Prime Minister Modi: ‘ଜନତାଙ୍କ ସେବା’ର ୨୫ ବର୍ଷ ପୂର୍ତ୍ତିରେ ଭଗବାନ ଗଣେଶଙ୍କ ଆଶୀର୍ବାଦ ନେଲେ ପ୍ରଧାନମନ୍ତ୍ରୀ ମୋଦୀ

Oct 07, 2026 - 09:12
Prime Minister Modi: ‘ଜନତାଙ୍କ ସେବା’ର ୨୫ ବର୍ଷ ପୂର୍ତ୍ତିରେ ଭଗବାନ ଗଣେଶଙ୍କ ଆଶୀର୍ବାଦ ନେଲେ ପ୍ରଧାନମନ୍ତ୍ରୀ ମୋଦୀ

"ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି, ଅକ୍ଟୋବର ୭ରେ, ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଭାବେ ସରକାରର ମୁଖ୍ୟ ରହିବାର ୨୫ ବର୍ଷ ପୂରଣ କରିଛନ୍ତି।

ଏହି ଆବସରରେ ସେ ଭଗବାନ ଗଣେଶଙ୍କ ଆଶୀର୍ବାଦ ନେବା ପାଇଁ ଦିଲ୍ଲୀସ୍ଥିତ ଶ୍ରୀ ବିନାୟକ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି।

୨୦୦୧ ଅକ୍ଟୋବର ୭ରେ ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ।

ଏହାପରେ ୨୦୧୪ରୁ ସେ ଦେଶର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇ ଆସୁଛନ୍ତି।Advertisment ୨୦୦୧ରୁ ଶାସନ ଦାୟିତ୍ୱରେ ପ୍ରଧାନମନ୍ତ୍ରୀ ମୋଦୀ ମୋଦୀଙ୍କ ଏହି ୨୫ ବର୍ଷର ଯାତ୍ରାକୁ ନେଇ ବିଜେପି ପକ୍ଷରୁ ଦେଶବ୍ୟାପୀ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

ଦଳ ପକ୍ଷରୁ "ସେବା ସଂକଳ୍ପ ଅଭିଯାନ" ସହ ବିଭିନ୍ନ ଜନସମ୍ପର୍କ କାର୍ଯ୍ୟକ୍ରମ, ଯାତ୍ରା ଓ ଅନ୍ୟାନ୍ୟ ଆୟୋଜନ କରାଯାଉଛି। "ସେବା ସଂକଳ୍ପ ଯାତ୍ରା" ସେପ୍ଟେମ୍ବର ୧୭ ତାରିଖରୁ ଆରମ୍ଭ ହୋଇଥିଲା।

ଏହି ଦିନ ପ୍ରଧାନମନ୍ତ୍ରୀ ମୋଦୀଙ୍କ ୭୬ତମ ଜନ୍ମଦିନ ଥିଲା।

ଏହି ଅବସରରେ ମଙ୍ଗଳବାର କେନ୍ଦ୍ର କ୍ୟାବିନେଟ୍‌ ପକ୍ଷରୁ ମୋଦୀଙ୍କ ୨୫ ବର୍ଷର ଶାସନ ଯାତ୍ରାକୁ ପ୍ରଶଂସା କରି ଏକ ପ୍ରସ୍ତାବ ପାରିତ ହୋଇଛି।

ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଅନୁସାରେ, କ୍ୟାବିନେଟ୍ ବୈଠକରେ ପ୍ରଧାନମନ୍ତ୍ରୀଙ୍କୁ ଠିଆ ହୋଇ ସମ୍ମାନ ଜଣାଯାଇଥିଲା।

କ୍ୟାବିନେଟ୍‌ର ପ୍ରସ୍ତାବରେ ମୋଦୀଙ୍କ ଶାସନକାଳରେ କଲ୍ୟାଣମୂଳକ ଯୋଜନା, ଭିତ୍ତିଭୂମି, ପ୍ରଯୁକ୍ତି, ଜାତୀୟ ସୁରକ୍ଷା ଓ ବୈଦେଶିକ ନୀତି କ୍ଷେତ୍ରରେ ହୋଇଥିବା ପଦକ୍ଷେପଗୁଡ଼ିକର ଉଲ୍ଲେଖ କରାଯାଇଛି।

ଗୁଜରାଟରେ ଆରମ୍ଭ ହୋଇଥିବା କିଛି ପ୍ରଶାସନିକ ପଦକ୍ଷେପ ପରବର୍ତ୍ତୀ ସମୟରେ ଜାତୀୟ ସ୍ତରରେ ମଧ୍ୟ ପ୍ରୟୋଗ ହୋଇଥିବା କୁହାଯାଇଛି।

୨୦୦୧ରେ ଗୁଜରାଟର ମୁଖ୍ୟମନ୍ତ୍ରୀ ହେବା ସମୟରେ ରାଜ୍ୟ କଚ୍ଛ ଭୂମିକମ୍ପର ପରବର୍ତ୍ତୀ ପରିସ୍ଥିତିରୁ ବାହାରୁଥିଲା।

ପରେ ଜଳ ପରିଚାଳନା, ଜଳସେଚନ, ପୁନର୍ନିର୍ମାଣ ଓ ଭିତ୍ତିଭୂମି ଭଳି କ୍ଷେତ୍ରରେ ତାଙ୍କ ସରକାରର ପଦକ୍ଷେପ ଚର୍ଚ୍ଚାରେ ରହିଥିଲା।

ବାଂଲାଦେଶ ସୀମାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ୨୫ ବର୍ଷର ଏହି ଦୀର୍ଘ ରାଜନୈତିକ ଯାତ୍ରାରେ ମୋଦୀ ଗୁଜରାଟରୁ ଜାତୀୟ ରାଜନୀତିର କେନ୍ଦ୍ରକୁ ଆସିଛନ୍ତି।

୨୦୧୪ରେ ପ୍ରଥମଥର ପ୍ରଧାନମନ୍ତ୍ରୀ ହେବା ପରେ ୨୦୧୯ ଓ ୨୦୨୪ରେ ମଧ୍ୟ ଲୋକସଭା ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ସରକାର ଗଠନ ହୋଇଛି।

ଏହି ଅବସରକୁ ଦଳ ପକ୍ଷରୁ ମୋଦୀଙ୍କ ଦୀର୍ଘ ଶାସନ ଯାତ୍ରାର ଏକ ପ୍ରମୁଖ ମାଇଲଖୁଣ୍ଟ ଭାବେ ପାଳନ କରାଯାଉଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)