Protest: ଯନ୍ତର ମନ୍ତରରେ କଳା ଦିବସ ପାଳିବ ଓଡ଼ିଶା କୁଡ଼ୁମୀ ସେନା

Sep 04, 2026 - 20:02
Protest: ଯନ୍ତର ମନ୍ତରରେ କଳା ଦିବସ ପାଳିବ ଓଡ଼ିଶା କୁଡ଼ୁମୀ ସେନା

"ରାଇରଙ୍ଗପୁର (ତୁଷାର କାନ୍ତ ମହାନ୍ତ): କୁଡ଼ୁମୀ ସମ୍ପ୍ରଦାୟକୁ ପୂର୍ବରୁ ଆଦିବାସୀ ଭାବେ ମାନ୍ୟତା ମିଳିଥିବା ବେଳେ ୧୯୫୦ ମସିହା ସେପ୍ଟେମ୍ବର ୬ ତାରିଖରେ କୌଣସି ସ୍ପଷ୍ଟ କାରଣ ନ ଦର୍ଶାଇ ଏସ୍‌ଟି ତାଲିକାରୁ ବାଦ୍ ଦିଆଯାଇଥିବା କୁଡ଼ୁମୀ ସମାଜ ପକ୍ଷରୁ ଅଭିଯୋଗ କରାଯାଇଛି।

ସେହି ଦିନକୁ ସମ୍ପ୍ରଦାୟ ପକ୍ଷରୁ ପ୍ରତିବର୍ଷ କଳା ଦିବସ ଭାବେ ପାଳନ କରାଯାଉଛି।Advertisment ଏହି ପରିପ୍ରେକ୍ଷୀରେ ଆଜି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର କଚେରୀ ନିକଟରୁ ଶତାଧିକ କୁଡ଼ୁମୀ ସମାଜର ଅଧିବାସୀ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି।

ଆସନ୍ତା ୬ ତାରିଖରେ ଦିଲ୍ଲୀର ଯନ୍ତର ମନ୍ତରରେ କଳା ଦିବସ ପାଳନ କରିବା ସହ ନିଜର ହକ୍ ଓ କୁଡ଼ୁମୀ ଜାତିକୁ ଏସ୍‌ଟି ତାଲିକାରେ ସାମିଲ କରିବା ଦାବିରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିବେ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି।କୁଡ଼ୁମୀ ସମାଜର ଏହି ଯାତ୍ରାରେ ବିଭିନ୍ନ ଅଞ୍ଚଳର ଲୋକେ ସାମିଲ ହୋଇଛନ୍ତି।

ଦୀର୍ଘଦିନ ଧରି ଏସ୍‌ଟି ମାନ୍ୟତା ଦାବି କରି ଆସୁଥିବା ସମାଜ ପକ୍ଷରୁ ଏହି ଦାବିକୁ ନେଇ ଦିଲ୍ଲୀରେ ଶାନ୍ତିପୂର୍ଣ୍ଣ ଭାବେ ନିଜର ଦାବି ଉପସ୍ଥାପନ କରାଯିବ।

ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନକୁ ଆହୁରି ତୀବ୍ର କରିବାକୁ ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି।

କୁଡ଼ୁମୀ ଜାତିକୁ ଏସ୍‌ଟି ତାଲିକାରେ ଶୀଘ୍ର ଅନ୍ତର୍ଭୁକ୍ତ କରିବା ସହ ନିଜର ଅଧିକାର ଫେରାଇ ଦେବାକୁ ସରକାରଙ୍କ ନିକଟରେ ଦାବି ରଖିଛି କୁଡ଼ୁମୀ ସମାଜ।

ଯଥାଶୀଘ୍ର ଦାବି ପୂରଣ ନହେଲେ ଆଗାମୀ ଦିନରେ କୌଣସି ରାଜନୈତିକ ଦଳ କିମ୍ବା ରାଜନେତାଙ୍କୁ କୁଡ଼ୁମୀ ଗ୍ରାମରେ ପ୍ରବେଶ କରିବାକୁ ଦିଆଯିବ ନାହିଁ ବୋଲି ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି।

Black day preparation: ସେପ୍ଟେମ୍ବର ୬ରେ "କଳା ଦିବସ" ପାଳିବ କୁଡୁମୀ ସେନା ଉକ୍ତ କାର୍ଯ୍ୟକ୍ରମରେ ଓଡିଶା କୁଡୁମୀ ସେନା ରାଜ୍ୟ ସଭାପତି ଦିବ୍ୟ ସିଂହ ମହାନ୍ତ, ରାଜ୍ୟ ସମ୍ପାଦକ ଲାଲମୋହନ ମହାନ୍ତ, ଗୋପାଳ ମହାନ୍ତ, ମୟୁରଭଞ୍ଜ ଜିଲ୍ଲା ସଭାପତି ଫନ୍ତୁସ ମହାନ୍ତ, କେନ୍ଦୁଝର ଜିଲ୍ଲା ସଭାପତି ତ୍ରିଲୋଚନ ମହାନ୍ତ, ଜିଲ୍ଲା ମହିଳା ସଭାନେତ୍ରୀ ପୂର୍ଣ୍ଣିମା ମହାନ୍ତ, ତରଣୀ ସେନ ମହାନ୍ତ, ରୁଦ୍ର ମହାନ୍ତ, ଧର୍ମେନ୍ଦ୍ର ମହାନ୍ତ,ବାମନଘାଟି ସଭାନେତ୍ରୀ ପ୍ରତିଭା ମହାନ୍ତ, ପୂର୍ଣ୍ଣିମା ମହାନ୍ତ, ଯଶିପୁର ବ୍ଲକ ସଭାନେତ୍ରୀ କୁଞ୍ଜଳତା ମହାନ୍ତ,ରାଇରଙ୍ଗପୁର ସଭାନେତ୍ରୀ ଗୀତାରାଣୀ ମହାନ୍ତ, ରାଜ୍ୟ ଉପଦେଷ୍ଟା ରତ୍ନାକର ମହାନ୍ତ, ଉପଦେଷ୍ଟା ସପନ କୁମାର ମହାନ୍ତ, ଜ୍ୟୋତ୍ସ୍ନା ରାଣୀ ମହାନ୍ତ ପ୍ରମୁଖଙ୍କ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)