ବିଭାଗୀୟ ଅଧିକାରୀମାନଙ୍କୁ ସାକ୍ଷାତ କରି ନୂତନ କୋଠା ନିର୍ମାଣ ପାଇଁ ଲିଖିତ ଭାବେ ଅଭିଯୋଗ କରିଥିଲେ।

ତେବେ କୌଣସି ସମସ୍ୟା ସମାଧାନ ହୋଇନଥିଲା | ସେହିପରି ପଞ୍ଚାୟତ ପକ୍ଷରୁ ଏକ ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ ହସ୍ତାନ୍ତର ହୋଇ ନଥିବାରୁ ଛାତ୍ରଛାତ୍ରୀଙ୍କ ପାଠପଢା ବ୍ୟାଘାତ ହେଉଥିବା କହିଛନ୍ତି | ସେହିପରି ଉକ୍ତ ଗ୍ରାମରେ ପାନୀୟ ଜଳ ଓ ସ୍ନାନ ଶୌଚ ପାଇଁ ପାଇଁ ମଧ୍ୟ ଲୋକେ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରି ରାସ୍ତା ଉପରେ ବାଲ୍ଟି ଓ ଗରିଆ ରଖି ରାସ୍ତା ଅବରୋଧ କରିଥିଲେ l ତେବେ ବିଭାଗୀୟ ଅଧିକାରୀ ପ୍ରମୁଖ ରାସ୍ତାରୋକ ସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀ ଓ ବିଦ୍ୟାଳୟ ପରିଚାଳନା କମିଟିର କର୍ମକର୍ତ୍ତାଙ୍କୁ ବୁଝାଇ ଲିଖିତ ପ୍ରତିଶୃତି ଦେବାପରେ ଦିନ ୧୨ଟାରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା l "