Judegement: ଚୂଡ଼ାନ୍ତ ଗ୍ରେଡେସନ ତାଲିକା କାର୍ଯ୍ୟକାରୀ ଉପରେ ହାଇକୋର୍ଟଙ୍କ ଅନ୍ତରୀଣ ଅଙ୍କୁଶ
"କଟକ: ଓଡ଼ିଶା ପ୍ରଶାସନିକ ସେବା(ଓଏଏସ) ଗ୍ରୁପ୍-ଏ (ଜୁନିଅର ବ୍ରାଞ୍ଚ) ଅଧିକାରୀଙ୍କ ବରିଷ୍ଠତା ନିର୍ଦ୍ଧାରଣକୁ ନେଇ ଚାଲିଥିବା ବିବାଦ ନୂଆ ମୋଡ଼ ନେଇଛି।
ଜଣିକିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠଙ୍କ ୨୦୨୬, ମେ ୫ର ରାୟ ବିରୋଧରେ ଦାୟର ତିନୋଟି ରିଟ୍ ଅପିଲକୁ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରି ରାଜ୍ୟ ସରକାର ଓ ଅନ୍ୟ ପ୍ରତିପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି।
ବରିଷ୍ଠତାକୁ ନେଇ ପ୍ରକାଶିତ ଚୂଡ଼ାନ୍ତ ଗ୍ରେଡେସନ ତାଲିକାକୁ କାର୍ଯ୍ୟକାରୀ କରାଯିବା ଉପରେ ହାଇକୋର୍ଟ ଅନ୍ତରୀଣ ଅଙ୍କୁଶ ଜାରି କରିଛନ୍ତି।
ଏଥି ସହିତ ଇତି ମଧ୍ୟରେ ଯଦି କୌଣସି ପଦକ୍ଷେପ ଏହି ପ୍ରସଂଗରେ ଗ୍ରହଣ କରାଯାଇଥାଏ ତେବେ ତାହା ଏହା ବିଚାରାଧୀନ ଏହି ରିଟ୍ ଅପିଲ ଗୁଡ଼ିକର ଫଳାଫଳ ଉପରେ ନିର୍ଭର କରିବ ବୋଲି ହାଇକୋର୍ଟ କହିଛନ୍ତି।Advertisment ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ହେମବନ୍ତୀ ପାତ୍ର, ସିଦ୍ଧାର୍ଥ ଶଙ୍କର ଓ ଅନ୍ୟମାନଙ୍କ ଦ୍ୱାରା ଦାୟର ହୋଇଥିବା ରିଟ୍ ଅପିଲ ଗୁଡ଼ିକର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି।
ମାମଲାର ଜଟିଳତା ଓ ଆଇନଗତ ଦିଗକୁ ଦୃଷ୍ଟିରେ ରଖି "ନିଯୁକ୍ତି ବର୍ଷ" ର ବ୍ୟାଖ୍ୟା ଓ ସେମାନେ କେବେଠାରୁ କ୍ୟାଡରଭୁକ୍ତ ହେଲେ ତାହା ବିଚାର ସାପେକ୍ଷ ବୋଲି ହାଇକୋର୍ଟ କହିଛନ୍ତି।
ସେଥିପାଇଁ ପ୍ରକାଶିତ ଚୂଡ଼ାନ୍ତ ଗ୍ରେଡେସନ ତାଲିକା ଉପରେ ଅଙ୍କୁଶ ଜାରି କରିବା ସହିତ ଇତି ମଧ୍ୟରେ ଯଦି କୌଣସି ପଦକ୍ଷେପ ନିଆଯାଇଥାଏ ତାହା ମାମଲାର ଚୂଡ଼ାନ୍ତ ରାୟ ଉପରେ ନିର୍ଭର କରିବ ବୋଲି ସ୍ପଷ୍ଟ କରିଛନ୍ତି।
Tahsildar: ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ, ସଂଶୋଧିତ ନିୟମାବଳୀ ଅନୁସାରେ ବାଲି ସଇରତ ଉତ୍ସ ବାତିଲ ପାଇଁ ତହସିଲଦାରଙ୍କ କ୍ଷମତା ନାହିଁ ମାମଲାରୁ ପ୍ରକାଶ ଯେ, ୨୦୧୧ ମସିହାର ବିଜ୍ଞାପନ ଆଧାରରେ ସିଧାସଳଖ ଓଏଏସ ନିଯୁକ୍ତି ପାଇଥିବା ଅଧିକାରୀମାନେ ୨୦୧୬ ମାର୍ଚ୍ଚ ୪ରେ କାର୍ଯ୍ୟରେ ଯୋଗ ଦେଇଥିଲେ।
ଅନ୍ୟପଟେ, ଓଡ଼ିଶା ରାଜସ୍ୱ ସେବା(ଓଆରଏସ)ରୁ ପଦୋନ୍ନତି ପାଇଥିବା ଅଧିକାରୀମାନେ ଅକ୍ଟୋବର ୧୭, ୨୦୧୫ରୁ ଏହି କ୍ୟାଡରରେ ଆଡହକ୍ ଭାବେ କାର୍ଯ୍ୟରେ ଯୋଗ ଦେଇସାରିଥିଲେ।
୨୦୧୯ରେ ପ୍ରକାଶିତ ଏକ ଗ୍ରେଡେସନ ତାଲିକାରେ ସିଧାସଳଖ ନିଯୁକ୍ତିପ୍ରାପ୍ତ ଅଧିକାରୀଙ୍କୁ ପଦୋନ୍ନତିପ୍ରାପ୍ତ ଅଧିକାରୀଙ୍କ ଉପରେ ରଖାଯାଇଥିଲା, ଯାହାକୁ ପଦୋନ୍ନତିପ୍ରାପ୍ତ ଅଧିକାରୀମାନେ ଚ୍ୟାଲେଞ୍ଜ କରିଥିଲେ।
ପରବର୍ତ୍ତୀ ସମୟରେ, ନଭେମ୍ବର ୧୫, ୨୦୨୧ରେ ସରକାର ଏକ ନୂତନ ଆଦେଶ ଜାରି କରି ପଦୋନ୍ନତିପ୍ରାପ୍ତ ଅଧିକାରୀଙ୍କୁ ବରିଷ୍ଠତା ପ୍ରଦାନ କରିଥିଲେ।
ଏହା ବିରୋଧରେ ସିଧାସଳଖ ନିଯୁକ୍ତ ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେl ଜଣିକିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ସିଧାସଳଖ ଓଏଏସ ନିଯୁକ୍ତି ପାଇଥିବା ଅଧିକାରୀଙ୍କ ଆବେଦନକୁ ଖାରଜ କରିଥିଲେ।
ଏହି ରାୟ ବିରୋଧରେ ଆବେଦନକାରୀ ଦୁଇ ଜଣିଆ ଖଣ୍ଡପୀଠରେ ରିଟ ଅପିଲ ଦାୟର କରିଛନ୍ତି।
ଆବେଦନକାରୀଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ମନୋଜ କୁମାର ମିଶ୍ର ମାମଲା ପରିଚାଳନା କରୁଛନ୍ତି।
"