Protest: ମଦ ବିକ୍ରି ବିରୋଧରେ ଜାତୀୟ ରାଜପଥରେ ଧାରଣା, ଯାତାୟତ ବନ୍ଦ
"ବୈଶିଙ୍ଗା (ଦୀପକ କୁମାର ସିଂହ): ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ଗଡ଼ଦେଉଳିଆ ଗାଁ ପାର୍ଶ୍ୱରେ ଖୋଲିଥିବା ମଦ ଦୋକାନକୁ ବିରୋଧ କରି ଗ୍ରାମବାସୀ ରାସ୍ତା ଅବରୋଧ କରିଛନ୍ତି।
୧୮ନଂ ଜାତୀୟ ରାଜପଥର ଗଡ଼ଦେଉଳିଆ ଠାରୁ ପଞ୍ଚପୁଟୁଳି ଯାଉଥିବା ରାସ୍ତା ବନ୍ଦ ଘଟଣା ସ୍ଥଳରେ ଉତ୍ତେଜନା ଦେଖାଯାଇଛି।
ପୁଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି।
Advertisment ସୂଚନା ଅନୁଯାୟୀ ଦୀର୍ଘଦିନ ଧରି ଗଡ଼ଦେଉଳିଆ ଅଞ୍ଚଳବାସୀ ଗାଁ ପାଖରେ ଖୋଲିଥିବା ଠିପି ବନ୍ଦ ମଦ ଦୋକାନକୁ ବିରୋଧ କରି ଆସୁଥିଲେl ଉକ୍ତ ମଦ ଦୋକାନଟି ଗଡ଼ଦେଉଳିଆରେ ଥିଲେ ବି ଏହା ବାଲେଶ୍ୱର ଜିଲ୍ଲା ସୀମାବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ଅଧିକାଂଶ ସମୟରେ ସେଠାରେ ବାଲେଶ୍ୱର ଅଞ୍ଚଳର ଅସାମାଜିକ ଲୋକମାନଙ୍କର ପ୍ରାଦୁର୍ଭାବ ବଢିବା ସହିତ ପ୍ରାୟ ସମୟରେ ଅପରାଧିକ କାର୍ଯ୍ୟକଳାପ ଘଟି ଆସୁଛିl ଯେଉଁ ପାଇଁ ଗ୍ରାମବାସୀ ଦୀର୍ଘଦିନ ଧରି ଉକ୍ତ ମଦ କାଉଣ୍ଟରକୁ ବିରୋଧ କରି ଆସୁଥିଲେ ଓ ଏନେଇ ଜିଲ୍ଲାପାଳଙ୍କୁ ମଧ୍ୟ ଅଭିଯୋଗ କରିଥିଲେl Liquor Shop Assault ମଦ ଦୋକାନରେ ଆକ୍ରମଣ ମାମଲା, ଦୋକାନୀ ମାଲିକ ଗିରଫ ତେବେ ଜିଲ୍ଲାପାଳ ଏହି କାଉଣ୍ଟରକୁ ଅନ୍ୟତ୍ର ଖୋଲିବା ପାଇଁ କହିବା ସହିତ ଘଟଣାର ଅନୁସନ୍ଧାନ କରିବାକୁ ତାଙ୍କ ଅଧିକାରୀ ମାନଙ୍କୁ ଦାଇତ୍ୱ ଦେଇଥିଲେl ନୂଆ ଲଟେରି ଆସିବା ପରେ ଲାଇସେନ୍ସ ପାଇଥିବା ବ୍ୟକ୍ତି ଆଜି ପୁଣି ସେହି ସ୍ଥାନରେ କାଉଣ୍ଟର ଖୋଲିଥିଲେl ଯାହାକୁ ବିରୋଧ କରି ଶତାଧିକ ଲୋକ ବିଳମ୍ବିତ ସନ୍ଧ୍ୟାରେ ଏକତ୍ରିତ ହୋଇ ୧୮ନଂ ଜାତୀୟ ରାଜପଥର ଗଡ଼ଦେଉଳିଆ ଠାରୁ ପଞ୍ଚପୁଟୁଳି ଯାଉଥିବା ମୁଖ୍ୟ ରାସ୍ତାକୁ ଅବରୋଧ କରି ବସିଛନ୍ତିl ଖବର ପାଇ ଘଟଣା ସ୍ଥଳରେ ବୈଶିଙ୍ଗା ପୁଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା ଆରମ୍ଭ କରିଛିl "