03 JULY 2026

Welcome!

Unlock your personalized experience.
Sign Up

Construction: ନିର୍ମାଣ କାମ ପୂରା ହେବାର ମାସେ ନପୁରୁଣୁ ଡ୍ରେନ୍‌-ପୋଲରେ ଗର୍ତ୍ତ ସୃଷ୍ଟି

Jul 02, 2026 - 23:48
Construction: ନିର୍ମାଣ କାମ ପୂରା ହେବାର ମାସେ ନପୁରୁଣୁ ଡ୍ରେନ୍‌-ପୋଲରେ ଗର୍ତ୍ତ ସୃଷ୍ଟି

ଘୁ ଉଦୟଗିରି (ସମୀର କୁମାର ପାଢ଼ୀ):କନ୍ଧମାଳଜିଲ୍ଲା ଘୁମୁସର ଉଦୟଗିରି ବ୍ଲକ ଅନ୍ତର୍ଗତ ରଟିଙ୍ଗିଆ ପଞ୍ଚାୟତର ଆର ପଡ଼ିକିଆ ଗ୍ରାମରେ ଏକ ସରକାରୀ ନିର୍ମାଣ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ‘ବିକଶିତ ଗାଁ ବିକଶିତ ଓଡ଼ିଶା’ ଯୋଜନା ଅଧୀନରେ ନୂଆ କରି ତିଆରି ହୋଇଥିବା ଡ୍ରେନ୍‌ ଓ ଛୋଟ ପୋଲ (କଲଭର୍ଟ) ମାସେ ନପୁରୁଣୁ ଭାଙ୍ଗିବାକୁ ବସିଲାଣି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଜନଅସନ୍ତୋଷ ପ୍ରକାଶ ପାଇଛି। କାର୍ଯ୍ୟ ଆରମ୍ଭର ମାସକ ମଧ୍ୟରେ ଦୁର୍ଦ୍ଦଶା ଦେଖିବାକୁ ମିଳିଛି। 

ସୂଚନାଫଳକ ଅନୁଯାୟୀ, ଗତ ୧୫ ଅପ୍ରେଲ ୨୦୨୬ରେ ଆର ପଡ଼ିକିଆ (ମାଦିନାଯୁ) ଠାରେ ଡ୍ରେନ ନିର୍ମାଣ ପାଇଁ ପ୍ରାୟ ୪,୨୪,୮୯୬ ଟଙ୍କା ବ୍ୟୟ ଅଟକଳରେ କାର୍ଯ୍ୟ ଆରମ୍ଭ ହୋଇଥିଲା। ପଞ୍ଚାୟତ ସମିତି, ଘୁ.ଉଦୟଗିରି ଦ୍ୱାରା ଏହି କାର୍ଯ୍ୟ କରାଯାଉଛି। ମାତ୍ର କାର୍ଯ୍ୟ ସରିବାର କିଛି ଦିନ ମଧ୍ୟରେ ହିଁ ନିର୍ମାଣର ଅସଲ ଚେହେରା ପଦାରେ ପଡ଼ିଛି। ନୂତନ ଭାବେ ନିର୍ମିତ  ପୋଲରେ ବଡ଼ ଗର୍ତ୍ତ ସୃଷ୍ଟି ହୋଇ ଲୁହ ରଡ୍‌ ବହାରିଗଲାଣି। 

Streetlight supply: ସହରାଞ୍ଚଳ ଷ୍ଟ୍ରିଟ୍‌ଲାଇଟ୍‌ ଯୋଗାଣରେ ବି ବଡ଼ ଦୁର୍ନୀତି: ସରକାରଙ୍କୁ ୩୯କୋଟି ଫାଙ୍କି ଇଇଏସ୍‌ଏଲ୍‌ ସଂସ୍ଥା ପାର

ସାମାନ୍ୟ ବର୍ଷାରେ ହିଁ ନୂତନ ଭାବେ ନିର୍ମିତ ଡ୍ରେନ୍‌ ପାର୍ଶ୍ୱରେ ଥିବା ସ୍ଲାବ୍ ବା ପୋଲ ମଝିରୁ ଫାଟି ଆଖିଦୃଶିଆ ଗାତ ସୃଷ୍ଟି ହୋଇଛି। ସିମେଣ୍ଟ ଛାଡ଼ି ଯାଇ ଭିତରେ ଥିବା ଲୁହା ରଡ୍ ବାହାରକୁ ଦେଖାଯାଉଛି, ଯାହାକି କାର୍ଯ୍ୟରେ ଅତି ନିମ୍ନମାନର ସାମଗ୍ରୀ ବ୍ୟବହାର ହୋଇଥିବା ସ୍ପଷ୍ଟ ପ୍ରମାଣ କରୁଛି। ଯେକୌଣସି ସମୟରେ ଏହା ସମ୍ପୂର୍ଣ୍ଣ ଭୁଷୁଡ଼ି ଯିବାର ଆଶଙ୍କା ରହିଛି।ସରକାରଙ୍କ  ଲକ୍ଷଲକ୍ଷ ଟଙ୍କା ବ୍ୟୟରେ ହେଉଥିବା ଏହି ବିକାଶମୂଳକ କାର୍ଯ୍ୟର ଏଭଳି ସ୍ଥିତିକୁ ଦେଖି ଗ୍ରାମବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ପ୍ରଶାସନ ତୁରନ୍ତ ଏହାର ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀ କର୍ମଚାରୀ ଓ ଠିକାଦାରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ତୁରନ୍ତ ଏହାର ମରାମତି କରିବାକୁ ଦାବି ହୋଇଛି।