Private transformer: ସରକାରୀ ଜମିରେ ଘରୋଇ ଟ୍ରାନ୍ସଫର୍ମର
"ଚନ୍ଦ୍ରଶେଖରପୁର: ନିଜ ଜମିରେ ଘର କରିବେ।
ଭଡ଼ା ଲଗାଇ ଅର୍ଥ ଉପାର୍ଜନ କରିବେ।
ହେଲେ ବିଲ୍ଡିଂକୁ ବିଦ୍ୟୁତ୍ ସଂଯୋଗ କରିବାକୁ କ୍ୟାମ୍ପସ୍ ଭିତରେ ଟ୍ରାନ୍ସଫର୍ମର ବସାଇବେ ନାହିଁ।
ବରଂ ପାଚେରି ବାହାରେ ସରକାରୀ ଜମିରେ ଟ୍ରାନ୍ସଫର୍ମର ବସାଇ ସର୍ବସାଧାରଣଙ୍କ ଚଳପ୍ରଚଳ ପାଇଁ ଥିବା ରାସ୍ତାକୁ ଅକ୍ତିଆର କରିବେ।
ବଡ଼ବଡ଼ିଆ ଏଭଳି ଭାବେ ସରକାରୀ ଜମିକୁ ସର୍ବସମ୍ମୁଖରେ ଅକ୍ତିଆର କରୁଥିଲେ ମଧ୍ୟ କେହି ମୁହଁ ଖୋଲୁନାହାନ୍ତି।
ପିଡବ୍ଲ୍ୟୁଡି ଅଧିକାରୀମାନେ ସବୁ ଦେଖି ଚୁପ୍ ବସିଯାଉଥିବା ବେଳେ ବିଡିଏ, ବିଏମ୍ସି ପରି ସଂସ୍ଥା ଆଖି ବୁଜି ଦେଇଛନ୍ତି।
ଯେଉଁଥିପାଇଁ ଏବେ ଭୁବନେଶ୍ୱର ମହାନଗର ନିଗମ ୮ ନମ୍ବର ୱାର୍ଡ ଚନ୍ଦ୍ରଶେଖରପୁର ଡିଷ୍ଟ୍ରିକ୍ଟ ସେଣ୍ଟରସ୍ଥିତ ୟୁକୋ ବ୍ୟାଙ୍କ ନିକଟରେ ଥିବା ସରକାରୀ ଟ୍ରାନ୍ସଫର୍ମର ପରିସରରେ ଏକ ଘରୋଇ ପ୍ରକଳ୍ପ ପାଇଁ ଅତିରିକ୍ତ ଟ୍ରାନ୍ସଫର୍ମର ପ୍ରତିଷ୍ଠା ହେଉଛି।Advertisment The fastest Lego car: କିମାଶ୍ଚର୍ଯ୍ୟମ୍: ସବୁଠୁ ବେଗବାନ୍ ଲେଗୋ କାର୍ Prolific musician: ଦିବଂଗତଙ୍କୁ "ଜଳ ତର୍ପଣ" କଲେ ପ୍ରବୀଣ ସଙ୍ଗୀତଜ୍ଞ ସମସ୍ତ ନିୟମକୁ ଜଳାଞ୍ଜଳି ଦେଇ ଠିକାଦାର ଶକ୍ତି ବିଭାଗର ଅଧିକାରୀମାନେ କିଭଳି ଘରୋଇ ଟ୍ରାନ୍ସଫର୍ମର ସରକାରୀ ଜମିରେ ବସାଇବାକୁ ଅନୁମତି ଦେଉଛନ୍ତି ତାହାକୁ ନେଇ ପ୍ରଶ୍ନ ଉଠିଛି।
ଚନ୍ଦ୍ରଶେଖରପୁର ଡିଷ୍ଟ୍ରିକ୍ଟ ସେଣ୍ଟର ଓନର୍ସ ଆସୋସିଏସନ ଏହାକୁ ନେଇ ତୀବ୍ର ପ୍ରତିବାଦ କରିଛି।
ସଂଘ ପକ୍ଷରୁ କୁହାଯାଇଛି ଯେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଓ ଶକ୍ତି ବିଭାଗର ନିର୍ଦ୍ଦେଶ ଅନୁଯାୟୀ ସରକାରୀ ଜମିରେ ବେସରକାରୀ କିମ୍ବା ଘରୋଇ ବ୍ୟବହାର ପାଇଁ କୌଣସି ଟ୍ରାନ୍ସଫର୍ମର ପ୍ରତିଷ୍ଠା ପୂର୍ବରୁ ସରକାରଙ୍କ ଅନୁମତି ଆବଶ୍ୟକ।
ମାତ୍ର ଏଠାରେ ଠିକାଦାର ବିନା ଅନୁମତିରେ ଜୋର୍ଜବରଦସ୍ତ କାର୍ଯ୍ୟ କରୁଛନ୍ତି, ଯାହାକି ସ୍ଥାନୀୟ ବ୍ୟବସାୟୀ, ପଥଚାରୀ ଓ ସାଧାରଣ ଜନତାଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଛି।
ଏହି ପ୍ରସଙ୍ଗରେ ଆସୋସିଏସନ ପକ୍ଷରୁ ବିଦ୍ୟୁତ୍ ସେକ୍ସନର କନିଷ୍ଠ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ଓ ନିର୍ବାହୀ ଯନ୍ତ୍ରୀଙ୍କୁ ଲିଖିତ ଭାବେ ଅବଗତ କରାଯାଇଛି।
ଘଟଣାର ତଦନ୍ତ କରାଯାଇ କାର୍ଯ୍ୟ ବନ୍ଦ ସହ ସରକାରୀ ଜମିର ସୁରକ୍ଷା ନିଶ୍ଚିତ କରାଯାଉ।
ଏଥି ସହ ଅନୁମତି ବିନା କାର୍ଯ୍ୟ କରୁଥିବା ବ୍ୟକ୍ତି ଓ ସଂସ୍ଥା ବିରୋଧରେ ଆଇନଗତ ପଦକ୍ଷେପ ନିଆଯାଉ।
ଆବଶ୍ୟକ ପଦକ୍ଷେପ ଗ୍ରହଣ କରା ନ ଗଲେ ଜିଲ୍ଲାପାଳ, ବିଏମ୍ସି କମିସନର ଓ ରାଜସ୍ବ ବିଭାଗ ଅଧିକାରୀଙ୍କ ଦ୍ୱାରସ୍ଥ ହେବା ସହ ଗଣତାନ୍ତ୍ରିକ ଆନ୍ଦୋଳନ କରାଯିବ ବୋଲି ଆସୋସିଏସନ ପକ୍ଷରୁ ଚେତାବନୀ ଦିଆଯାଇଛି।"